ଶିକ୍ଷକଙ୍କ ଅବସର ଦିନ ହିଁ ପୂର୍ଣ୍ଣ ପେନସନ ଓ ଗ୍ରାଚୁଇଟି ପ୍ରଦାନ

ଭଞ୍ଜନଗର,(ସନ୍ତୋଷ କୁମାର ଜେନା ): ଗତ ଡିସେମ୍ବର ମାସରେ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ବ୍ଲକର ଦୁଇ ଜଣ ଶିକ୍ଷକ ଅନ୍ତରଯାମି ପଣ୍ଡିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଲେମ୍ଭେଇ ଓ ଚଦ୍ର ଶେଖର ବେହେରା ପ୍ରାଥମିକ ବିଦ୍ୟାଳୟ କୁଟୁଣୀକୁମ୍ପା ବିଦ୍ୟାଳୟ ରୁ ଅବସର ଗ୍ରହଣ କରିଥିଲେ । ଏହି ଅବସରରେ ଭଞ୍ଜନଗର ବ୍ଳକ୍ ଶିକ୍ଷା ଅଧିକାରୀ ଏସ. ଧନଞ୍ଜୟଙ୍କ ସହୃଦୟତା ଯୋଗୁଁ ଏହି ଅବସର ଦିନ ହିଁ ପୂର୍ଣ୍ଣ ପେନସନ ଓ ଗ୍ରାଚୁଇଟି ପ୍ରଦାନ କରିଛନ୍ତି । ଏକ୍ସ ମାସ ଛୁଟିରେ ଅନ୍ୟ କର୍ମଚାରୀ ମାନେ ଭୋଜି ଭାତରେ ମସୁଗୁଲ ଥିବା ବେଳେ ଭଞ୍ଜନଗର ବ୍ଳକ୍ ଶିକ୍ଷା ଅଧିକାରୀ ଏସ. ଧନଞ୍ଜୟ ନିଜ ଅଫିସ କର୍ମଚାରୀଙ୍କୁ କାମରେ ଲଗାଇ ଅବସର ଗ୍ରହଣ କରିଥିବା ଦିନ ହିଁ ଶିକ୍ଷକଙ୍କ ପ୍ରାପ୍ୟକୁ ପ୍ରଦାନ କରି ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛିନ୍ତି । ଜଣେ କର୍ମଚାରୀ ଅବସର ପରେ ପେନସନ ଖଣ୍ଡକ ପାଇଁ ଏ ଅଫିସ ରୁ ସେ ଅଫିସକୁ ଦୌଡୁ ଥିବା ବେଳେ ଓ ସଠିକ୍ ସମୟରେ ଏହା ମିଳୁନଥିବା ବେଳେ ସେ କିନ୍ତୁ ଏହି ବ୍ଳକ୍ ରେଏପରି ଘଟିବାକୁ ଦେଇନାହାନ୍ତି । ସେ ନିଜ କର୍ମଚାରୀଙ୍କ ଅବସର ଦିନ ହିଁ ତାଙ୍କ ସମସ୍ତ ପ୍ରାପ୍ୟକୁ ପ୍ରଦାନ କରି ଅବସର ଗ୍ରହଣ କରିଥିବା ବ୍ୟକ୍ତିଙ୍କ ମୁହଁରେ ହସ ଫୁଟାଇଛନ୍ତି । ଏଭଳି ମହାନ ହୃଦୟ ଥିବା ଶିକ୍ଷା ଅଧିକାରୀଙ୍କ ପାଇଁ ଅବସର ଗ୍ରହଣ କରିଥିବା ଶିକ୍ଷକ କର୍ମଚାରୀ ମୁହଁରେ ହସର ଲହରୀ ଖେଳିଯାଇଛି । ଏହି ଭଳି ମହାନ କାର୍ଯ୍ୟ ପାଇଁ ଅଫିସର ଅତିରିକ୍ତ ଶିକ୍ଷା ଅଧିକାରୀ ଶ୍ରୀ ସୂର୍ଯ୍ୟ ନାଇକ, ଗଜେନ୍ଦ୍ର ସେଠୀ, ଚରଣ ବେହେରାଙ୍କ ସହ ମୁଖ୍ୟ କିରାଣୀ ସନ୍ତୋଷ ଅଧିକାରୀଙ୍କ ସହ ସମସ୍ତ କର୍ମଚାରୀ ସହଯୋଗ କରିଛନ୍ତି । ଏଭଳି କାର୍ଯ୍ୟ ପାଇଁ ସବୁ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ