ରମ୍ଭା ଏନ. ଏ. ସି. ରେ ପ୍ରଧାନମନ୍ତ୍ରୀ ସ୍ୱନିଧି ଓ ସମୃଦ୍ଧି ସ୍କିମ ବୈଠକ
ରମ୍ଭା, (ମିଥୁନ ବାରିକ୍):ରମ୍ଭା ଏନ. ଏ. ସି. ସଭାଗୃହ ପରିସରରେ ପ୍ରଧାନମନ୍ତ୍ରୀ ସ୍ୱନିଧି ଓ ସମୃଦ୍ଧି ସ୍କିମ ର ବୈଠକ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀମତୀ ଆଶାଲତା ରଚମାଳାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥିଭାବେ ଏଲ. ଡ଼ି. ଏମ. ହିମାଞ୍ଚଳ ସାହୁ ଏବଂ ସମ୍ମାନିତ ଅତିଥି ଭାରତୀୟ ଷ୍ଟେଟ ବ୍ୟାଙ୍କ ମ୍ୟାନେଜର ଲକ୍ଷ୍ମଣ ମୁର୍ମୁ, ୟୁନିୟନ ବ୍ୟାଙ୍କ ମ୍ୟାନେଜର ମାନସ ରଞ୍ଜନ ମଙ୍ଗରାଜ, ପଞ୍ଜାବ ନେସନାଲ ବ୍ୟାଙ୍କ ମ୍ୟାନେଜର ଆଶିଷ କୁମାର ବେହେରା ଯୋଗଦେଇଥିଲେ l ଏହି ବୈଠକରେ ଉଠା ଦୋକାନୀ ଓ ବୁଲା ବେପାରୀ ମାନଙ୍କୁ ଚିହ୍ନଟ କରି ପ୍ରତେକ ବ୍ୟାଙ୍କ ମାନଙ୍କରୁ ଋଣ ପ୍ରଦାନ କରାଯିବା ପାଇଁ ଆଲୋଚନା ପର୍ଯ୍ୟାଲୋଚନା ହୋଇଥିଲା l ନିଜ କିଲ୍ଲାର ଏବଂ ଅନ୍ୟ ଜିଲ୍ଲାରୁ ଆସିଥିବା ଛୋଟ ବୁଲା ବେପାରୀ ମାନଙ୍କୁ ୧୦ ହଜାର ଟଙ୍କା ଠାରୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ଦିଆଯାଇପାରିବ ଏବଂ ସେମାନେ ବ୍ୟବସାୟ କରି ନିଜ ନିଜର ପାରିବାର ପ୍ରତିପୋଷଣ କରିପାରିବେ ବୋଲି ଏଲ. ଡ଼ି .ଏମ ସାହୁ ପ୍ରକାଶ କରିଥିଲେ l ୭୦ ରୁ ଉର୍ଦ୍ଧ ବ୍ୟବସାୟୀ ଋଣ ପାଇବାପାଇଁ ବ୍ୟାଙ୍କ ମାନଙ୍କରେ ଫର୍ମ ପ୍ରଦାନ କରିଛନ୍ତି l ଏହି ବୈଠକରେ ଡ଼. ସରୋଜ ଦାଶ,ଜି.ସଙ୍ଗମ ଚୌଧୁରୀ, ସର୍ବନାମ ଦାଶ, ପ୍ରେମ ସାହୁ, ଚି଼କାଲା ଲୋଖେଶ୍ବରୀ, ସି. ଓ. ପ୍ରଭାସିନୀ ନାୟକ, କେ. ଜ୍ୟୋତି ଦୋରା, ପ୍ରତିଭା ସାନା, ପ୍ରମୋଦିନୀ ମହାରଣା, ପ୍ରିୟଙ୍କା ସ୍ୱାଇଁ, ପ୍ରଦୀପ ସେଠୀ, ସ୍ୱଚ୍ଛ ସାଥି ସୁପର ଭାଇଜର ଚାନ୍ଦିନୀ ବେହେରା, ଡଲି ଦାସ, ବାଳାମତି ବେହେରା, ପୁଷ୍ପାଞ୍ଜଳି ଦାସ, ସୁଜ୍ଞାନୀ ଦାସ ପ୍ରମୁଖ ଯୋଗଦାନ କରିଥିଲେ l