ରାଜ୍ୟ ପାଚିକା ସହାୟିକା ମଜଦୂର ସଂଘ ପକ୍ଷରୁ ହାଟଡିହିରେ ନୁତନ କମିଟି ଗଠନ

ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକରେ ରାଜ୍ୟ ପାଚିକା ସହାୟିକା ସଂଘର ନୂତନ କମିଟି ଗଠନ କରାଯାଇଛି l କେନ୍ଦୁଝରର ଜିଲ୍ଲା ସଂଯୋଜକ ଉମାକାନ୍ତ ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କେନ୍ଦୁଝର ଜିଲ୍ଳା ଉପେଦେଷ୍ଟ କାମପାଳ ନାୟକ , ରବିନ୍ଦ୍ର କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ l ଅନୁଷ୍ଠିତ ଏହି ନୂତନ ବ୍ଲକ୍ କମିଟିରେ ବ୍ଲକ କମିଟିର ସଭାପତି ଭାବେ ଆରତୀ ପହି, କାର୍ଯ୍ୟକାରୀ ସଭାପତି ପ୍ରତିମା ପରିଡ଼ା , ଉପ ସଭାପତି ଗୁରୁବାରି ସାହୁ, ସମ୍ପାଦକ ସଂଯୁକ୍ତା ପୃଷ୍ଟୀ, ସହ ସମ୍ପାଦକ ମନୋରମା ସାହୁ, କୋଷାଧ୍ୟକ୍ଷ ଭାବେ ବାସନ୍ତୀ ସାହୁଙ୍କୁ ମନୋନିତ କରାଯାଇଥିବା ବେଳେ କାର୍ଯ୍ୟକାରୀ କମିଟିରେ ଲାବଣ୍ୟ ସାହୁ , ନୟନି ରାଉତ, ଝୁନୁଲତା ବେହେରା, କନକଲତା ପଲେଇ, ମଞ୍ଜୁଲତା ମାଝୀ, ଅମିତା ମୁଦୁଲିଙ୍କୁ ମନୋନୀତ କରାଯାଇଥିଲା। ଆସନ୍ତା ୧୦/୧୨/୨୦୨୪ ସୁଦ୍ଧା ରାଜ୍ୟ ବ୍ୟାପୀ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ୯ ଦଫା ଦାବି ନେଇ ଦାବିପତ୍ର ପ୍ରଦାନ କରାଯିବ। ଯଦି ଆଗାମୀ ଦିନରେ ସରକାର ସଙ୍ଘର ଦାବି ନଶୁଣନ୍ତି ତେବେ ଆଗାମୀ ଦିନରେ ରାଜା ରାସ୍ତାକୁ ଓହ୍ଲାଇବେ ବୋଲି ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶତାଧିକ ପାଚିକା ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ