ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୪ ଉଦ୍‍ଯାପିତ

ଆସିକା, (ଯୁଗାବ୍ଦ ନ୍ୟୁଜ):ଓଡିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଭୁବନେଶ୍ୱର ୟୁନିଟ୍‍-୩ ସ୍ଥିତ କ୍ୟାପିଟାଲ୍‍ ହାଇସ୍କୁଲ ପରିସରରେ ଗତ ୧୨ ତାରିଖ ଠାରୁ ୩ ଦିନ ବ୍ୟାପୀ ଚାଲିଥିବା ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୪ ଉଦ୍‍ଯାପିତ ହୋଇଯାଇଛି । ଏହି ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ସୁରଭିରେ ଅଂଶଗ୍ରହଣ କରି ଆସିକା ବ୍ଳକ ଅନ୍ତର୍ଗତ ନିମିନା ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀର ମେଧାବୀ ଛାତ୍ର ଚନ୍ଦ୍ରଶେଖର ଜେନା କୃତିତ୍ୱ ହାସଲ କରି ସ୍ଥାନୀୟ ଅଞ୍ଚଳ ପାଇଁ ଗର୍ବ ଓ ଗୌରବ ଆଣିଥିବା ଲକ୍ଷ୍ୟ କରାଯାଇଛି । ଆସିକା ଏନ୍‍ଏସି ଅଧିନସ୍ଥ ୧୪ ନମ୍ବର ୱାର୍ଡର ନିରଂଜନ ନଗରର ବାସିନ୍ଦା ତଥା ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ବାବନପୁର କ୍ଳଷ୍ଟରର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶିବଶଙ୍କର ଜେନା ଓ ଗୃହିଣୀ ଭାଗ୍ୟଲତା ଜେନାଙ୍କ ସୁପୁତ୍ର ଚନ୍ଦ୍ରଶେଖର ଜେନା ଆସିକା ବ୍ଳକସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଓ ଗଂଜାମ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭିରେ କନିଷ୍ଠ କୁଇଜ୍‍ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିବା ପରେ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ସୁରଭିରେ ମଧ୍ୟ ଅଂଶଗ୍ରହଣ କରି ସଫଳତା ହାସଲ କରିଥିବା ଜଣାପଡିଛି । ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୪ କାର୍ଯ୍ୟକ୍ରମରେ କନିଷ୍ଠ କୁଇଜ୍‍ ବିଭାଗରେ ୩୦ଟି ଜିଲ୍ଲାର ପ୍ରତିଯୋଗୀମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିବା ପ୍ରତିଯୋଗିତାରେ ନିମିନା ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ମେଧାବୀ ଛାତ୍ର ଚନ୍ଦ୍ରଶେଖର ଜେନା ଶ୍ରେଷ୍ଠ ପ୍ରଥମ ସ୍ଥାନ ଅଧିକାରୀ କରି ରାଜ୍ୟର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ ଏବଂ ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀମତୀ ଅନନ୍ୟା ଦାଶଙ୍କ ସମେତ ବହୁ ବରିଷ୍ଠ ପଦାଧିକାରୀଙ୍କ ଠାରୁ ପୁରସ୍କୃତ ହୋଇଥିଲେ । ଏହି ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମରେ ଦ୍ୱିତୀୟ ଓ ତୃତୀୟ ଦିବସରେ ବିଦ୍ୟାଳୟ ଓ ଗଣଶିକ୍ଷା ସାଂସ୍କୃତିକ ସଂସଦ ପକ୍ଷରୁ ଆୟୋଜିତ ହୋଇଥିବା ମାନସିକ ଦକ୍ଷତା ପ୍ରତିଯୋଗିତାରେ ମଧ୍ୟ ଆସିକା ମାଟିର ସୁନାପୁଅ ତଥା ମେଧାବୀ ଛାତ୍ର ଚନ୍ଦ୍ରଶେଖର ଜେନା ସାରା ରାଜ୍ୟରେ କନିଷ୍ଠ ବର୍ଗରେ ପ୍ରଥମ ସ୍ଥାନ ଓ ଇଂରାଜୀ ପ୍ରହେଳିକା ପ୍ରତିଯୋଗିତାରେ ଭାଗନେଇ ସାରା ରାଜ୍ୟରେ ତୃତୀୟ ସ୍ଥାନ ଅଧିକାରୀ କରି ଟ୍ରଫି ଓ ମାନପତ୍ର ପାଇଥିବା ଜଣାପଡିିଛି । ସେହିଭଳି ଓଡିଶାର କଳା ଓ ସଂସ୍କୃତି ତଥା ଓଡିଆ ଅସ୍ମିତା ଉପରେ ପର୍ଯ୍ୟବେଷିତ ସ୍ଳୋଗାନ୍‍ ପ୍ରତିଯୋଗିତାରେ ମଧ୍ୟ ଭାଗ ନେଇ ସାରା ରାଜ୍ୟରେ ମେଧାବୀ ଛାତ୍ର ଚନ୍ଦ୍ରଶେଖର ଜେନା ତୃତୀୟ ସ୍ଥାନ ଅଧିକାର କରି ନିଜର ଶ୍ରେଷ୍ଠତ୍ୱକୁ ବଜାୟ ରଖିବାରେ ସକ୍ଷମ ହୋଇପାରିଥିବା ଜଣାପଡିଛି । ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି କୃତିତ୍ୱ ହାସଲ କରିଥିବା ଆସିକାର ମେଧାବୀ ଛାତ୍ର ଚନ୍ଦ୍ରଶେଖର ଜେନାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟୁଥିବା ବେଳେ ତାଙ୍କୁ ଆସିକା ବିିଇଓ ମୁନ୍‍ରାଣୀ ମହାନ୍ତି, ପ୍ରାକ୍ତନ ବିଇଓ ଭାସ୍କର ଲେଙ୍କା,ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ଭାଗିରଥୀ ପାତ୍ର ଓ ବିଭୁନନ୍ଦନ ପଣ୍ଡା, ନିମିନା ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଦୁର୍ଯ୍ୟୋଧନ ବେହେରା, ଶିକ୍ଷକ ଅନନ୍ୟ।। ରଥ, ସବିତା କୁମାରୀ, ମଧୁସୂଦନ ବେହେରା, ଅଜୟ କୁମାର ପରିଡା, ପ୍ରିୟଙ୍କା ମାଝୀ, ମିନାକ୍ଷୀ ମହାପାତ୍ର, ଶୁଭମ୍‍ କୁମାର ପାଣିଗ୍ରାହୀ, ରାଜେଶ୍‍ କୁମାର ସ୍ୱାଇଁ, ଅନିତା ଜେନା, ତ୍ରିନାଥ ବେହେରା, ବାଳକୃଷ୍ଣ ହୋତା, ସୁରେନ୍ଦ୍ର ବେହେରା, ସନ୍ତୋଷ କୁମାର ବେହେରା, ରାମନାଥ ପଟ୍ଟନାୟକ, ଅମୀୟସିନ୍ଧୁ ମୁନି, ଦିଲୀପ କୁମାର ପରିଡା, ମନୋଜ କୁମାର ମିଶ୍ର, ମନୋଜ କୁମାର ବେହେରା, ସତ୍ୟନାରାୟଣ ସେଠୀ, ରଂଜିତା ପାତ୍ର, ନରେଶ୍‍ ବର୍ମା, ରୁଦ୍ରନାରାୟଣ ଜେନା, ଚିତ୍ରସେନ ସେଠୀ, ବିଜୟଲକ୍ଷ୍ମୀ ସାହୁ, ସାନ୍ତୁନୁ କୁମାର ନାୟକ, ସବିତା କୁମାରୀ ପାଢୀ, ନିରଜା କାର୍ଜୀ, ସଂଯୁକ୍ତା ତ୍ରିପାଠୀ, ଗୀତାଞ୍ଜଳୀ ମହାପାତ୍ର, ସୁନିଲ୍‍ କୁମାର ମିଶ୍ର, ସୁନିଲ୍‍ ନାହାକ, ସୁମନ ବାଡତ୍ୟା, ସତ୍ୟପ୍ରିୟ ରଥ, ପ୍ରଭାତ କୁମାର ମିଶ୍ର ପ୍ରମୁଖ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇବା ସହ ଉଜ୍ଜଳ ଭବିଷ୍ୟତ କାମନା କରିଥିବା ଲକ୍ଷ୍ୟ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ