ରାଜ୍ୟ ଆରକ୍ଷୀ ମହାନିର୍ଦେଶକଙ୍କ କନ୍ଧମାଳ ଗସ୍ତ ବିଭିନ୍ନ ସ୍ଥିତି ର ସମୀକ୍ଷା କଲେ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଅଭୟ ରବିବାର ଦିନ କନ୍ଧମାଳ ଜିଲ୍ଲା ଗସ୍ତ କରି ବାମପନ୍ଥୀ ସନ୍ତ୍ରାସବାଦ ଓ କୋଭିଡ – ୧୯ ସ୍ଥିତି ର ସମୀକ୍ଷା କରିଥିଲେ। ଏହି ଗସ୍ତ ସମୟରେ ସେ ଦୁର୍ଗମ ଅଞ୍ଚଳ ଵାଲାନ୍ଦାପଡା ଠାରେ ଥିବା କମ୍ପାନୀ ଅପରେଟିଂ ବେସ୍ ପରିଦର୍ଶନ କରି ସିଆରପିଏଫ ଯବାନ ଙ୍କ ସହ ଆଲୋଚନା କରିଥିଲେ ଓ ସେମାନଙ୍କୁ ଉତ୍ସାହିତ କରିଥିଲେ। ଵାଲାନ୍ଦାପଡା ଠାରେ ଥିବା ପୋଲିସ ଫାଣ୍ଡିକୁ ମଧ୍ୟ ଶ୍ରୀ ଅଭୟ ପରିଦର୍ଶନ କରି ଉପସ୍ଥିତ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ। ଏହାପରେ ସେ ଫୁଲବାଣୀ ଠାରେ ପୋଲିସ ରିଜର୍ଭ କାର୍ଯ୍ୟାଳୟ ବୁଲି ଦେଖିବା ସହ କର୍ମଚାରୀଙ୍କ ପାଇଁ ଉଦ୍ଧିଷ୍ଟ କଲ୍ୟାଣ କାର୍ଯ୍ୟକ୍ରମ ଓ ଜିଲ୍ଲାରେ କୋଭିଡ-୧୯ ର ପ୍ରସ୍ତୁତି ଏବଂ ଜନ ସଚେତନତା କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ। ସେ ମଧ୍ୟ ପୋଲିସ କର୍ମଚାରୀଙ୍କ ସହ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ ଏବଂ ଜିଲ୍ଲା ପୋଲିସର ଭଲ କାର୍ଯ୍ୟକୁ ପ୍ରଶଂସା କରିଥିଲେ। ଜିଲ୍ଲାରେ କୋଭିଡ-୧୯ ସଂପର୍କିତ ନିୟମ ସଠିକ କାର୍ଯ୍ୟକାରୀ କରାଯାଉଥିବା ଏବଂ ପୋଲିସ କର୍ମଚାରୀଙ୍କ ମନବଳ ଉଚ୍ଚଥିବା ଅନୁଭବ କରିଥିଲେ। ଏହି ଅବସରରେ ଡି-ଜି-ପି ପୋଲିସ ବାରାକ୍ ପରିଦର୍ଶନ କରି କୋଭିଡ–୧୯ ନିୟମାବଳୀ ଅନୁସାରେ ସାମାଜିକ ଦୂରତ୍ୱ ଓ ପରିଷ୍କାର ପରିଚ୍ଛନତା କାର୍ଯ୍ୟର ଅନୁଧ୍ୟାନ କରିଥିଲେ। ପରେ ଶ୍ରୀ ଅଭୟ ଜିଲ୍ଲା ପୋଲିସ କାର୍ଯ୍ୟାଳୟ ଠାରେ ଜିଲ୍ଳାର ବରିଷ୍ଠ ଅଧିକାରୀଙ୍କ ସହ ବାମପନ୍ଥୀ ସନ୍ତ୍ରାସବାଦ, ଆଇନ ଶୃଙ୍ଖଳା ଓ କୋଭିଡ–୧୯ ପରିସ୍ଥିତି ଉପରେ ସମୀକ୍ଷା କରିଥିଲେ। କନ୍ଧମାଳ ଜିଲ୍ଳାପାଳ ଡ଼.ବୃନ୍ଦା.ଡି. ମଧ୍ୟ ଏହି ଅବସରରେ ଆରକ୍ଷୀ ମହାନିର୍ଦ୍ଦେଶକଙ୍କୁ ସାକ୍ଷାତ କରି ଜିଲ୍ଳାର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଅବଗତ କରିଥିଲେ। ଦକ୍ଷିଣାଞ୍ଚଳ ରେଂଜ ଡି-ଆଇ-ଜି ସତ୍ୟବ୍ରତ ଭୋଇ ଓ କନ୍ଧମାଳ ଆରକ୍ଷୀ ଅଧିକ୍ଷକ ପ୍ରତୀକ ସିଂହ ପ୍ରମୁଖ ଏହି ଗସ୍ତ ସମୟରେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ