ରମ୍ଭା ଶ୍ରୀଜଗନ୍ନାଥ ଡିଗ୍ରୀ ମହାବିଦ୍ୟାଳୟରେ ଓଡ଼ିଆ ବିଭାଗର ପାଠଚକ୍ର ଓ ସ୍ୱାଗତ ସମ୍ବର୍ଦ୍ଧନା ସମାରୋହ
ରମ୍ଭା, (ମିଥୁନ ବାରିକ୍):ସ୍ଥାନୀୟ ଶ୍ରୀଜଗନ୍ନାଥ ଡିଗ୍ରୀ ମହାବିଦ୍ୟାଳୟରେ ଓଡ଼ିଆ ବିଭାଗର ଏକ ଦିବସୀୟ ପାଠଚକ୍ର ଓ ନୂତନ ଛାତ୍ର ଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅଧ୍ୟକ୍ଷ ଅଭିମନ୍ୟୁ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଞ୍ଚଳିକ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକ ବ୍ରହ୍ମପୁରର ଡ଼ଃ. ସିଦ୍ଧାର୍ଥ ଶଙ୍କର ପାଢ଼ୀ, ମୁଖ୍ୟ ବକ୍ତା ବିଶ୍ୱ ଭାରତୀ ବିଶ୍ୱବିଦ୍ୟାଳୟର ଓଡ଼ିଆ ପ୍ରଫେସର ଡ଼ଃ. ଶରତ କୁମାର ଜେନା, ବିଷୟ ବିଶାରଦ ରୂପେ କ୍ଷେତ୍ର ମୋହନ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ଡ଼ଃ. ହୃଷିକେଶ ପଣ୍ଡା, ସମାଜସେବୀ ସୁବାଷ ଚନ୍ଦ୍ର ପଣ୍ଡା, ପରିଚାଳନା କମିଟି ସଭାପତି ଜ୍ୟୋତି ପ୍ରକାଶ ପଣ୍ଡା ପ୍ରମୁଖ ମଞ୍ଚାସିନ ହୋଇଥିଲେ l ଅତିଥି ମାନଙ୍କୁ ଉପଢୌକନ ସହ ଫୁଲ ତୋଡ଼ା ଦେଇ ସମ୍ବର୍ଦ୍ଧନା ଦେଇଥିଲେ l ପାଠଚକ୍ର ବିଷୟ ଉତ୍ତର ଆଧୁନିକ ଓଡ଼ିଆ କବିତା ଶୀର୍ଷକ ପ୍ରବନ୍ଧ ଉପସ୍ଥାପନା କରିଥିଲେ l ତୃତୀୟ ବର୍ଷ ଛାତ୍ରୀ ଅନିମା ନାଥ ଉତ୍ତର ଆଧୁନିକ ସାହିତ୍ୟ ତତ୍ତ୍ୱ ସମ୍ପର୍କରେ ଅତିଥି ଓ ବକ୍ତାଗଣ ସୁଦୀର୍ଘ ବକ୍ତବ୍ୟ ପ୍ରଦାନ କରିଥିଲେ l ପ୍ରାରମ୍ଭିକ ସଂଗୀତ ଓ ଉଦଯାପନୀ ସଂଗୀତକୁ ସରସ୍ବତୀ ତରେଇ ଓ ଶୁଭସ୍ମିତା ସାହୁ ଗାନ କରିଥିଲେ l କାର୍ଯ୍ୟକ୍ରମ କୁ ପରିଚାଳନା ଓ ଧନ୍ୟବାଦ ଦେଇଥିଲେ ଓଡ଼ିଆ ଅଧ୍ୟାପକ ଡ଼ଃ. ଭାସ୍କର ଚନ୍ଦ୍ର ମୁଦୁଲି ଓ ଅତିଥି ପରିଚୟ ଅଧ୍ୟାପିକା ଡ଼ଃ.ସାଗରୀକା ମହାପାତ୍ର ଦେଇଥିଲେ l ଏହି କାର୍ଯ୍ୟକ୍ରମକୁ ଅଧ୍ୟାପିକା ଟି. ଅଲିଶ୍ରୀ ଆଚାରୀ, ଅଧ୍ୟାପକ ଗଣେଷ ବେହେରା, ଜିତେନ୍ଦ୍ର ପଟ୍ଟନାୟକ,ଶିକ୍ଷା ବିଭାଗର ଅଧ୍ୟାପିକା ଗୌରୀବଳବନ୍ତରାୟ, ଅର୍ଥନୀତି ଅଧ୍ୟାପକ ବିପିନ ବିହାରୀ ଦାଶ, ଅଧ୍ୟାପକ ହେମନ୍ତ କୁମାର ଦାଶ, ଅଧ୍ୟାପକ ରଞ୍ଜିତ ପାଣିଗ୍ରାହୀ,ନିରଞ୍ଜନ ମହାନ୍ତି, ବ୍ରଜମୋହନ ପଣ୍ଡା, ଅଧ୍ୟାପିକା ଟି. ସ୍ଵାତି ଦେବୀ, ଏବଂ ସମସ୍ତ ଅଧ୍ୟାପକ ଅଧ୍ୟାପିକା, ଗଣମାଧ୍ୟମ ପ୍ରତିନିଧି ସହ କର୍ମରତ କର୍ମଚାରୀ ସହଯୋଗ କରିଥିଲେ l ଛାତ୍ର ମନୋଜ କୁମାର ଗୌଡ଼ଙ୍କୁ ପୁରସ୍କାର ଦିଆଯାଇଥିଲା l