ରତନେଇ ଜଙ୍ଗଲରେ ପ୍ରସବ ବେଳେ ମାଇ ହାତୀର ମୃତ୍ୟୁ
ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ):ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଭିମନଗର ନିକଟସ୍ଥ ରତ୍ନେଇ ଜଙ୍ଗଲ ରେ ବୁଧୁବାର ଦିନ ଆଉ ଏକ ମାଇ ହାତୀ ର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଗୁରୁବାର ଦିନ ବନବିଭାଗ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ବନଖଣ୍ଡ ,ପାରଳାଖେମୁଣ୍ଡି ବନଖଣ୍ଡ ସୀମାନ୍ତ ଜଙ୍ଗଲ ଦିଗପହଣ୍ଡି , ପୋଡ଼ାମାରି ବନାଞ୍ଚଳ ପାଟପୁର ଫରେଷ୍ଟ ଗଂଗାପୁର ପଞ୍ଚାୟତ ଭିନଗର ନିକଟସ୍ଥ ରାତ୍ନେଇ ପାହାଡ଼ ପାଦଦେଶ ଜଙ୍ଗଲ ରେ ପୁଣି ଏକମାଈ ହାତୀ ର ପ୍ରସବ ଜନିତ ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି। ଖବର ପାଇ ବ୍ରହ୍ମପୁର ଡ଼ି ଏଫ ଓ, ଶନି ଖୋକର , ପାରଳାଖେମୁଣ୍ଡି ଡି ଏଫ ଓ , ଏସ ଆନନ୍ଦ,ଏସିଫ ସସ୍ମିତା ବିଶ୍ଵାଳ,ଦିଗପହଣ୍ଡି ରେଞ୍ଜର ଦିବ୍ୟ ରଞ୍ଜନ ସାହୁ ଏବଂ ପାଟପୁର ଫରେଷ୍ଟର ପ୍ରମୋଦ କୁମାର ନାୟକ ଆଇ ,ଗଣେଶ, ସନ୍ତୋଷ କୁମାର ବିଷୋୟୀ ରତ୍ନ,ପ୍ରାଣୀ ଚିକିତ୍ସକ ପ୍ରବୀଣ କୁମାର ସାହୁ ବନ ବିଭାଗ ବିଭିନ୍ନ ତଦନ୍ତ କାରୀ କର୍ମଚାରୀ,ବିଦ୍ୟୁତ୍ ବିଭାଗୀୟ ଅଧିକାରୀ ଗୋପାଳ ଚନ୍ଦ୍ର ପଣ୍ଡା, ପାଟପୁର ଏସଡିଓ ଦୀପକ କୁମାର ବଳିଆରସିଂ ପହଞ୍ଚି ଅନୁଧ୍ୟାନ କରିଛନ୍ତି l ମାଈ ହାତୀଟି ପ୍ରସବ ଜନିତ ବେଦନା ଜନ୍ମ କରିନପାରି ଆବଶ୍ୟକୀୟ ସ୍ଥାନ ନପାଇ ତଳକୁ ଖସି ପଡ଼ି ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସ୍ଥାନୀୟ ଲୋକଙ୍କ କହିବା ପ୍ରକାରେ ଦୁଇଦିନ ହେଲା ମୃତ୍ୟୁ ବରଣ ହୋଇଛି ଯାହାକି ହାତୀଟି ପଚି ଶଢ଼ୀ ପୋକ ମାଛି ରେ ଦୁର୍ଗନ୍ଧ ବାହାରୁଥିଛି। ।ପାଟପୁର ଫରେଷ୍ଟ ଅଧୀନରେ ରହୁଥିବା ଜଙ୍ଗଲ ରତ୍ନେଇ, ଏବଂ ପୁଡ଼ାମାରି ରେଞ୍ଜର ଜଙ୍ଗଲ ପାହାଡ଼ରେ ୬ ଟିକିଆ ହାତୀ ବହୁ ଦିନରୁ ରହିଆସୁଥିବା ବେଳେ ୨୨ ମସିହାରେ ଗୋଟାଏ ହାତୀର ମୃତ୍ୟୁ ହୋଇଥିବା ବେଳେ ଗତ ୨ ତାରିଖ ରେ ଆହାର ପାଇଁ ଆସି ଆଖୁ ବାଡ଼ ରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ ହୋଇଥିଲା ।ପୁଣି ଆଉ ଏକ ମାଇ ହାତୀ ମୃତ୍ୟୁ କୁ ନେଇ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି। ହାତୀ ମୃତ୍ୟୁ ଏନେଇ ବ୍ରହ୍ମପୁର ଡି ଫ୍ ଓ ଶନି ଖୋକର ଙ୍କୁ ପଚାରିବାରୁ ସେ କହିଲେ ବ୍ୟବଛେଦ କରାଯିବ ବିଭିନ୍ନ ଦିଗକୁ ଅନୁଧ୍ୟାନ କରିତଦନ୍ତ କରାଯିବା ପରେ ପ୍ରକୃତ ଘଟଣା ଜଣାପଡ଼ିବ ହାତୀ ଟିର ବୟସ ୨୨ ବର୍ଷ ବୋଲି ସୂଚନା ଦେଇଛନ୍ତି। ଖବର ଲେଖା ହେବା ସୁଦ୍ଧା ଘଟଣା ସ୍ଥଳରେ ରେ ସମସ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହିଛନ୍ତି।