ରାଇକିଆ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଙ୍କ ପରଲୋକ

ରାଇକିଆ, (ଯୁଗାବ୍ଦ ନ୍ୟୁଜ):କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ ର ୧୮ ନ’ ଜୋନ ର ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ମୃତ୍ୟୁଞ୍ଜୟ ପାତ୍ର (୪୧)ଙ୍କ ର ଅକାଳ ବିୟୋଗ ଘଟିଛି । କିଛି ଦିନ ଧରି ଅସୁସ୍ଥ ଥିବା ମୃତ୍ୟୁଞ୍ଜୟ ଙ୍କୁ ଗୁରୁବାର ଚିକିତ୍ସା ପାଇଁ ଭୁବନେଶ୍ବର ନିଆ ଯାଉଥିବା ବାଟ ରେ ତାଙ୍କର ମୃତ୍ୟୁ ଘଟିଛି । ବହୁତ କମ ବୟସ ରେ ରାଜନୀତି ରେ ପାଦ ଥାପି ଗୋଟିଏ ପରେ ଗୋଟିଏ ସଫଳତା ର ପାହାଚ ସେ ଅତିକ୍ରମ କରିଥିଲେ । ବିଜେଡ଼ି ର ଜଣେ ଯୁବ ନେତା ଭାବେ ସବୁବେଳେ ଚର୍ଚ୍ଚା ରେ ରହି ଆସୁଥିବା ମୃତ୍ୟୁଞ୍ଜୟ ୨୦୧୨ ରେ ରାଇକିଆ ନାଏବ ସରପଞ୍ଚ, ୨୦୧୭ ରେ ୧୮ ନ’ ଜୋନ ର ଜିଲ୍ଲା ପରିଷଦ ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ । ଅପହଞ୍ଚ ଅଞ୍ଚଳ ରୁ ଲୋକ ପ୍ରତିନିଧି ଭାବେ ନିର୍ବାଚିତ ହୋଇ ସେହି ସବୁ ଅଂଚଳ ରେ ବିକାଶ କୁ ପ୍ରାଧାନ୍ୟ ଦେଇଥିଲେ । ତୃଣମୂଳ ସ୍ତର ରୁ ଜଣେ ଦକ୍ଷ ସଂଗଠକ ଭାବେ ଦଳ ପାଇଁ କାର୍ଯ୍ୟ କରି ଆସୁଥିଲେ । ବିଜେଡ଼ି ର କନ୍ଧମାଳ ଜିଲ୍ଲା ଉପ ସଭାପତି ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ । ବହୁ ବ୍ୟକ୍ତି ବିଶେଷ ତାଙ୍କ ପରିବାର ବର୍ଗ ଙ୍କୁ ସମବେଦନା ଜଣାଇବା ସହ ଶେଷ ଦର୍ଶନ କରିଥିଲେ । ତାଙ୍କର ଅକାଳ ବିୟୋଗ ରେ କନ୍ଧମାଳ ଜିଲ୍ଲା ରେ ଶୋକର ଛାୟା ଖେଳି ଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ