ରାଜସ୍ବ ବିଭାଗ ଓ କ୍ରସର ମାଲିକଙ୍କ ମଧୁଚନ୍ଦ୍ରିକାରେ କୋଟିକୋଟି ଟଙ୍କାର ରାଜସ୍ୱ କ୍ଷତି
ମୁନିଗୁଡା,(ୱାଏନଏସ ):ରାୟଗଡା ଜିଲ୍ଲା ମୁନିଗୁଡା ତହସିଲ ଅଧିନରେ ଥିବା ବିଭିନ୍ନ ପଥର କ୍ବାରୀ ଓ ପଥର ଵଣି ସମେତ ଵିଭିନ୍ନ ନଦୀ ନାଳରୁ ପଥର ଓ ବାଲି ମାଫିଆଙ୍କର ଭୂସ୍ବର୍ଗ ପାଲଟିଛି। ରାଜସ୍ବ ଵିଭାଗ ଓ ଜଙ୍ଗଲ ବିଭାଗ ଏଵଂ ମାଇନିଂଗ ଅଧିକାରୀଙ୍କ ସଲା ସୁତରାରେ ବହୁତ କ୍ଷେତ୍ରରେ ଵିନା ରୟାଲଟିରେ ପଥର ଓ ବାଲି ଚାଲାଣ ହେଊଛି।ତାହାପୂଣି ସର୍ବାଧୀକ ଦାମରେ ମାଫିଆ ମାନେ ସାଧାରଣ ଲୋକର ଘର ନିର୍ମାଣ ପାଇଁ ବିକ୍ରି କରୁଥିବା ଶୁଣିବାକୁ ମିଳିଛି। ଅମ୍ବାଦଳା,ଜଗଦଲପୁରୁ,ମଧୁମୁଣ୍ଡା ଅଞ୍ଚଳରେ ହୋଇଥିବା ପଥର କ୍ରସର ମାଲିକ ମାନେ ତାଙ୍କର ପାଇଥିବା ନିର୍ଦ୍ଧିଷ୍ଟ ପଥର କ୍ବାରିରୁ ପଥର ନେଵା ସହ ଅନ୍ୟ ପଥର ଚାଞ୍ଚଡାରୁ ଵ୍ଲାଷ୍ଟିଂ କରି ଚୋରି କରି ପଥର ଅଣା ଯାଉଥିବା ଅଭିଯୋଗ ହେଲେ ମଧ୍ୟ ତହସିଲଦା କର୍ଣ୍ଣପାତ ନକରି କହିଛନ୍ତି ଆମେ ମାଇନିଂଗ ଵିଭାଗକୁ ଦେଇଦେଇଛୁ। ହେଲେ କ୍ରସର ଚଳାଇବାକୁ ଥିବା ନିତି ନିୟମକୁ କ୍ରସର ମାଲିକ ମାନୁ ନଥିବାରୁ ରାସ୍ତାରେ ଯାଉଥିବା ବାଟୋଇଙ୍କ ଆଖିରେ କ୍ରସର ଗୁଣ୍ଡ ପଡି ଆଖି ଖରାପ ହେଉଥିବା ଅଭିଯୋଗ ହେଊଛି।ଏପରି ଅସ୍ବାଭାବିକ ପରିସ୍ଥିତି ଦେଖିବାକୁ ମିଳିଛି ଏହି ତହସିଲର ମଧୁମୁଣ୍ଡା ପଥର କ୍ରସରରେ।ପୁର୍ତ୍ତବିଭାଗ ରାସ୍ତା ଠାରୁ ମାତ୍ର ଦୁଇ କିମି ଦୂରତା ତାରାବାଡି ସଂରକ୍ଷୀତ ଜଙ୍ଗଲ ଠାରୁ ୩୮୫ ମିଟର ଦୂରକୁଲାଗି ରହିଥିବା,ବଡ଼ ଜଙ୍ଗଲ ଖାତାନମ୍ବର ୧୧ ପ୍ଲଟ ନମ୍ବର ୮୦ ଏଥିରୁ ପ୍ରାୟ ଚାରି ବର୍ଷହେଵ ପାହାଡକୁ ବାରୁଦ ଦ୍ୱାରା ବ୍ଲାଷ୍ଟିଙ୍ଗ କରି ଲକ୍ଷ ଲକ୍ଷ ଟଙ୍କାର ଜଗଲ ସଂପଦ ନଷ୍ଟ କରି ହଜାର ହଜାର ଟ୍ରକ ପଥର ଲୋଡ କରି ମଧୂମୁଣ୍ଡା କ୍ରସରକୁ ବୋହି ଆଣୁଥିବା ନେଇ ଅଭିଯୋଗ କରିଛନ୍ତି ଅଞ୍ଚଳ ବାସୀ । ଏନେଇ ଅନେକବାର ତେଲେଙ୍ଗାପଦର ଆର ଆଇଙ୍କ ପ୍ରତିକ୍ରିୟା ନେଵାରୁ ସେକହିଲେ କି ପଥରକୁଆରୀକୁ ଲିଜରେ ନେଇଛନ୍ତି ବୋଲି କହି ଫୋନ କାଟିଦେଲେ । ଏନେଇ ରାୟଗଡ଼ା ଜିଲ୍ଲା ମାଇନିଙ୍ଗ ଅଫିସରଙ୍କୁ ଫୋନ ଜରିଆରେ ଯୋଗା ଯୋଗ କରିବାରୁ କହିଥିଲେ ତାରାବାଡି ଏରିୟାରେ କୌଣସି ପଥର କୁଆରିକୁ ଲିଜ ଦିଆଯାଇ ନାହିଁ,ଯଦି ଵେନୀୟମ ଭାବେ ପଥର ଲିଫ୍ଟିଂ ହେଉଛି ଆମେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ। କିନ୍ତୁ ଅଜିପର୍ଯ୍ୟନ୍ତ୍ କୌଣସି କାର୍ଯ୍ୟାନୁଷ୍ଠାନ ନକରି ପକେଟରେ ରଖି ରାଜସ୍ବ ବିଭାଗ, ବନ ବିଭାଗ, ମାଇନିଙ୍ଗ ବିଭାଗଙ୍କ ମିଳିତ ସଲାସୁତରାରେ ଗୋଟେ ପାହାଡର ପଥର ଖାଲି ହେଲେ ଅନ୍ୟ ପାହାଡକୁ ବ୍ଲାଷ୍ଟିଙ୍ଗକରି କୋଟି କୋଟି ଟଙ୍କାର ଜଙ୍ଗଲ ସଂପଦ ନଷ୍ଟକରାଯାଇ ପଥର ମାଫିଆ ମାଲେମାଲ ହେଉଛନ୍ତି ଫଳରେ ରାଜସ୍ବ ହାନୀ ଘଟୁଛି ।ଏଵେ ପଥର କ୍ଵାରୀ ପାହାଡର ଅସ୍ଥିତ୍ବ ହରାଇ ବସିଲାଣି । ପୂର୍ବ ସରକାରଙ୍କ ସମୟରେ ଵେନୀୟମ ଭାବେ କ୍ବାରୀରୁ ପଥର ଚୋରୀକରି କ୍ରସରକୁ ଆଣୁଥିବା ଅଭ୍ୟାସ ମୋହନ ସରକାରଙ୍କ ସମୟରେ ପୁରୁଣା ଢାଞ୍ଚାରେ କ୍ରସର ଚାଲୁଛି ।ତେଣୁ ଜନ ସାଧାରଣଙ୍କ ପକ୍ଷରୁ ନୂତନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏଥି ପ୍ରତି ଗୂରୁତ୍ଵ ଦେଈ ମୁନିଗୁଡା ତହସିଲ ଅଧିନସ୍ଥ କ୍ରସର ସମେତ ବହୁ ଚର୍ଚ୍ଚିତ ମଧୁମୁଣ୍ଡା କ୍ରସରର କ୍ଷମତା କେତେ ଏଵଂ ଆଦେଶ ମୂତାବକ ସଠିକ ପରିମାଣର ନିର୍ଦ୍ଧିଷ୍ଟ ଲିଜ କ୍ବାରୀରୁ ପଥର ଆଣୁଛନ୍ତୀକି ନାହିଁ,ଲେବର ଠାରୁ ଆରମ୍ଭ କରି ପଲୁସନ ପର୍ଯ୍ୟନ୍ତ ସମସ୍ତ ଦିଗକୁ ଦେଖି ତଦନ୍ତ କରାଯିବାକୁ ଅଞ୍ଚଳଵାସୀ ଦାବି କରିଛନ୍ତି। ପଥର ବ୍ଲାଷ୍ଟିଙ୍ଗଯୋଗୁ ଏହାର ପ୍ରଭାବରେ ସମ୍ବେଦନଶିଳ ଅଞ୍ଚଳର ପ୍ରାକୃତିକ ସୌନ୍ଧର୍ଯ୍ୟ ଉଜୁଡ଼ି ଯିବା ସହ ବୃକ୍ଷଲତା ଓ ଜୀବ ଜନ୍ତୁଙ୍କ ପ୍ରତି ପ୍ରଭାବ ପଡୁଛି । ଅନ୍ୟ ପଟେ ପଥର କୁଆଁରୀ ନିକଟରେ ଜନବସତି ଥିଲେ ମଧ୍ୟ ଏହାକୁ ଖାତିରି ନକରି ବିସ୍ପୋରଣ କରାଯାଇ ପଥର ଖନନ କରାଯାଉଛି ବୋଲି ଅଞ୍ଚଳ ବାସୀ ଅଭିଯୋଗ କରିଛନ୍ତି ।ଏହାର ଊପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ରାଜସ୍ବ ବୃଦ୍ଧି କରାଯାଉ ଵୋଲି ଵୁଦ୍ଧିଜୀଵୁମାନେ ସ୍ବର ଉଠାଇଛନ୍ତି।