ରାଜ୍ୟସ୍ତରୀୟ ଖୋ ଖୋ ପ୍ରତିଯୋଗିତା କିସ୍ ବିଜେତା

ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ):ପାଟପୁର ସ୍ଥିତ ବିଶ୍ୱାସ ରାୟ ବିଜ୍ଞାନ ମହାବିଦ୍ୟାଳୟ ମିନି ଷ୍ଟାଡିୟମରେ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଆନୁକୁଲ୍ୟ ରେ ରାଜ୍ୟ ସ୍ତରୀୟ ଯୁକ୍ତ ଦୁଇ ଆନ୍ତଃ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବାଳକ( ପୁରୁଷ) ବିଭାଗ ଖୋ ଖୋ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇ ଯାଇଅଛି। ଆୟୋଜିତ ଟୁର୍ଣ୍ଣାମେଣ୍ଟ ପ୍ରତିଯୋଗିତା ରେ ରାଜ୍ୟର ଛଅଟି ଜୋନ୍ ର ବିଜେତା ଦଳ ଅଂଶ ଗ୍ରହଣ କରିଥିଲେ। ଫାଇନାଲ୍ ମ୍ୟାଚ ରେ ପାଟପୁର ସ୍ଥିତ ବିଶ୍ୱାସ ରାୟ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଦଳ ବନାମ ଭୁବନେଶ୍ୱର ସ୍ଥିତ କିସ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଦଳ ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳିଥିଲା। ପରିଶେଷରେ କିସ୍ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ବିଜେତା ହୋଇଥିଲା। ମୁଖ୍ୟ ଅତିଥି ଭାବେ ସାନଖେମୁଣ୍ଡି ତହସିଲଦାର ମୁଖ୍ୟ ଅତିଥି ଭାବେ ରାମଚନ୍ଦ୍ର ପଟ୍ଟନାୟକ ଯୋଗଦେଇ ବିଜୟୀ ଦଳ କୁ ମାନପତ୍ର ସହ ପୁରସ୍କାର ପ୍ରଦାନ କରି ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟର କାମନା କରିଥିଲେ ଏବଂ ସମ୍ମାନନୀୟ ଅତିଥି ରୂପେ ଅଧ୍ୟକ୍ଷ ପ୍ରଫୁଲ୍ଲ ଚନ୍ଦ୍ର ମହାରଣା, ଖେଳ ଶିକ୍ଷକ ସଂଘ ଉପଦେଷ୍ଟା ସଚିଦାନନ୍ଦ ଦାଶ, ରାଜ୍ୟ ସ୍ତରୀୟ ଖେଳାଳୀ ଚୟନ କମିଟି ସଦସ୍ୟ କେ. ସି. ରାଉତ ଯୋଗ ଦେଇଥିଲେ । ପାଟପୁର ମହାବିଦ୍ୟାଳୟ ରେ ଏପରି ରାଜ୍ୟସ୍ତରୀୟ କ୍ରୀଡ଼ା ଆଗାମୀ ଭବିଷ୍ୟତ ରେ କରିବା ପାଇଁ ମତ ପ୍ରକାଶ କରିଥିଲେ। କ୍ରୀଡ଼ା ସଂସଦ ଉପ ସଭାପତି ତଥା ରସାୟନିକ ବିଜ୍ଞାନ ବିଭାଗ ମୁଖ୍ୟ ଡ କୈଳାସ ଚନ୍ଦ୍ର ସ୍ଵାଇଁ, ସହଯୋଗୀ ସଦସ୍ୟ ଅଧ୍ୟାପିକା ଡ. ଶାରଦା ପରିଚାଳନା କରିଥିଲେ। କ୍ରୀଡ଼ା ପରିଚାଳନା ରେ କ୍ରୀଡ଼ା ଶିକ୍ଷକ ଲକ୍ଷ୍ମଣ ସାହୁ, ମ୍ୟାଚ ରେଫ୍ରି ଭାବେ ଦାମୋଦର ପ୍ରଧାନ, ରାମକୃଷ୍ଣ ପାଣିଗ୍ରାହୀ, ଅମ୍ପାୟର୍ ଭାବେ ଦିଲ୍ଲୀପ ବାଘସିଙ୍ଘ, ରାଜା ସିଙ୍ଘ, ଅଜୟ ସ୍ଵାଇଁ ଏବଂ ସ୍କୋରର୍ ଭାବେ ରାକେଶ ପ୍ରଧାନ, ରାଜେନ୍ଦ୍ର ଲେଙ୍କା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଏବଂ ଛାତ୍ର ଛାତ୍ରୀ ଉପସ୍ଥିତ ରହି ଖେଳାଳୀ ଙ୍କୁ ଉତ୍ସାହିତ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ