ରାଜଧାନୀରେ ମାତିଛନ୍ତି ଜମି ମାଫିଆ ଯବାନଙ୍କ ଜମି ଆତ୍ମସାତ ଅଭିଯୋଗ

ଭୁବନେଶ୍ୱର,(ୱାଏନଏସ): ରାଜଧାନୀରେ ଜମି ମାଫିଆ ମାତିଛନ୍ତି। ନକଲି କାଗଜପତ୍ର କରି ମାଲିକଙ୍କ ଅଗୋଚରରେ ତାଙ୍କ ଜମିକୁ ବିକ୍ରି କରିବାରେ ସଫଳ ହେଉଛନ୍ତି। ଏହିଭଳି ଏକ ଘଟଣା ଭରତପୁର ଥାନା ଖଣ୍ଡଗିରି ନିବନ୍ଧକ ଅଧୀନ ଶ୍ୟାମପୁର ମୌଜାରେ କେଇବାକୁ ମିଳିଛି। ଜଣେ ଯବାନଙ୍କ ଜମିକୁ ନକଲି କାଗଜପତ୍ର ବଳରେ କିଣାବିକା କରି ନିଜ ପକେଟ ଗରମ କରିଛନ୍ତି। ଉକ୍ତ ଜମିକୁ ଫେରିପାଇବା ଲାଗି ଯବାନଙ୍କ ପରିବାର ଲୋକ ବାରଦୁଆର ଶୁଣ୍ଡିପିଣ୍ଡା ହେଉଛନ୍ତି। ଥାନା ଓ ଅଦାଲତ ଦୌଡ଼ି ହାଲିଆ ହେଲେଣି, ତଥାପି ଜମି ଫେରି ପାଇପାରିନାହାନ୍ତି। ମାଫିଆଙ୍କ କବଳରୁ ଉକ୍ତ ଜମିକୁ ମୁକ୍ତ କରିବା ଲାଗି ମଙ୍ଗଳବାର ଉତ୍କଳ ସାମ୍ବାଦିକ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମୃତ ଯବାନଙ୍କ ପୁଅ ସୟଦ ଆବିଦ ଅଲ୍ଲୀ ସରକାରଙ୍କୁ ନିବେଦନ କରିଛନ୍ତି।
ଶ୍ରୀ ଅଲ୍ଲୀଙ୍କ ଅଭିଯୋଗ ଅଭିଯୋଗ ଅନୁସାରେ, ବାଲିପାଟଣା ଥାନା ଅଠାନ୍ତରସ୍ଥିତ ବେଙ୍ଗବତୀ ବସ୍ତିର ସୟଦ ବାସର ଅଲ୍ଲୀଙ୍କୁ ଶ୍ୟାମପୁର ମୌଜାରେ ସରକାର ୧୯୭୩ ମସିହା ନଭେମ୍ବର ୨୬ରେ ଯବାନ ନଥି ପଡ଼ିଆ ନମ୍ବର-୯୦୧/୬୭୬୮ରେ ୫୦୦୦ ଡିସିମିଲି ଜମିର ପଟ୍ଟା ପ୍ରଦାନ କରିଥିଲେ। ୧୯୮୦ରେ ଉକ୍ତ ଜମିରୁ ୨୦୦୦ ଡିସିମିଲି ଜମିକୁ ତହସିଲଦାରଙ୍କ ଅନୁମତିକ୍ରମେ ସୟଦ ବାସର ଅଲ୍ଲୀ ବିକ୍ରି କରିଥିଲେ। ଅବଶିଷ୍ଟ ଜମିକୁ ୨୦୦୯ ସେପ୍ଟେମ୍ବର​‌େ​‌ର କିଛି ମାଫିଆ ମିଶି ସୟଦ ବାସର ଅଲ୍ଲୀଙ୍କ ନକଲି ଦସ୍ତଖତ କରି କିଣାବିକା କରିଥିଲେ। ଶ୍ରୀ ଅଲ୍ଲୀ ଏସଂକ୍ରାନ୍ତରେ ଜାଣିବା ପରେ ଥାନା ଦ୍ବାରସ୍ଥ ହୋଇଥିଲେ। ପୁଲିସ ତଦନ୍ତ କରିବା ପରେ କିଣିଥିବା ବ୍ୟକ୍ତିମାନେ ଥାନାରେ ପହଞ୍ଚି ଉକ୍ତ କିଣାବିକାରୁ ଓହରି ଯିବା ଲାଗି ରାଜି ହୋଇଥିଲେ। ପରବର୍ତ୍ତି ସମୟରେ ସେମାନେ ଆଉ ଧରାଛୁଆଁ ଦେଇନଥିଲେ। ଘଟଣାର ସମାଧାନ କରିବା ବଦଳରେ ସେମାନେ ଅଦାଲତଙ୍କ ଦ୍ବାରସ୍ଥ ହୋଇଥିଲେ। ଅଦାଲତ ତାଙ୍କ ଆବେଦନକୁ ଖାରଜ କରିଥିଲେ। ଫଳରେ ସେମାନଙ୍କ ଦଲିଲ ଖାରଜ କରିବା ଲାଗି ଶ୍ରୀ ଅଲ୍ଲୀ ଅଦାଲତରେ ମାମଲା କରିଥିଲେ। ଅଦାଲତରେ ମାମଲା ବିଚାରଧୀନ ଥିବା ବେଳେ ଆଉ କିଛି ମାଫିଆ ପହଞ୍ଚି ସୟଦ ବାସର ଅଲ୍ଲୀଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ଜମି ଲେଖାଇ ନେଇଥିଲେ। ଏହି ଘଟଣା ଜାଣିବା ପରେ ସୟଦ ଆବିଦ ଅଲ୍ଲୀ ଅଦାଲତଙ୍କୁ ଅବଗତ କରାଇଥିଲେ। ଏସବୁ ନକଲି ଦଲିଲକୁ ଖାରଜ କରିବା ଲାଗି ଅଦାଲତଙ୍କ ନିର୍ଦେଶ ରହିଛି। ଏହାକୁ କାର୍ଯ୍ୟକାରୀ କରିବା ଲାଗି ନିବନ୍ଧକ ଦିନ ଗଡ଼ାଉଥିବା ଆବିଦ ଅଭିଯୋଗ କରିଛନ୍ତି। ଯବାନଙ୍କୁ ମିଳିଥିବା ଜମିକୁ ମାଫିଆଙ୍କ କବଳରୁ ମୁକ୍ତ କରିବା ଲାଗି ଆବିଦ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ