ରାଇରଙ୍ଗପୁର ଗୋଶାଳାରେ ଗୋପାଷ୍ଟମୀ ପୂଜା

ରାଇରଙ୍ଗପୁର, (ଅକ୍ଷୟ ବିଶ୍ଵାଳ):ଆଜି ପବିତ୍ର କାର୍ତ୍ତିକ ମାସ ଶୁକ୍ଳପକ୍ଷ ଅଷ୍ଟମ ତିଥି ଗୋପାଷ୍ଟମୀ ପୂଜା ଦିବସ ।ଏହି ଦିନ ଗୋ ମାତାଙ୍କୁ ହିନ୍ଦୁ ଧର୍ମାବଲମ୍ବୀ ଲୋକେ ପୁଜାର୍ଚନା କରି ଗୋମାତାଙ୍କୁ ଆଶୀର୍ବାଦ ନେଇଥାନ୍ତି । ଦ୍ଵାପର ଯୁଗରେ ଶ୍ରୀକୃଷ୍ଣ ଓ ବଳରାମ ଙ୍କ ଠାରୁ ଏହି ପୂଜନ ଚାଲୁଅଛି ।ଗୋମାତାଙ୍କ ଦେହରେ ୩୩ କୋଟି ଦେବତା ଵସଵାସ କରନ୍ତି । ଏଥିପାଇଁ ସ୍ଵର୍ଗରୁ ଦେବତାମାନେ ମର୍ତ୍ତ୍ୟକୁ ଆସି ଗୋମାତା ଦର୍ଶନ ନିଅନ୍ତି ।କୋୖଣସି ପଶୁର ମଳ ମୂତ୍ର ପୂଜନ ହୁଏ ନାହିଁ ।କେବଳ ଗୋମାତାର ପ୍ରସ୍ତୁତ ଗୋବର ଓ ଗୋଝରଣ ପବିତ୍ର ଶୁଦ୍ଧି ଓ ଔଷଧୀୟ କାମରେ ବ୍ୟବହୃତ ହୋଇଥାଏ ।ଗାଈ ରେ ଥିବା ହାଡ଼ ଓ ନାଡି ଉପରେ ସୂର୍ଯ୍ୟ ରଶ୍ମି ପଡ଼ି ସୁବର୍ଣ୍ଣ ସାର ହୋଇଥାଏ।ସେହିଠାରୁ ସୁଵର୍ଣ ସାର ଗାଈ କ୍ଷୀର, ଲହୁଣୀ ,ଘିଅ ରେ ଥାଏ ।ଯାହା ଆମ ଶରୀର ପାଇଁ ଅମୂଲ୍ୟ ପ୍ରତିରୋଧକ ଔଷଧ ଭଳି କାମରେ ଲାଗେ ।ଆମ୍ଭେ ଵିଦେଶୀ ପ୍ରଦତ୍ତ ଔଷଧ ଖାଉ ଯାହାର ପାର୍ଶ୍ଵ ପ୍ରତିକ୍ରିୟା ଦେଖା ଦେଇଥାଏ ଯାହାକୁ କ୍ଷୀର ସେବନ କଲେ ସେହି ପାର୍ଶ୍ଵ ପ୍ରକ୍ରିୟାର ନାଶ ହୁଏ ।ରାଇରଙ୍ଗପୁରର ଅଁଳାଡୁବା ଗ୍ରାମରେ ୮ ଏକର ପରିବେଷ୍ଟିତ ପଡ଼ିଆରେ ୧୯୫୮ ମସିହାରୁ କିଛି ବଦାନ୍ୟ ଗୋପ୍ରେମୀଙ୍କ ଦ୍ଵାରା ଏକ ଛୋଟିଆ ନୁଆଁଣିଆ ଚାଳ ଘରରୁ ଗୋଶାଳା ପ୍ରତିଷ୍ଠା ହୋଇଥିଲା ।ଆଜି ତାହା ଏକ ବଡ଼ଦ୍ରୁମ ତଥା ଵଡ ଗୋଶାଳାରେ ପରିଣତ ହୋଇଛି । ଯାହା ଏବେ ରାଜ୍ୟ ସ୍ତରରେ ସୁନାମ ଆଣିଛି । ଆଜି ଗୋଶାଳା କମିଟି ତରଫରୁ ଗୋଶାଳା ପରିସରରେ ଧୂମଧାମରେ ଗୋପାଷ୍ଟମୀ ପୂଜାର୍ଚ୍ଚନା କରାଯାଉଛି ।ଆଜି ପ୍ରାତଃ ରେ ଆକର୍ଷଣୀୟ ମୃଣ୍ମୟ ଶ୍ରୀକୃଷ୍ଣ ଙ୍କ ମୂର୍ତ୍ତି ସ୍ଥାପନ କରାଯାଇ ରୀତିନୀତି ଅନୁସାରେ ପୂଜକ ଦୀନେଶ ଭରଦ୍ୱାଜ ଯଜ୍ଞ ,ହୋମ କରାଯାଇ ପୂଜାର୍ଚ୍ଚନା କରାଯାଇଥିଲା । ।କର୍ତା ଭାବରେ ଗୌରୀଶଙ୍କର ସାରଡା ଏବଂ ତାଙ୍କ ସହଧର୍ମିଣୀ ସୀମା ସାରଡା ଦାୟିତ୍ଵ ନିଭାଇଥିଲେ । ସକାଳୁ ଗୋଶାଳା ରେ ଥିବା ଗୁହାଳକୁ ସଫା କରାଯାଇ ସେଠାକାର ୪୦୦ ରୁ ଉର୍ଦ୍ଧ୍ବ ଗାଈ,ଗୋରୁ, ବାଛୁରୀ ଙ୍କୁ ସ୍ନାନ କରାଯାଇ ସେମାନଙ୍କୁ ନବ ବସ୍ତ୍ର ପରିଧାନ,ମୁଣ୍ଡରେ ଚନ୍ଦନ ତିଳକ, ସିନ୍ଦୂର, ବେକରେ ଗେଣ୍ଡୁମାଳ ଲଗାଯାଇ ପୂଜାର୍ଚ୍ଚନା କରିବା ସହ ଭୋଗରାଗ,କଦଳୀ,ଘାସ,ପିଡ଼ିଆ ଆଦି ଖାଦ୍ୟ ମନଭରି ଦିଆ ଯାଇଥିଲା । ଗୋପୂଜନ ଏବଂ ଶ୍ରୀକୃଷ୍ଣ ଙ୍କୁ ପୂଜାର୍ଚ୍ଚନା କରିବା ସହ ଆଶୀର୍ବାଦ ନେବାପାଇଁ ଆଖପାଖ ଅଂଚଳରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଗୋଶାଳା କୁ ଛୁଟି ଆସିଥିଲେ ।ଗୋପାଷ୍ଟମୀ କମିଟି ତରଫରୁ ସମସ୍ତ ଶ୍ରଦ୍ଧାଳୁଙ୍କୁ ଅନ୍ନ ବଣ୍ଟନ କରାଯାଇଥିଲା ।ଗୋପୂଜନ ଅର୍ଥ ପଶୁମାନଙ୍କୁ ଅତ୍ୟାଚାର,ହିଂସାଚରଣ,ମାରପିଟ୍ କରା ନ ଯାଇ ତାଙ୍କୁ ଭଲ ପାଇବା,ସେବା କରିବା,ଯତ୍ନ ନେବା ।ଗୋପୂଜନ କଲେ ନିଜର ,ପରିବାରର ଏବଂ ସମାଜର ରିଷ୍ଟ କଟେ ବୋଲି ଆସ୍ଥା ବିଶ୍ବାସ ଅଛି ।ଗୋମାତାଙ୍କୁ ଅସ୍ଥି ରୁ ଗୋବର ପର୍ଯ୍ୟନ୍ତ ସବୁକିଛି ମୂଲ୍ୟବାନ ଅଟେ ।ଗୋମାତା ହେଉଛନ୍ତି ଅନିଷ୍ଟ ରକ୍ଷାକାରୀ ଦେବତା । ତେଣୁ ସମସ୍ତେ ଗୋସୁରକ୍ଷା , ଗୋସୁରକ୍ଷା ନେଇ ସଚେତନ ସୃଷ୍ଟି କରିବା, ଅଧିକରୁ ଅଧିକ ଗୋଶାଳା ପ୍ରତିଷ୍ଠା କରିବା,ଗୋ ସେବା କରିବା ଉଚିତ । ଗୋଶାଳାର ସଭାପତି ଗୌରୀଶଙ୍କର ସାରଡା, ସଂପାଦକ ମୁକ୍ତିଲାଲ ଅଗ୍ରୱାଲ, କୋଷାଧ୍ୟକ୍ଷ ଭଗବତୀ ପ୍ରସାଦ ମୋଡ଼ି ଏବଂ ଅନ୍ୟ ଉପଦେଷ୍ଟା, ସଦସ୍ୟ ବୃନ୍ଦ ପରିଚାଳନା କୁ ଶୃଙ୍ଖଳା ର ସହ ଆଗେଇ ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ