ରୋଟାରୀ କ୍ଳବ ଭଞ୍ଜନଗରର ପରିବାର ବଣଭୋଜି
ଭଞ୍ଜନଗର,(ସନ୍ତୋଷ କୁମାର ଜେନା): ପ୍ରକୃତି ଶୋଭାରେ ପରିପୂର୍ଣ୍ଣ ବନବିହାର ଠାରେ ରୋଟାରୀ କ୍ଳବର ଚଳିତ ବର୍ଷର ପରିବାର ବଣଭୋଜି ସହ ଆଗାମୀ ବର୍ଷ 2025-26ର କର୍ମକର୍ତା ସଭାପତି ବସନ୍ତ କୁମାର ପାତ୍ର ଓ ସମ୍ପାଦକ ବିଶ୍ୱଜିତ ପୃଷ୍ଟିଙ୍କ ଉପସ୍ଥିତିରେ ଘୋଷଣା କରାଯାଇଛି l ଏଥିରେ ରଂଜିତ କୁମାର ବାରିକ, ସଭାପତି, ଗୁପ୍ତେଶ୍ୱର ସୁବୁଦ୍ଧି, ସମ୍ପାଦକ, ସୁଧୀର କୁମାର ପାଣିଗ୍ରାହୀ, ଉପସଭାପତି, ସୁଶାନ୍ତ କୁମାର ବେହେରା, କୋଷାଧ୍ୟକ୍ଷ,ଦିବ୍ୟ ରଞ୍ଜନ ଦାସ,ଯୁଗ୍ମ ସମ୍ପାଦକ, ସୁମନ ପୃଷ୍ଟି, କ୍ଳବ ଫାଉଣ୍ଡେସନ ଚେୟାର, ଦିଲ୍ଲୀପ କୁମାର ସାହୁ, ମେମ୍ବରସିପ ଚେୟାର, ରାମ ଚନ୍ଦ୍ର ମିଶ୍ର, ପବ୍ଲିକ ଇମେଜ ଚେୟାର, ମହେନ୍ଦ୍ର କୁମାର ମହାରଣା, ସର୍ଭିସ ପ୍ରୋଜେକଟ ଚେୟାର, ସୁଶାନ୍ତ କୁମାର ସାହୁ, ସ୍କିଲ ଡେଭଲପମେଣ୍ଟ ଚେୟାର ରୂପେ ଘୋଷଣା କରାଯାଇଛି l ଏଥିସହ କ୍ଲବରେ ନୂତନ ଭାବେ ପାଞ୍ଚ ଜଣ ସଦସ୍ୟ ଯୋଗ ଦେଇଥିଲେ l ଉକ୍ତ କାର୍ଯ୍ୟକ୍ରମରେ ବଣଭୋଜି ସହ, ନାଚ, ଗୀତ, ପ୍ରଶ୍ନ୍ଉତ୍ତର ଓ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଅନୁଷ୍ଠିତ ହୋଇ ପୁରସ୍କୃତ କରାଯାଇଥିଲା l ମଞ୍ଚ ସଂଯୋଜନା ଶ୍ରୀରାମ ପ୍ରସାଦ ପାଳ କରିଥିବାବେଳେ ପ୍ରଦ୍ୟୁମ୍ନ କୁମାର ମଳିକ ନୂତନ କର୍ମକର୍ତାଙ୍କ ନାମ ଘୋଷଣା କରିଥିଲେ l ଆଗାମୀ ବର୍ଷ ସଭାପତି ରଂଜିତ କୁମାର ବାରିକ କାର୍ଯ୍ୟକ୍ରମର ରୂପରେଖ ଉପରେ ମତବ୍ୟକ୍ତ କରିଥିଲେ l 2026-27ବର୍ଷ ପାଇଁ ସଭାପତି ଭାବେ ପବିତ୍ର ମୋହନ ପ୍ରଧାନ ଓ ସମ୍ପାଦକ ଭାବେ ରାମ ଚନ୍ଦ୍ର ମିଶ୍ର ଙ୍କ ନାମ ଘୋଷଣା କରାଯାଇଥିଲା| କ୍ଲବର ସମସ୍ତ ସଭ୍ୟ ସହଯୋଗ ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ଶେଷରେ ସନ୍ତୋଷ ଜେନା ଧନ୍ୟବାଦ ପ୍ରଦାନ କରିଥିଲେ l