ରାଜ୍ୟରେ କମିବ ଶୀତ, ଏହି ସବୁ ଜିଲ୍ଲାକୁ ସତର୍କ ସୂଚନା ଜାରି

ଭୁବନେଶ୍ୱର, (ସମୀର ରଞ୍ଜନ ନାୟକ):ରାଜ୍ୟରେ ଆସନ୍ତାକାଲିଠୁ ରାତି ତାପମାତ୍ରା ବଢିବା ସହିତ ଶୀତର ପ୍ରକୋପ କମିବ । ଏନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ପଶ୍ଚିମା ଝଡ ପ୍ରଭାବରେ ରାଜ୍ୟରେ ଶୀତ କମିବା ନେଇ ସମ୍ଭାବନା ରହିଛି ।ଅନ୍ୟପଟେ କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକରେ ହାଡ଼ ଭଙ୍ଗା ଶୀତର ଲହରି ସହ ତୁଷାରପାତ ହୋଇଛି। ୫ ଡଗ୍ରୀ ତଳକୁ ଖସିଛି ପାରଦ। ବ୍ଲକର ବିଭିନ୍ନ ସ୍ଥାନରେ ତୁଷାର ପାତ ହୋଇଛି। ହାଡଭଙ୍ଗା ଶୀତରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଦିନ ଦଶଟା ପର୍ଯ୍ୟନ୍ତ ସାରା ଅଞ୍ଚଳକୁ କୁହୁଡିରେ ଢାଙ୍କି ରହୁଛି। କୁହୁଡି ସକାଶେ ରାସ୍ତାର ୧୦ ମିଟର ଦୂରତା ପରେ କିଛିବି ଦେଖାଯାଉନି ।ଆସନ୍ତା ଦୁଇ ଦିନ ରାଜ୍ୟରେ କୁହୁଡ଼ି ଦୃଶ୍ୟମାନ ହୋଇପାରେ। ସୋମବାର ଖୋର୍ଦ୍ଧା, ପୁରୀ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ନୟାଗଡ଼, କଳାହାଣ୍ଡି, କନ୍ଧମାଳ, ସୁନ୍ଦରଗଡ଼, କୋରାପୁଟ ଓ କଟକରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ଦେଖାଯିବ। ସେହିପରି ମଙ୍ଗଳବାର ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, କଟକ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ନୟାଗଡ଼, କଳାହାଣ୍ଡି, କନ୍ଧମାଳ ଓ ସୁନ୍ଦରଗଡ଼ରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ଦୃଶ୍ୟମାନ ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ