ରାଇକିଆ ରେ ଜଳ ସମସ୍ୟା, ବର୍ଷା କୁ ଅପେକ୍ଷା ଦିନେ ଛାଡ଼ି ଦିନେ ହେଉଛି ପାନୀୟ ଜଳ ଯୋଗାଣ

ରାଇକିଆ, (ଯୁଗାବ୍ଦ ନ୍ୟୁଜ):କନ୍ଧମାଳ ଜିଲ୍ଲା ରାଇକିଆ ସହର ର ପାନୀୟ ଜଳ ଯୋଗାଣ ହେଉଛି ଏକ ପ୍ରମୁଖ ସମସ୍ୟା । ସହର ବାସୀ ଙ୍କ ପ୍ରତ୍ୟକ ଘର କୁ ବିଶୁଦ୍ଧ ପାନୀୟ ଜଳ ଏବେବି ଅପହଞ୍ଚ ହୋଇ ରହିଛି । ୩୦ ବର୍ଷ ତଳର ପୁରୁଣା ଜଳ ଯୋଗାଣ ପ୍ରକଳ୍ପ ରେ ୧୦ ହଜାର ରୁ ଉର୍ଦ୍ଧ୍ବ ଜନ ସଂଖ୍ୟା ବିଶିଷ୍ଟ ରାଇକିଆ ସହର କୁ ଜଳ ଯୋଗାଣ ହେଉଛି । ଚଳିତ ବର୍ଷ ଜଳ ସମସ୍ୟା ଗମ୍ଭୀର ରୂପ ଧାରଣ କରିଛି । ଗର୍ଜନି ନଦୀ ଶୁଖି ଯାଇଥିବାରୁ ପାନୀୟ ଜଳ ନିୟମିତ ଯୋଗାଣ ହୋଇପାରୁନାହିଁ । ମାର୍ଚ୍ଚ ଦ୍ବିତୀୟ ସପ୍ତାହ ରୁ ହିଁ କୂପ, ନଳକୂପ ଶୁଖି ଗଲାଣି । ଲୋକଙ୍କ ପାଇଁ ଟ୍ୟାପ ଯୋଗେ ଜଳ ଯୋଗାଣ ଏକ ମାତ୍ର ଭରସା ପାଲଟିଥିବା ବେଳେ ମୂଖ୍ୟ ଜଳ ଉତ୍ସ ଗର୍ଜନି ନଦୀ ଶୁଖିବା ବିଭାଗ ପାଇଁ ଚିନ୍ତା ବଢ଼ାଇଛି । ଏଥିପାଇଁ ଦିନେ ବ୍ୟବଧାନ ରେ ସହର ବାସୀ ଙ୍କୁ ଜଳ ଯୋଗାଣ ହେଉଛି । ଅନେକ ସ୍ଥାନ କୁ ନିୟମିତ ପାଣି ପହଞ୍ଚି ପାରୁନାହିଁ । ଖରା ଦିନେ ପାଣି ପାଇଁ ଟ୍ୟାଙ୍କର ଭରସା ରେ ହିଁ ଅନେକ ଅଞ୍ଚଳ ରହୁଛି । କ୍ରମ ବର୍ଦ୍ଧିଷ୍ଣୁ ଜନ ସଂଖ୍ୟା କୁ ଦୃଷ୍ଟି ରେ ନୂତନ ଯୋଜନା ଭାବେ ମେଗା ଜଳ ପ୍ରକଳ୍ପର କାର‌୍ୟ୍ୟକାରୀ ହୋଇ ପାରିନାହିଁ । ଏ ନେଇ ରାଇକିଆ ଆରଡବ୍ଲୁଏସଏସ କନିଷ୍ଠ ଯନ୍ତ୍ରୀ କହିଛନ୍ତି, ରାଇକିଆ ରେ ମେଗା ଜଳ ପ୍ରକଳ୍ପର ପାଇପ ବିଛାଇବା କାର‌୍ୟ୍ୟ ଶେଷ ପର‌୍ୟ୍ୟାୟରେ ପହଞ୍ଚିଛି । ସବୁ ଠାରୁ ବଡ ସମସ୍ୟା ଭାବେ ଦେଖା ଦେଇଛି ଜଳ ଉତ୍ସ ଗୁଡ଼ିକ ରେ ଜଳାଭାବ । ପ୍ରାୟତଃ ମେ ମାସ ଆଡ଼କୁ ରାଇକିଆ ଗର୍ଜନି ନଦୀ ଏଭଳି ଶୁଖିଲା ଅବସ୍ଥା ହୋଇଥିବା ବେଳେ ଚଳିତ ବର୍ଷ ମାର୍ଚ୍ଚ ଦ୍ବିତୀୟ ସପ୍ତାହ ରୁ ସମାନ ପରିସ୍ଥିତି ସୃଷ୍ଟି ହୋଇଛି । ତେଣୁ ସବୁ ଅଞ୍ଚଳ କୁ ଦିନେ ଛାଡ଼ି ଦିନେ ଜଳ ଯୋଗାଣ କରାଯାଉଅଛି । ଜଳ ଧାରଣ କ୍ଷମତା ବୃଦ୍ଧି ପାଇଁ ନୂତନ ଟାଙ୍କି ଏବଂ ନଦୀ ରୁ ଜଳ ଉଠାଯାଉଥିବା ସ୍ଥାନ କୁ ସମ୍ପ୍ରସାରଣ କରାଯାଇଅଛି । ନଦୀ ଶୁଖିଲା ପଡ଼ିଥିବାରୁ ବର୍ଷା କୁ ହିଁ ଅପେକ୍ଷା କରାଯାଇଅଛି । ଥରେ ଦୁଇଥର ବର୍ଷା ହୋଇଗଲେ ଜଳ ଯୋଗାଣ ସ୍ଵାଭାବିକ ହୋଇପାରିବ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ