ରାଜ୍ୟ କୃଷକ ମୋର୍ଚ୍ଚା ସଭାପତିଙ୍କ ନବରଙ୍ଗପୁର ମଣ୍ଡି ପରିଦର୍ଶନ

ନବରଙ୍ଗପୁର,(ୱାଇଏନଏସ): ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ମହେଶ୍ୱର ସାହୁ ଆଜି ଦିନିକିଆ ନବରଙ୍ଗପୁର ଜିଲ୍ଲା ଗସ୍ତ ରେ ଆସି ମଣ୍ଡି ରେ ଚାଷୀମାନଙ୍କ ସହ ଆଲୋଚନା କରିଛନ୍ତି। ଶ୍ରୀ ସାହୁ ନବରଙ୍ଗପୁର ନିୟନ୍ତ୍ରିତ ବଜାର କମିଟି ପରିସରରେ ଚାଲି ଥିବା ଧାନ ମଣ୍ଡି ସ୍ଥଳ ପରିଦର୍ଶନ କରି କିଭଳି ଚାଷୀଙ୍କ ଧାନ କିଣା ଯାଉଛି ତାହା ତଦାରଖ କରିଛନ୍ତି । ମଣ୍ଡି କୁ ଧାନ ଆଣିଥିବା ଚାଷୀ ମାନଙ୍କ ସହ ଆଲୋଚନା କରି କଟନୀ ଛଟନି ହେଉଛି କି ନାହିଁ, ଅଖା ବସ୍ତା ଦିଆଯାଉଛି କି ନାହିଁ, ଟୋକେନ ସମସ୍ୟା ଅଛି କି ନାହିଁ ଆଦି ସମସ୍ତ ବିଷୟ ରେ ଚାଷୀଙ୍କୁ ପଚାରି ବୁଝିଥିଲେ। ଚାଷୀ ମନେ ଆଣିଥିବା ଧାନ ର ମାନ ପରୀକ୍ଷା ସମ୍ପର୍କ ରେ ଅବଗତ ହେବା ସହ ତଥ୍ୟ ସଂଗ୍ରହ କରିଥିଲେ। ଏହି ଗସ୍ତ ସମୟ ରେ ଜିଲ୍ଲା ବିଜେପି ସଭାପତି ଜଗଦୀଶ ବିଷୋୟୀ, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ରମାପତି ବିଷୋୟୀ ଙ୍କ ସହ ବିଜେପି କର୍ମକର୍ତ୍ତା ଉପସ୍ଥିତ ଥିଲେ। ରାଜ୍ୟ ସରକାର ନିଜ ପ୍ରତିଶ୍ରୁତି ପାଳନ କରି ଚାଷୀଙ୍କୁ ୩୧୦୦ ଟଙ୍କା ସହାୟକ ମୂଲ୍ୟ ଯୋଗାଇ ଦେଉଛନ୍ତି।
ରାଜ୍ୟ ସରକାର କୃଷକ ମାନଙ୍କ ହିତ ପାଇଁ ସର୍ବଦା ଚେଷ୍ଟିତ, ମଣ୍ଡି ଯେପରି ସୁରୁଖୁରୁରେ ପରିଚାଳିତ ହେବ ସେଥିପ୍ରତି ଦୃଷ୍ଟି ଦିଆଯାଉଥିବା ବେଳେ କଟନୀ ଛଟନି ହେଉଥିବା ସ୍ଥାନ ରେ ତଦନ୍ତ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମହେଶ୍ୱର ସାହୁ ଏହି ଅବସରରେ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ