ରଣବାରେ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ

ରାଇକିଆ, (ପ୍ରଦୀପ ବେହେରା):କନ୍ଧମାଳ ଜିଲ୍ଲା ରାଇକିଆ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫରୁ ରଣବା ପଞ୍ଚାୟତରେ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ତହସିଲଦାର ତଥା ତହସିଲ ସ୍ତରୀୟ ମନିଟରିଙ୍ଗ କମିଟିର ଅଧ୍ୟକ୍ଷା ସୁଶ୍ରୀ ସୁଭଦ୍ରା ମୁଣ୍ଡିକାଙ୍କ ଅଧ୍ୟକ୍ଷତାରେ ୨୦୦୮ ମସିହାରେ ଦାବି କରିଥିବା ୧୦୪ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ ସହ ଜଙ୍ଗଲ ଅଧିକାର ଆଇନ ବିଷୟରେ ପ୍ରଶିକ୍ଷଣ ଦିଆଯାଇଥିଲା ।ଉକ୍ତ ପଟ୍ଟା ଜମିରେ ଜମି ଉନ୍ନତିକରଣ, ଫଳ ଗଛ, ପନିପରିବା ଓ ବିଭିନ୍ନ ବୃକ୍ଷରୋପଣ କରି ଜୀବନ ଜୀବିକାରେ ଉନ୍ନତି ଏବଂ ଖାଦ୍ୟ ସୁରକ୍ଷା ସହିତ ଗୋଷ୍ଠୀ ଜଙ୍ଗଲ ସମ୍ବଳର ସୁପରିଚାଳନା କରିବା ପାଇଁ ଅବଗତ କରାଯାଇଥିଲା। ଏହି କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ଜଙ୍ଗଲ ଅଧିକାର ଆଇନ ସମ୍ବନ୍ଧୀୟ, ଆଦିବାସୀ ଓ ଅନ୍ୟାନ୍ୟ ପାରମ୍ପରିକ ବାନବସୀଙ୍କ ଅଧିକାର ଉପରେ ପ୍ରଶିକ୍ଷଣ ଦେବା ସହିତ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ବିଭିନ୍ନ ଯୋଜନାରେ ସାମିଲ କରିବା ନିମନ୍ତେ ଅବଗତ କରାଯାଇଛି। କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ବନିତା କୁମାରୀ ମଲ୍ଲିକ, ନାଏବ ସରପଞ୍ଚ ଶ୍ରୀକାନ୍ତ ବିଷୋୟୀ, ମଙ୍ଗଳ ସମ୍ପ୍ରସାରଣ ଅଧିକାରିଣୀ ଉର୍ମିଳା ପ୍ରଧାନ, ସୁପରଭାଇଜର ଗୋଲକ ବିହାରୀ ସାମନ୍ତ ସିଂହାର କର, ରାଜସ୍ବ ନୀରିକ୍ଷକ ରବୀନ୍ଦ୍ର ମେହେର , ଏଫଆର ସେଲ୍ ସଂଯୋଜକ ଗଣେଶ ପ୍ରଧାନ ଓ ବସୁନ୍ଧରା ସଂଯୋଜକ ହୃଷିକେଶ ପ୍ରଧାନ ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ