ଵନ ବିହାର କାର୍ଯ୍ୟ କ୍ରମରେ ଯୋଗଦେଲେ ଗୁରୁଜୀ ଗୁରୁମା

କଣାସ,(ପାହାନ୍ତା ସିଂହ ଅଞ୍ଜଳୀ ସାହୁ):କଣାସ ବ୍ଲକ୍ ର ପ୍ରତିଷ୍ଠିତ ଅଗ୍ରଣୀ ପୁରାତନ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ର ଗୁରୁଜୀ ଗୁରୁମା ମାନେ ବନ ବିହାର କାର୍ଯ୍ୟ କ୍ରମ ରେ ରବିବାର ଦିନ ପାରାଦ୍ଵୀପ ର ଦର୍ଶନୀୟ ସ୍ଥାନ ଦର୍ଶନ କରିଥିଲେ। ଏହି ଉପଲକ୍ଷେ ସମସ୍ତେ ସକାଳୁ ପୁରୀ ପାରାଦ୍ଵୀପ ଟ୍ରେନ ରେ କଣାସ ରୋଡ ରେଳ ଷ୍ଟେସନ ଠାରୁ ଯାତ୍ରା ଆରମ୍ଭ କରିଥିଲେ। ଅପରାହ୍ନ ରେ ପାରାଦ୍ଵୀପ ରେ ପହଞ୍ଚି ପାରାଦ୍ଵୀପ ବନ୍ଦର, ନେହେରୁ ବଙ୍ଗଳା, ପଥର ବନ୍ଧ, ଝଙ୍କଡ଼ ମାଁ ଶାରଳା, ବାବା ଗୋରେଖନାଥ ପୀଠ ପ୍ରଭୃତି ଦର୍ଶନୀୟ ସ୍ଥାନ ବୁଲି ଦେଖିଥିଲେ । ଆମ ରାଜ୍ୟର ବାଣିଜ୍ୟ ବ୍ୟବସାୟ ର ସର୍ବ ବୃହତ ବନ୍ଦର ଦେଖିବା ଓ ତା ବିଷୟ ରେ ଜାଣିବା ପାଇଁ ଗୁରୁଜୀ ଗୁରୁମା ମାନେ ପାରାଦ୍ଵୀପ ବନ୍ଦର ଆଭିମୁଖେ ଦର୍ଶନ କରିବା ପାଇଁ ଯାଇଥିଲେ। ବନ୍ଦର ରେ ଅବସ୍ଥିତ ବିଭିନ୍ନ ଦେଶର ମାଲବାହୀ ଜାହାଜ ସମ୍ପର୍କ ରେ ଜାଣିବାକୁ ପାଇଲେ।ପରେ ଵସ ରେ ବିଭିନ୍ନ ଦେବାଦେବୀ ମନ୍ଦିର ଦର୍ଶନ କରିଥିଲେ। ଏହି ବନ ବିହାର କାର୍ଯ୍ୟ କ୍ରମରେ ରେ ଯୋଗ ଦେଇ ଖୁସି ଅନୁଭଵ କରିଥିଵା ଗୁରୁଜୀ ଗୁରୁମା ମାନେ କହିଥିଲେ। ବର୍ଷକ ବାରମାସ ଛାତ୍ର ଛାତ୍ରୀ ମାନଙ୍କୁ ପାଠ ପଢା ଚାଲିଥିବାରୁ ସେଥିରୁ ସମୟ ବାହାର କରି ବନ ବିହାର କାର୍ଯ୍ୟ କ୍ରମ କରିଥିବାରୁ ଗୁରୁଜୀ ଗୁରୁମା ମାନେ ବିଦ୍ୟାଳୟ କମିଟିର କର୍ମକର୍ତା ମାନଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। ଏହି କାର୍ଯ୍ୟ କ୍ରମ କୁ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ସଂପାଦକ ହାଡିବନ୍ଧୁ ଚମ୍ପିତି ଓ ପ୍ରଧାନ ଆଚାର୍ଯ୍ୟ ସଂଜୟ କୁମାର ସେଠୀ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ