ରାସାୟନିକ ବିପର୍ଯ୍ୟୟ ପ୍ରଶମନ ନିମନ୍ତେ ଟେବୁଲ ଟପ୍ ଏକ୍ସରସାଇଜ ଅନୁଷ୍ଠିତ
ସମ୍ବଲପୁର, (ଲିପନ ନାଏକ):ସମ୍ବଲପୁର ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ, ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ, ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ମିଳିତ ଆନୁକୂଲ୍ୟରେ ଆଜି ସକାଳ ୧୦ ଘଟିକା ସମୟରେ ସ୍ଥାନୀୟ ଜ଼ିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷଠାରେ ଏକ ଟେବୁଲ ଟପ୍ ଏକ୍ସରସାଇଜ ଆୟୋଜିତ ହୋଇଯାଇଛି I ଶିଳ୍ପ ସମ୍ବନ୍ଧୀୟ ରାସାୟନିକ ବିପର୍ଯ୍ୟୟଗୁଡ଼ିକୁ ମୁକାବିଲା କରିବା ପାଇଁ ଆସନ୍ତା ଫେବ୍ରୁୟାରୀ 28 ତାରିଖରେ Bhusan Steel plant Ltd, Thelkoloi, Rengali , mock ଏକ୍ସରସାଇଜ କରିବା ପାଇଁ ଆଜିର କାର୍ଯ୍ୟକ୍ରମରେ ଆଲୋଚନା କରାଯାଇ ଏହି ପଦକ୍ଷେପକୁ ସୁଚାରୁ ରୂପେ ଶିକ୍ଷଣୀୟ କରିବା ପାଇଁ ନିଷ୍ପତ୍ତି ନିଆଗଲା I ଆଜିର କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ,ସମ୍ବଲପୁର ଶ୍ରୀ ଈଶ୍ୱର ନାୟକ ,assistant collector ଶୁଶାନ୍ତ ନାଏକ, ସମ୍ବଲପୁର ଜୋନ୍ -୧ ର କାରଖାନା ଓ ବଏଲରର ସହକାରୀ ନିର୍ଦ୍ଦେଶକ- ଶ୍ରୀ ଉମାକାନ୍ତ ସାମନ୍ତରାୟ , sdpo-ସଦର-ଶ୍ରୀ ଅନିଲ କୁମାର ପ୍ରଧାନ, epidomilogist-ଶ୍ରୀ ଜ୍ଞାନ ରଞ୍ଜନ ମହାନ୍ତି , deputy environment scientist,spcb,-ଶ୍ରୀ ଅଂଶୁମାଲା କୁସୁମ ମିଞ୍ଜ, ଜିଲ୍ଲା ପ୍ରକଳ୍ପ ଅଧିକାରୀ-ଜରୁରୀକାଳୀନ ବିଭାଗ -ଗୀତାଞ୍ଜଳି ସା, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଶ୍ରୀ ସ୍ମୃତିରଞ୍ଜନ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।