ଲକ୍ଷଣ ଥିବା ୨ଜଣ ସାମ୍ବାଦିକଙ୍କ ସହ ଜିଲ୍ଲାରେ ୨୬ସାମ୍ବାଦିକଙ୍କ କୋଭିଡ୍ ଟେଷ୍ଟ
ଛତ୍ରପୁର, (ଓ୍ବାଇଏନ୍ଏସ୍) : ଗଞ୍ଜାମ ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସାମ୍ବାଦିକମାନେ ମଧ୍ୟ ଖବର ସଂଗ୍ରହ ପାଇଁ ପ୍ରଶାସନିକ ଅଧିକାରୀ ଓ ଜନସାଧାରଣଙ୍କୁ ଭେଟୁଛନ୍ତି ଏହି ପରିପ୍ରେକ୍ଷୀରେ ରବିବାରଠାରୁ ବ୍ରହ୍ମପୁରସ୍ଥିତ ସିଟି ହସ୍ପିଟାଲରେ ଗଞ୍ଜାମ ଜିଲାର ସାମ୍ବାଦିକମାନଙ୍କ ସ୍ବାସ୍ଥ୍ୟ ସ୍କ୍ରିନିଂ ଆରମ୍ଭ ହୋଇଛି। ରବିବାର ୨୬ ଜଣ ସାମ୍ବାଦିକଙ୍କ ସ୍ବାସ୍ଥ୍ୟ ସ୍କ୍ରିନିଂ ଡିପିଏମ ଶ୍ୟାମ ସୁନ୍ଦର ତ୍ରିପାଠୀଙ୍କ ତତ୍ତ୍ୱାବଧାନରେ ହୋଇଥିଲା। ଏଥିରୁ ୨ ଜଣଙ୍କ ଲକ୍ଷଣ ବାହାରିବାରୁ ସେମାନଙ୍କର କୋଭିଡ୍-୧୯ ଟେଷ୍ଟିଂ ହୋଇଛି। ଏହି ରିପୋର୍ଟକୁ ଅପେକ୍ଷା କରାଯାଇଥିବା ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଟୁଇଟ୍ କରି ସୂଚନା ଦେଇଛନ୍ତି।