ଲଘୁଚାପ ବର୍ଷା ନେଇ ରାଜସ୍ୱ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କଲେ କଂଗ୍ରେସ ନେତା ଚିନ୍ତାମଣି
ଚିକିଟୀ,(ପୁଷ୍ପାଞ୍ଜଳି ମିଶ୍ର):ଚଳିତ ବର୍ଷ ଅନିୟମିତତା ବୃଷ୍ଟିପାତ ଫଳରେ ଗଞ୍ଜାମ ଜିଲ୍ଲାରେ ଚାଷୀ ବହୁ କଷ୍ଟରେ ଧାନ ରୁଆ ବେଉଷଣ କରିଥିଲେ। ଧାନ ଅମଳ ବେଳକୁ ଲଘୁଚାପ ବର୍ଷାକୁ ଦେଖି ଚାଷୀଙ୍କ ଆଖିରୁ ନିଦ ହଜି ଯାଇଛି।ଏବେ ବର୍ଷା ରେ ପାଚିଲା ଧାନ କିଭଳି ଅମଳ କରିବେ ତାହା ଚିନ୍ତା ଘାରିଛି। ଲଘୁଚାପ ଜନିତ ବର୍ଷାରେ ଗଞ୍ଜାମ ଜିଲ୍ଲା ତଥା ଚିକିଟୀ ଅଞ୍ଚଳ ରେ ଧାନ ଅମଳ ପ୍ରଭାବିତ ହେବା ଆଶଙ୍କା ଦେଖା ଦେଇଛି। ଏ ସମ୍ପର୍କରେ ପୂର୍ବତନ ବାଚସ୍ପତି ତଥା ବରିଷ୍ଟ କଂଗ୍ରେସ ନେତେ ଚିନ୍ତାମଣି ଦ୍ୟାନ ସାମନ୍ତରା ରାଜସ୍ୱ ମନ୍ତ୍ରୀଙ୍କ ସହିତ ଫୋନ୍ ଯୋଗେ କଥା ହେବା ସହ ପରିସ୍ଥିତି ଅନୁଧ୍ୟାନ ପାଇଁ ଜିଲ୍ଲାକୁ ଆସିବାକୁ ଅନୁରୋଧ କରିଛନ୍ତି। ଚଳିତ ଲଘୁଚାଜନିତ ବର୍ଷା ଫଳରେ ଗଞ୍ଜାମ ଜିଲ୍ଲା ଏବଂ ଚିକିଟି ନିର୍ବାଚନ ମଣ୍ଡଳୀରେ ଚାଷୀ ଧାନ ଅମଳ ନେଇ ଚିନ୍ତାରେ ଅଛନ୍ତି। ଚଳିତ ବର୍ଷ କମ ବୃଷ୍ଟି ପାତ ସହିତ ଅନିୟମିତ ବର୍ଷା ଯୋଗୁଁ ଜିଲ୍ଲାର ଚାଷୀ ବହୁ କଷ୍ଟରେ ବିଳମ୍ବ ରେ ଧାନ ରୁଆ କାର୍ଯ୍ୟ କରିଥିଲେ। ଆଗୁଆ ଧାନ ରୁଆ କରିଥିବା ଚାଷୀଙ୍କ ଜମି ସହିତ ଅନ୍ୟ ଜମିରେ ଧାନ ପାଚିବା ପରେ ଚାଷୀ ଅମଳ ବେଳକୁ ଅଦିନିଆ ଲଘୁଚାପ ବର୍ଷା ଦାଉ ଚାଷୀଙ୍କ ଆଖିରୁ ନିଦ ହଜାଇ ଦେଇଛି। ବହୁ ଜମିରେ ପାଚିଲା ଧାନ କଟା ହୋଇ ରହି ଥିବା ବେଳେ ତାହା ପାଣିରେ ବୁଡି ରହିଛି।କେତେକ ଚାଷୀ ଧାନ କାଟି ଥିବା ବେଳେ ବହୁ ଜମିରେ ଧାନ କଟା ଯାଇ ନାହିଁ। ବର୍ଷା ଫଳରେ ଜମିରେ ଥିବା ଧାନ ଝଡ଼ିବା ସହ ଲଗାଣ ବର୍ଷାରେ ନଷ୍ଟ ହେବା ଆଶଙ୍କା ଦେଖା ଦେଇଛି। ସରକାର ସ୍ତିର କରୁଥିବା ଏଫ୍ଏକ୍ୟୁ ମାନର ଧାନ ଆଦାୟ ହେବା ଆଶଙ୍କା ଦେଖା ଦେଇଛି। ଯାହାକୁ ନେଇ ଧାନ ଯୋଗାଇବା ଚାଷୀଙ୍କ ପାଇଁ ଏବେ ଚିନ୍ତାର କାରଣ ପାଲଟିଛି। ତେଣୁ ସରକାର ଗଞ୍ଜାମ ଜିଲ୍ଲାର ଚାଷୀଙ୍କ ଆଦାୟ ଧାନର ମାନକୁ କଡ଼ା କଡି ନ କରି ଧାନ କିଣିବା ଶ୍ରୀ ସାମନ୍ତରା ଦାବି କରିଛନ୍ତି। ତୁରନ୍ତ ଚାଷୀଙ୍କୁ ଧାନ କ୍ଷତିର ସହାୟତା ସହ ଆଗାମୀ ଋତୁରେ ମାଗଣାରେ ବିହନ ସାର ଔଷଧ ଯୋଗାଇ ଦେବାକୁ ଦାବୀ କରିଛନ୍ତି ନଚେତ ଚାଷ ପ୍ରଭାବିତ ହେବ ବୋଲି ପ୍ରକାଶ କରିଛନ୍ତି।