ରେମୁଣା ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ରଥର ଶୁଭାରମ୍ଭ
ବାଲେଶ୍ୱର, (ସରୋଜ ପଣ୍ଡା):ରବିବାର ସକାଳ ୧୦ ଘଟିକା ସମୟରେ ରେମୁଣା ବ୍ଲକ ପରିସରରେ ପ୍ରଧାନମନ୍ତ୍ରୀ ଆବାସ ରଥର ଶୁଭାରମ୍ଭ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମାନ୍ୟବର ସରକାରୀ ଉପମୁଖ୍ୟ ସଚେତକ ତଥା ବିଧାୟକ ରେମୁଣା ଗୋବିନ୍ଦ ଚନ୍ଦ୍ର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ରେମୁଣା ବ୍ଲକ ବିଡ଼ିଓ ସନ୍ତୋଷ କୁମାର ବାରିକ, ବ୍ଲକ ଅଧ୍ୟକ୍ଷ ରାଜେନ୍ଦ୍ର ରାଉତ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଶୋଭନା ମହାନ୍ତି, ସାଂସଦ ପ୍ରତିନିଧି ଉମାକାନ୍ତ ପଣ୍ଡା, ବିଧାୟକ ପ୍ରତିନିଧି କାର୍ତ୍ତିକ ଚନ୍ଦ୍ର ଗିରି ସମେତ ବିଭିନ୍ନ ପଞ୍ଚାୟତରୁ ଆସିଥିବା କାର୍ଯ୍ୟକର୍ତ୍ତା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ବିଧାୟକ ଶ୍ରୀ ଦାସ ଫିତା କାଟି ଉଦ୍ଘାଟନ କରିବା ପରେ ରଥ ଆଗକୁ ବଢିଥିଲା। ଏହି ରଥ ସମସ୍ତ ଗାଁ ଗାଁ ବୁଲି ଲୋକଙ୍କୁ ସରକାରଙ୍କ ଆବାସ ଯୋଜନା ସମ୍ବନ୍ଧରେ ଅବଗତ କରାଇବ। ସରକାରଙ୍କ ନିଷ୍ପତି ଅନୁଯାୟୀ କୌଣସି ଯୋଗ୍ୟ ହିତାଧିକାରୀ ସରକାରଙ୍କ ଆବାସ ଯୋଜନାରୁ ବଞ୍ଚିତ ନ ହୁଅନ୍ତୁ। ଏଥିପାଇଁ ସରକାର ଏକ ନୂତନ ପ୍ରଣାଳୀରେ ଏହାର ଅନୁଧ୍ୟାନ କରିବେ। ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀ ସରକାରଙ୍କ ଦ୍ଵାରା ଜାରି ହୋଇଥିବା ପୋର୍ଟାଲରେ ପ୍ରଧାନ ମନ୍ତ୍ରୀ ଆବାସ ପାଇଁ ଆବେଦନ କରିବେ।