ଲକ୍ଷାଧୂକ ଟଙ୍କାର ଚୋରା କାଠ ସହ ଗାଡି ଜବତ, ଜଣେ ଗିରଫ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାରେ ଜଙ୍ଗଲ ସମ୍ପଦର ସୁରକ୍ଷା ଓ ଚୋରା କାଠ ଚାଲାଣ ରୋକିବା ପାଇଁ ସମଗ୍ର ଆଦିବାସୀ ଅଧ୍ଯୁଷିତ ଜିଲ୍ଲାରେ ବନ କର୍ମଚାରୀମାନେ ସମ୍ପୂର୍ଣ ସଜାଗ ରହିବା ପାଇଁ ପାରଳାଖେମୁଣ୍ଡି ଡିଏଫଓ ଏସ. ଆନନ୍ଦଙ୍କ ନିର୍ଦେଶକ୍ରମେ ଗଜପତି ଜିଲ୍ଲାର ସମସ୍ତ ଅଞ୍ଚଳରେ ବନ ବିଭାଗ ତରଫରୁ ଚଢ଼ଉ ଜାରୀ ରହିଛି. ଏହି ପରିପ୍ରେକ୍ଷୀରେ ମୋହନା ବ୍ଲକ ଅନ୍ତର୍ଗତ ପାଣିଗଣ୍ଡା ପଞ୍ଚାୟତ ଅଞ୍ଚଳରେ ମୋହନା ବନ ବିଭାଗ କର୍ମଚାରୀମାନେ ମିଳିତ ଭାବେ ପେଟ୍ରୋଲିଂ କରୁଥିବା ସମୟରେ ଏକ ବୋଲେରୋ ଗାଡ଼ି ଦେଖି ସନ୍ଦେହରେ ଅଟକାଇ ତଦନ୍ତ କରିବାରୁ ସେଥିରେ ଲକ୍ଷାଧୂକ ଟଙ୍କାର କାଠ ଥୂବା ଦେଖିବାକୁ ପାଇଥିଲେ। ଗାଡିଟିକୁ ଆଟକାଇବା ସମୟରେ ସେଥିରେ ଥିବା ଦୁଇ ଜଣ ବ୍ୟକ୍ତି ଡେଇଁ ଫେରାର ଯାଇଥିବା ବେଳେ ଜଣେ ବ୍ୟକ୍ତି ଧରାପଡ଼ି ଗିରଫ ହୋଇଥିବା ଦେଖିବାକୁ ମିଳିଛି। ଗିରଫ ବ୍ୟକ୍ତି ଜଣକ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବଡଗଡ ଥାନା ନିକଟ ଲୋକମେରି ଗ୍ରାମର ବୋଲି ସୂଚନା ମିଳିଛି। ବନ ବିଭାଗ ପାଣିଗଣ୍ଡା ଅଞ୍ଚଳରୁ କାଠଗଣ୍ଡି ଜବତ କରିଥିବା ମୋହନା ରେଞ୍ଜର ଲକ୍ଷ୍ମୀ ପ୍ରସାଦ ବିଷୋୟୀ ସୂଚନା ଦେଇଥିବା ପ୍ରକାଶ।