ରାଜ୍ୟ ପର୍ବତାରୋହଣ ଶିବିର ରେ ନାକଟିଦେଉଳ ସ୍ନାତକ କଲେଜ ର ଛାତ୍ର
ସମ୍ବଲପୁର, (ଲିପନ ନାଏକ) :ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଏନ୍ଏସ୍ଏସ୍ ବ୍ୟୁରୋ ର ପରିଚାଳନା ରେ ରାଜ୍ୟ ଶିକ୍ଷା ବିଭାଗ ଅଧୀନସ୍ଥ ଜାତୀୟ ସେବା ଯୋଜନା କକ୍ଷ ର ପୁଷ୍ଠପୋଷକତା କ୍ରମେ ଗଜପତି ଜିଲ୍ଲା ଅନ୍ତର୍ଗତ ରାୟଗଡା ବ୍ଲକ ର ମହେନ୍ଦ୍ରଗିରି ପର୍ବତ ରେ ରାଜ୍ୟ ସ୍ତରୀୟ ପର୍ବତାରୋହଣ ତାଲିମ ଶିବିର ଗତ ୧୧ରୁ ୧୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ଓଡିଶା ର ପ୍ରାୟ ସମସ୍ତ ବିଶ୍ବବିଦ୍ୟାଳୟ ପରିସରଭୁକ୍ତ କଲେଜ ମାନଙ୍କର ଏନ୍ଏସ୍ଏସ୍ ଭଲଣ୍ଟିୟର୍ ମାନେ ଭାଗ ନେଇଥିଲେ । ଏହି ପ୍ରଶିକ୍ଷଣ ସମାବେଶ ରେ ସମ୍ବଲପୁର ବିଶ୍ବବିଦ୍ୟଳୟ ଅଧିନସ୍ଥ ବିଭିନ୍ନମହାବିଦ୍ୟାଳୟ ର ଆଠ ଜଣ ଏନ୍ଏସ୍ଏସ୍ ସ୍ବେଚ୍ଛାସେବୀ ମାନେ ପର୍ବତାରୋହଣ ର ନିୟମାବଳୀ ଓ ବିଭିନ୍ନ କୋିଶଳ ସମ୍ପର୍କ ରେ ତାଲିମ ପାଇଥିଲେ । ଏହି କ୍ରମ ରେ ନାକଟିଦେଉଳ ସ୍ନାତକ କଲେଜ ର +୩ ଛାତ୍ର ରାଜେଶ କୁମାର ନାୟକ ସଫଳତା ର ସହିତ ପ୍ରଶିକ୍ଷିତ ହୋଇ ଫେରି ନିଜ ଅନୁଷ୍ଠାନ ରେ ପର୍ବତାରୋହଣ ର ବିଭିନ୍ନ ଦିଗ ଓ ଶିିବିର ରେ ତାଙ୍କ ଅନୁଭୁତି ବର୍ଣ୍ଣନା କରିଥିଲେ । ରାଜେଶ ଙ୍କୁ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଓ ଅଧ୍ୟାପକ ଅଧ୍ୟାପିକା ବୃନ୍ଦ ଅଭିନନ୍ଦନ ଜଣାଇଛନ୍ତି ।