ରୋଗ ପୋକ ଆତଙ୍କ ପୋକ ଖାଉଛି ଧାନଗଛ

ରାୟଗଡ଼ା,( ଦୁର୍ଗା ପ୍ରସାଦ ପାଢ଼ୀ): ବର୍ଷା ଦୁର୍ବଳ ମୌସୁମୀ ତଥା ସ୍ବଳ୍ପ ବୃଷ୍ଟିପାତ ଲାଗି ବିଳମ୍ବରେ ହୋଇଥିଲା ଧାନଚାଷ।ବିଳମ୍ବ ହେଲେ ମଧ୍ୟ ରୁଆ ବେଉସା ଚାଷକାମ ସରିଲା।ଏବେ ଧାନଗଛ ପିଲ ମାରି ଗର୍ଭଧାରଣ କରିବା ସମୟରେ ରୋଗପୋକର ପାର୍ଦୁଭାବ।ଫଳରେ ଚାଷ ଉଜୁଡିବା ନେଇ ଚାଷି ମହଲରେ ହତାଷ ଭାବ ଦେଖାଦେଇଛି।ଫଳରେ ଧାର କରଜ କରି ଚାଷ କରିଥିବା ଚାଷି ଏବେ ଫସଲ କୁ ଦେଖି ଛାନିଆଁ ହୋଇଛି।ଏମିତି ଏବେ ଦେଖା ଦେଇଛି ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକରେ।ଏପଟେ କୃଷି ବିଭିଗ କ୍ଷେତ୍ର ପରିଦର୍ଶନ ନକରି ଏହାକୁ ହାଲାକା ଭାବରେ ଗ୍ରହଣ କରିଛି। କେତେବେଳେ ଗଜାମରୁଡି ତ ଆଉ କେତେ ବେଳେ ସ୍ବଳ୍ପ ବୃଷ୍ଟିପାତ ସମସ୍ୟା।ଆଉ ଏବେ ହେକ୍ଟର ହେକ୍ଟର ଚାଷ ଜମିରେ ରୋଗ ପୋକର ପାର୍ଦୁଭାବ ଯାହା ଧାନଚାଷିଙ୍କୁ ନିଦ ହଜେଇ ଦେଇଛି।ଗୋଟିଏ ରାତିରେ ହେକ୍ଟର ହେକ୍ଟର ଚାଷ ଜମିକୁ ନଷ୍ଟ କରିଦେଇ ପୋକ ଖାଇଦେଉଛି। ଧାନଗଛର ପତ୍ର ଲାଲ ହେବା ସହ ପତ୍ର ଶୁଖିଯାଉଛି ଗଛ ଲାଲ ମୁଳ ପୋଚି ସଢି ଶୁଖି ଯାଉଥିବା ବେଳେ ପତ୍ର ପୋକ ଖାଇ ଦେଉଥିବା ଦେଖିବାକୁ ମିଳୁଛି।ବଜାରରୁ କେତେ ଦାମି ମେଡିସିନ ଆଣି ଜମିରେ ସ୍ପ୍ରେ କଲେ ମଧ୍ୟ କାମ ଦେଉନଥିବା ଅଭିଯୋଗ କରିଛନ୍ତି ପଦ୍ମପୁର ବ୍ଲକ ଅଞ୍ଚଳ ର ଚାଷୀ ରାମଚନ୍ଦ୍ର ପାଣିଗ୍ରାହୀ । ରାତି ଭିତରେ ସବୁ ପୋକ ଖାଇଦେଉଛି ଏବେ ସେ ହାତ ଟେକି ଜଗନ୍ନାଥ ହିଁ ସହା ଭରସା ବୋଲି କହିଥିଲେ।ସେହିଭଳି ଖମାପଦରର ଗୋବିନ୍ଦ ବେହେରା ମଧ୍ୟ ତାଙ୍କ ଜମି ରେ ପୋଲ ଲାଗି ସବୁ ଖାଇ ଦେବା ଅଭିଯୋଗ କରିଛନ୍ତି।ସେହି ଭଳି ଆଲ୍ଫା ବିଶ୍ୱାସେରାୟ ରାଓ ମଧ୍ୟ କୀଟନାଶକ ଓ ରାସାୟନିକ ସାର୍ ପଦ୍ମପୁର ବଜାର ରେ ଅଧିକ ରେଟ୍ ରେ ବିକ୍ରି କରୁଥିବା ଅଭିଯୋଗ କରିଛନ୍ତି ।ସେ କହିଛନ୍ତି ୟୁରିଆ ସାର୍ ପଦ୍ମପୁର ମାର୍କେଟରେ ଚାରି ଶହରୁ ପାଞ୍ଚ ଶହ ଟଙ୍କାରେ ବିକ୍ରି କରୁଛନ୍ତି।ବିଲ ମାଗିଲେ କେହି ହେଲେ ଦେଉନାହାନ୍ତି। ଏ ସମ୍ପର୍କରେ କୃଷି ବିଭାଗ ଚୁପ୍ ଥିବା କହିଛନ୍ତି ଅଞ୍ଚଳର ଅନେକ ଚାଷୀ।ଏହାର ଏକ ତଦନ୍ତ କରାଯାଉ ବୋଲି ମଧ୍ୟ ଆଲ୍ଫା ବିଶ୍ୱାସରାୟ କରିଛନ୍ତି। କେବଳ ପଦ୍ମପୁର ବ୍ଲକ ନୁହଁ ଗୁଣପୁର କୃଷି ଜିଲ୍ଲାର ଗୁଡାରୀ,ଗୁଣପୁର,ରାମନାଗୁଡା ବ୍ଲକରେ ମଧ୍ୟ ଏବେ ରୋଗ ପୋକ ଆତଙ୍କ ଦେଖା ଦେଇଛି।ବର୍ତ୍ତମାନ ଧାନ ଗର୍ଭଧରିବା ସମୟରେ ରୋଗପୋକ ଜନିତ ସମସ୍ୟା ଲାଗି ଚାଷିର ନିଦ ହଜାଇ ଦେଇଛି।ଏ ସଂପର୍କରେ ଗୁଣପୁର କୃଷିଜିଲ୍ଲା ଅଧିକାରିଙ୍କୁ ପଚାରିବାରୁ ହାଲକା ଭାବରେ ଗ୍ରହଣ କରିଛନ୍ତି।କୃଷିବିଭାଗ ରୋଗପୋକ ବିଷୟରେ ଅବଗତ ଅଛି ।ଗୁଣପୁର କୃଷି ଜିଲ୍ଲା ର ପଦ୍ମପୁର, ଗୁଡ଼ାରୀ ଗୁଣପୁର ଓ ରାମାନାଗୁଡ଼ା ବ୍ଲକ ର ୧୫ ହଜାର ହେକ୍ଟର ଉର୍ଦ୍ଧ୍ବ ଚାଷ ଜମିରେ ଧାନଚାଷ ହୋଇଛି। ଶତକଡା ଚାଳିଶି( ୪୦ )ଭାଗ ଜମିରେ ଏବେ ରୋଗ ପୋକ ହୋଇଚ୍ଚି।ପଦ୍ମପୁର ବ୍ଲକରେ ଅଧିକା ରହିଛି।ତାହା ଏବେ ନିୟନ୍ତ୍ରଣ କୁ ଆସୁଛି ଆଉ ଯେଉଁ ବ୍ଲକ ଅଞ୍ଚଳରେ ରୋଗପୋକର ପାର୍ଦୁଭାବ ବଢିଯାଇଛି।ସେବ୍ଲକର କୃଷି ଅଧିକାରୀ ଙ୍କୁ ପଚାରି ବଜାର ରୁ ଔଷଧ କିଣି ନିୟନ୍ତୁ।ପରେ ଡିବିଟି ମାଧ୍ୟମରେ ଔଷଧର ମୁଲ୍ୟ ଚାଷିଙ୍କ ଆକାଉଣ୍ଟ କୁ ଟଙ୍କିଯିବ ବୋଲି କହିଛନ୍ତି ଜିଲ୍ଲା କୃଷି ଅଧିକାରୀ।
ବୃନ୍ଦାବନ ବେହେରା ସେହିଭଳି ପଦ୍ମପୁର ବ୍ଲକ ର ରାମନାଥ ପାଡି ରାମନାଗୁଡ଼ା ବ୍ଲକର ନବୀନ ପିପୂଳିଙ୍କ ଧାନ ଚାଷ ଏବେ ପୁରା ନଷ୍ଟ ହୋଇଗଲା।ରାମନାଥ ଙ୍କ ପୋକ ଖାଉ ଥିବା ବେଳେ ନବୀନ ଙ୍କ ପାଣି ଅଭାବ ରୁ ଜମି ଫାଟି ଆଁ କଲା ଆଉ ଯେଉଁ ଠି ପାଣି ଅଛି ସେଠାରେ ରୋଗ ପୋକ ଲାଗି ଚାଷ ନଷ୍ଟ ହୋଇଛି। ଏ ବର୍ଷ ଧାନ ପାଚି କମିବା ଆଶଙ୍କା କରିଚନ୍ତି। ଏଭଳି ସମୟରେ କୃଷି ବିଭାଗ ଯତ୍ନବାନ ହୋଇ ରୋଗ ପୋକ ପ୍ରାଦୁର୍ଭାବ ରୋକି ପାରିଲେ ଚାଷୀ ର ଫସଲ ଉଜୁଡ଼ି ଯିବାରୁ ବଞ୍ଚିପାରିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ