ରାଜ୍ୟ ସ୍ତରୀୟ ଯୁବ ମହୋତ୍ସବ ପ୍ରତିଯୋଗୀ ଚୟନ ପ୍ରକ୍ରୀୟାରେ ଅନିୟମିତତା ଅଭିଯୋଗ
ନବରଙ୍ଗପୁର, (ୱାଇଏନଏସ): ରାଜ୍ୟ ସ୍ତରୀୟ ଯୁବ ମହୋତ୍ସବ ୨୦୨୪ ପାଇଁ କଳାକାର ଚୟନ ପ୍ରକ୍ରୀୟାରେ ଅନିୟମିତା ଅଭିଯୋଗ ହୋଇଛି । ସ୍ଥାନୀୟ ଯୁବ କଳାକାରଙ୍କ ସମେତ ବରିଷ୍ଠ କଳାକାର ମାନେ ଏ ନେଇ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ କ୍ଷଭ ପ୍ରକାଶ କରିଛନ୍ତି । ଅଭିଯୋଗ ଅନୁଯାୟୀ, ପ୍ରତି ବର୍ଷ ରାଜ୍ୟ ସ୍ତରୀୟ ଯୁବ ମହୋତ୍ସବ କାର୍ଯ୍ୟକ୍ରମ ପାଇଁ ନବରଙ୍ଗପୁର ଜିଲ୍ଲାର ଯୁବ କଳାକାର ମାନେ ଅଂଶ ଗ୍ରହଣ କରୁଥିଲେ । ଏହି କାର୍ଯ୍ୟକ୍ରମ ପାଇଁ ପ୍ରଥମେ ଜିଲ୍ଲା ପ୍ରଶାସନ ତରଫରୁ ଏକ ସତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଥିରେ ସମଗ୍ର ଜିଲ୍ଲାର କଳାକାର ମାନେ ବିଭିନ୍ନ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରୁଥିଲେ । ବିଚାରକ ମାନେ ଯୋଗ୍ୟତା ଭିତିରେ ପ୍ରତିଯୋଗୀଙ୍କୁ ଚୟନ କରି ରାଜ୍ୟ ସ୍ତରୀୟ ଯୁବ ମହୋତ୍ସବକୁ ପ୍ରେରଣ କରୁଥିଲେ । ତେବେ ଚଳିତ ବର୍ଷ ଏହି ପ୍ରକ୍ରୀୟାରେ ଖିଲାପ କରାଯାଇ ବିନା ଚୟନରେ କିଛି କଳାକାର ମାନଙ୍କୁ ଭୂଦନେଶ୍ଵର ଠାରେ ଆୟୋଜିତ ଯୁବ ମହୋସବକୁ ପ୍ରେରଣ କରାଯାଇଛି । ଅପରପକ୍ଷେ ଗତ ୧୭ ତାରିଖ ଦିନ ସ୍ମାର୍ଟ ଗୁରୁକୂକ ମହାବିଦ୍ୟାଳୟ ଠାରେ ନେହୁରୁ ୟୁବା କେନ୍ଦ୍ର ପକ୍ଷରୁ ଆୟୋଜିତ ତାଙ୍କର ନିଜସ୍ଵ ରାଜ୍ୟ ସ୍ତରୀୟ ଯୁବ ମହୋତ୍ସବ ପାଇଁ କଳାକାର ଚୟନ ପ୍ରକ୍ରୀୟା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗୀଙ୍କୁ ଜିଲ୍ଲା ପ୍ରଶାସନ ରାଜ୍ୟ ସ୍ତରୀୟ ଯୁବ ମହୋତ୍ସବ ୨୦୨୪ ରେ ଅଂଶ ଗ୍ରହଣକାରୀ ରୂପେ ପ୍ରେରଣ କରୁଥିବାକୁ ନେଇ ନିନ୍ଦା କରିଛନ୍ତି ସ୍ଥାନୀୟ କଳାକାର । ଏହା ଦ୍ୱାରା ଜିଲ୍ଲାର ସୁନାମ ଧନ୍ୟ ଯୁବ କଳାକାର ମାନେ ଯୁବ ମହୋତ୍ସବରେ ଅଂଶ ଗ୍ରହଣ କରିବାରୁ ବଞ୍ଚିତ ହୋଇଛନ୍ତି । ତେଣୁ ଏଭଳି ଅନିୟମିତତା ଘଟଣାର ତଦନ୍ତ କରିବା ପାଇଁ ଜିଲ୍ଲାପାଳଙ୍କ ସମେତ ଭିଜିଲାନ୍ସର ଦ୍ବାରସ୍ଥ ହେବେ ବୋଲି ବରିଷ୍ଠ କଳାକାର ଟି ନିବେଦିତା, ସୁକୁମାର ସୁନା, ପ୍ରଦୀପ ମିଶ୍ର, ବାଲାଜୀ କିଶୋର ରାୟ, ମୂରଲୀ ଧର ପଟ୍ଟନାୟକ, ଜଗନ୍ନାଥ ଆଚାରି, ଅମରନାଥ ମହାନ୍ତି ପ୍ରମୁଖ ପ୍ରେସ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି ।