ରାଇକିଆ ଭାଜପା ମଣ୍ଡଲ ସଭାପତି ହେଲେ ସନ୍ତୋଷ କୁମାର ପାତ୍ର

ରାଈକିଆ,(ଆଦିତ୍ୟ ପାଢ଼ୀ):ସାରା ରାଜ୍ୟରେ ବିଜେପିର ଦୃଢ଼ ସାଙ୍ଗଠାନିକ ନିର୍ବାଚନ ପ୍ରକ୍ରିୟା ଚାଲୁରହିଥିବା ବେଳେ କର୍ମକର୍ତ୍ତା ମନୋନୟନର ଆବେଦନ ପ୍ରକ୍ରିୟାରେ ଦିଆଯାଇଥିବା ଯୋଗ୍ୟତା ଭିତ୍ତିରେ ରାଜ୍ୟ ବିଜେପି ନିର୍ବାଚନ ଅଧିକାରୀ ତଥା ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀଙ୍କ ଦ୍ୱାରା ରାଇକିଆ ମଣ୍ଡଳ ସଭାପତି ଭାବେ ଯୁବନେତା ସନ୍ତୋଷ କୁମାର ପାତ୍ରଙ୍କୁ ଆନୁଷ୍ଠାନିକ ଭାବେ ମନୋନୀତ କରାଯାଇଅଛି। ଏହି କ୍ରମରେ ରାଇକିଆ ବ୍ଲକ ଭାରତୀୟ ଜନତା ଦଳର ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧନା କରାଯାଇଅଛି । ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଦଳ ପକ୍ଷରୁ ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ସନ୍ତୋଷ କୁମାର ଲେଙ୍କା , ପୂର୍ବତ୍ତନ ମଣ୍ଡଲ ସଭାପତି ନାରାୟଣ ପାତ୍ର , ଅଭିମନ୍ୟୁ ପଣ୍ଡା, ଜିତେନ୍ଦ୍ର ପାତ୍ର, ତାପସ ଦଳବେହେରା, ନାରାୟଣ ପ୍ରସାଦ ମହାନ୍ତି, ପୂର୍ବତ୍ତନ ଜିଲାପରିଷଦ ଝୁଲିମା ଦଳବେହେରା, ଗଦାଧର ସାହୁ, ଦୀପକ କୁମାର ମହାରଣା ଉପସ୍ଥିତ ଥିଲେ । ଦଳୀୟ କର୍ମୀମାନଙ୍କ ସହ ରାଈକିଆର ବିଭିନ୍ନ ସଂଗଠନ ପକ୍ଷରୁ ସନ୍ତୋଷଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ତାଙ୍କୁ ଏହି ଦାୟିତ୍ୱ ମିଳିବା ପରେ ରାଈକିଆ ବ୍ଲକରେ ଦଳୀୟ ସଂଗଠନକୁ ଆହୁରି ଶକ୍ତିଶାଳୀ କରିବା ପାଇଁ ପଦକ୍ଷେପ ନେବା ସହ ସମସ୍ତ ଦଳୀୟକର୍ମୀଙ୍କ ସହ ଆଲୋଚନା କରି ସମସ୍ତଙ୍କୁ ନେଇ ଦଳ ପାଇଁ କାର୍ଯ୍ୟ କରିବେ ବୋଲି ମତ ପ୍ରକାଶ କରିଛନ୍ତି। ତତସହିତ ଆଗାମୀ ଦିନରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରହିଥିବାରୁ ଦଳକୁ ସୁଦୃଢ଼ କରିବା ସହ ନିର୍ବାଚନରେ ଭଲ ପ୍ରଦର୍ଶନ କରିବୁ ବୋଲି ସେ ଆଶା ରଖିଥିବା କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ