ରାଇରଙ୍ଗପୁରକୁ ଗୌରବାନ୍ଵିତ କଲେ ମେଘା ଅଗ୍ରୱାଲ;ସିଭିଲ ସର୍ଭିସ ସଫଳତା

ରାଇରଙ୍ଗପୁର, (ଅକ୍ଷୟ ବିଶ୍ବାଳ):ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ପୌରାଞ୍ଚଳର ବିଶିଷ୍ଟ ବ୍ୟବସାୟୀ ପବନ ଅଗ୍ରୱାଲା ଏବଂ ମାତା ସରିତା ଅଗ୍ରୱାଲାଙ୍କ ସୁପୁତ୍ରୀ ମେଘା ଅଗ୍ରୱାଲା ଓଡ଼ିଶା ସିଭିଲ ସର୍ଭିସ ରେ ମେଧା କ୍ରମିକ ତାଲିକାରେ ୨୫୫ ରେ ରହି ସଫଳତା ଲାଭ କରିଛନ୍ତି । ତାଙ୍କର ସଫଳତାରେ ବାମନଘାଟୀ ଉପଖଣ୍ଡ ବାସୀ ଖୁସି ବ୍ୟକ୍ତ କରିଛନ୍ତି ।ସବୁଆଡୁ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟୁଛି ।ମେଘା ପିଲାଟି ଦିନରୁ ମେଧାବୀ ଛାତ୍ରୀ ଥିଲେ ।ସେ ରାଇରଙ୍ଗପୁର ର ଅଗ୍ରଣୀ ଇଂଲିଶ ମିଡିୟମ ସ୍କୁଲ ‘କେରଳ ପବ୍ଲିକ ସ୍କୁଲ ‘ ରେ ଦଶମ ପାଶ୍ କଲା ପରେ ରାଇରଙ୍ଗପୁର ମହାବିଦ୍ୟାଳୟର ଯୁକ୍ତ ଦୁଇ କଲେଜରେ ପାଠ ପଢିଥିଲେ ।ପରେ ରେଭେନ୍ସା ମହାବିଦ୍ୟାଳୟରେ ସୋସିଓଲୋଜି ଅନର୍ସ ନେଇ ସ୍ନାତକ ପଢି ଟପର ହୋଇଥିଲେ ।ପରେ ଉତ୍କଳ ୟୁନିଭରସିଟି,ଵାଣୀବିହାରରେ ସୋସିଓଲୋଜିରେ ପିଜି କରିଥିଲେ । ବର୍ତ୍ତମାନ ସେ କୋଲକାତାର RICE ଆଇଏଏସ କୋଚିଂ ସେଣ୍ଟର ରେ ସୋସିଓଲୋଜି ବିଭାଗରେ ଶିକ୍ଷାଦାନ କରୁଛନ୍ତି ।ଏହା ତାଙ୍କର ଦ୍ବିତୀୟ ପ୍ରୟାସ ଥିଲା । ଜୀବନର ଚଲାପଥରେ ଉତ୍ଥାନ ଓ ପତନ ମଧ୍ୟରେ ଭଗବାନଙ୍କ ତାଙ୍କୁ ଯେତିକି କରୁଣା କରିଛନ୍ତି ସେତିକିରେ ସେ ଖୁବ ଖୁସ୍ । ଆଗକୁ ସେ ୟୁପିଏସି ପରୀକ୍ଷା ଦେବାପାଇଁ ପ୍ରସ୍ତୁତ ଜାରି ରଖିଛନ୍ତି । ତାଙ୍କର ସଫଳତାରେ ତାଙ୍କର ପିତାମାତା,ଵଂଧୁବାନ୍ଧବ,କେରଳ ପବ୍ଲିକ ସ୍କୁଲର ଶିକ୍ଷକ, ଶିକ୍ଷୟତ୍ରୀ, ରାଇରଙ୍ଗପୁର ଯୁକ୍ତ ୨ ବିଦ୍ୟାଳୟର ଅଧ୍ୟାପକ, ରେଭେନ୍ସା ମହାବିଦ୍ୟାଳୟର ଅଧ୍ୟାପକ,ଅଧ୍ୟାପିକା,ବାଣୀବିହାରରେ ପ୍ରଫେସର, ସାଙ୍ଗ ସାରଥୀଙ୍କ ପ୍ରେରଣା ପାଇ ସେ ସଫଳତା ହାସଲ କରିଛନ୍ତି ।ସେ କହିଛନ୍ତି କଠିନ ପରିଶ୍ରମ ଓ ସମୟର ସଦୁପଯୋଗ ନିଶ୍ଚିତ ସଫଳତାର ବାଟ ଦେଖାଇବ ବୋଲି କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ