ଶରତ ରାସ ଉତ୍ସବ ଉଦଯାପିତ
ନିମାପଡ଼ା,(ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଗୋପ ବ୍ଲକ ନୟାହାଟ ର ପ୍ରାଚୀଗୁରୁ ଧର୍ମକ୍ଷେତ୍ର ( ନୂଆ ମଠ) ଠାରେ କାର୍ତ୍ତିକ ଶୁକ୍ଳ ଏକାଦଶୀ ପଞ୍ଚୁକ ଠାରୁ ଆରମ୍ଭ ହୋଇଥିବା ରାସ ଉତ୍ସବ ଆଜି କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଉଦଯାପିତ ହୋଇଥିଲା।ଆଶ୍ରମ ର ମୁଖ୍ୟ ବାବାଜୀ ଦାମୋଦର ଦାସ ଙ୍କ ତତ୍ୱାବଧାନ ରେ ନିଆରା ପରମ୍ପରା ରେ ରାସ ଉତ୍ସବ ଅନୁଷ୍ଠିତ ହୋଇ ଥିଲା।ସଂଧ୍ୟା ଆଳତୀ ପରେ ଆଶ୍ରମ ରେ ପୂଜା ପାଉଥିବା ଦେବ ଦେବୀ ମାନଙ୍କୁ ଆଶ୍ରମ ର ସେବିକା ସବିତା ଦାସ ସୁଶ୍ରୀ ଶକୁନ୍ତଳା ଦାଶ,ଅନୁ ମା, ରଜି ମା, ଶୋଭା ମା, ଲବଙ୍ଗ ମା, ସୁଷମା ମା, ଚାନ୍ଦିନୀ ମା,ଲିତିକା ମା, ଶାନ୍ତି ମା, ବୀଣା ମା, କୁନ୍ତଳା ମା, ଅଞ୍ଜଳି ମା, ବଳରାମ ଭାଇ ପ୍ରମୁଖ ପ୍ରେମାଚାର୍ଯ୍ୟ ମଧୁସୂଦନ ଙ୍କ ଲିଖିତ ରାସ ର ଆବାହନ ଗୀତ ଗାଇ ରାହାସ ମଣ୍ଡପ କୁ ନିମନ୍ତ୍ରଣ କରିଥିଲେ। ବୃନ୍ଦାବତୀ ପୂଜା ସହିତ କଉଡ଼ି ଖେଳ ଓ ଭକ୍ତ ମାନଙ୍କୁ ଦହି ବିକ୍ରି ପ୍ରଥା ଅନୁଷ୍ଠିତ ହୋଇଥିଲା ଯାହା ଏଠାରେ ଏକ ନିଆରା ପରମ୍ପରା ବୋଲି ସେବକ ପ୍ରୀତିରଞ୍ଜନ ଦାସ ପ୍ରକାଶ କରିଛନ୍ତି। କାର୍ତ୍ତିକ ମାସ ରେ ଦିଅଁ ଙ୍କ ଠାରେ କେବଳ ଦହି ଓ ଖଇ ଭୋଗ ଲାଗି ହୋଇଥିଲା। ପ୍ରତ୍ୟେକ ଦିନ କାର୍ତ୍ତିକ ଅବକାଶ ପରେ ସମୂହ ବିଶ୍ୱଶାନ୍ତି ପ୍ରାର୍ଥନା କରାଯାଇଥିଲା।ଏଥିରେ ବାବାଜୀ ଅକ୍ଷୟ କୁମାର ଦାସ, ବାବାଜୀ ପୂର୍ଣ୍ଣା ନନ୍ଦ ଦାସ,ଅନାମ ଭାଇ,ବସନ୍ତ ଭାଇ ,ମିଟନ ଭାଇ, ପ୍ୟାରୀ ଭାଇ, ରାଜୁ ଭାଇ, ଶ୍ରୀଚରଣ ଭାଇ, ବିଦୁର ଭାଇ, ସୁକାନ୍ତ ଭାଇ, ନଛିଭାଇ, ରବି ନନା ଓ ଅଭି ଭାଇ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଏଥି ସହିତ ପଞ୍ଚୁକ ତିଥି ଠାରୁ ନୟାହାଟ
ଅଞ୍ଚଳ ର ବିଭିନ୍ନ ମଠ ଓ ମନ୍ଦିର ରେ ଆରମ୍ଭ ହୋଇଥିବା ପଞ୍ଚ ରାସ ଉତ୍ସବ ସଂଧ୍ୟାରେ ଶେଷ ହୋଇଥିଲା।
ପଞ୍ଚ ରାସ ଉତ୍ସବ ଦେଖିବା ପାଇଁ ମଠ ଓ ମନ୍ଦିର ରେ ବହୁ ଭକ୍ତ ଙ୍କ ସମାଗମ ହୋଇଥିଲା ।