ଶିକ୍ଷକଙ୍କ କଳିରେ ବିଦ୍ୟାଳୟରେ ତାଲା
ସୋରଡ଼ା, (ରଜନୀକାନ୍ତ ମହାପାତ୍ର):ଗଞ୍ଜାମ ଜିଲ୍ଲା ସୋରଡ଼ା ଜୟସିଙ୍ଗି ଗ୍ରାମରେ ଥିବା ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ ପଡ଼ିଛି ତାଲା । ବିଦ୍ୟାଳୟ ସମ୍ମୁଖରେ ଛାତ୍ର ଛାତ୍ରୀଙ୍କ ଧାରଣା । ପ୍ରଧାନ ଶିକ୍ଷୟତ୍ରୀ ଅଦିତି ବାଳା ପଣ୍ଡା ବିଦ୍ୟାଳୟ ର କାର୍ଯ୍ୟରତ ଶିକ୍ଷକ ରାଧାକାନ୍ତ ରଞ୍ଜିତଙ୍କୁ ଲୁହା ଛଡ଼ ରେ ପିଟି ଥିବା ଘଟଣାକୁ ନେଇ ହୋଇଚି ଏହି ପ୍ରତିବାଦ । ସୂଚନା ମୁତାବକ ଅଦିତି ବାଳା ପଣ୍ଡା ପ୍ରଧାନ ଶିକ୍ଷୟତ୍ରୀ ଭାବେ 6 ମାସ ହେଲା ଦାୟିତ୍ଵ ନିର୍ବାହ କରୁଛନ୍ତି କିନ୍ତୁ ସେ ଦାୟିତ୍ଵ ନେବା ଦିନଠାରୁ ବିଦ୍ୟାଳୟରେ ବହୁତ୍ ବିବାଦ ହେବା ସହ ସେ ଏକ ଛତ୍ର ବାଦ ଶାସନ ଚଳାଉଥିବା ଅଭିଯୋଗ ହୋଇଛି ।ଶିକ୍ଷକ ରାଧାକାନ୍ତ ରଞ୍ଜିତ ଚଳିତ ମାସ 19 ତାରିଖରେ ଗୋଟିଏ ଦିନ ଅର୍ଥାତ୍ 20 ତାରିଖ ପାଇଁ ଛୁଟି ଦରଖାସ୍ତ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଆବେଦନ କରିଥିଲେ । କିନ୍ତୁ ସେ ଦେଖିଲା ବେଳକୁ ଉପସ୍ଥାନ ଖାତାରେ ପ୍ରଧାନ ଶିକ୍ଷୟତ୍ରୀ ଲାଲ ରଙ୍ଗର ଗାର ଟଣା ଯାଇଥିଲା ଯାହା ବିଷୟରେ ଶିକ୍ଷକ ପଚାରିବାରୁ ପ୍ରଧାନ ଶିକ୍ଷୟତ୍ରୀ ଉତକ୍ଷିପ୍ତ ହୋଇ ଏକ ସ୍କୁଲ ବେଲ ରେ ଲାଗିଥିବା ଲୁହା ରଡ଼ ରେ ଶିକ୍ଷକଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିବା ଶିକ୍ଷକ ଜଣଙ୍କ ଲିଖିତ ଅଭିଯୋଗ କରିଛନ୍ତି । ଶିକ୍ଷକ ନିଜର ପ୍ରାଣ ବଞ୍ଚାଇବାକୁ ଯାଇ ପ୍ରଥମେ ଗ୍ରାମର ସଭାପତି ଓ କମିଟି ସଦସ୍ୟଙ୍କୁ ଜଣାଇବା ସହିତ ପରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଓ ପରେ ସୋରଡ଼ା ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି । ଜାତିଆଣ ମନୋଭାବକୁ ନେଇ ଏହି ଝଗଡା ଆରମ୍ଭ ହୋଇଥିବା ଗ୍ରାମବାସି କହିବା ସହ ଶିକ୍ଷକ ଜଣ ଙ୍କ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଜାଣିବା ପରେ ସ୍ଥାନୀୟ ଲୋକ ଏବଂ ବିଦ୍ୟାଳୟ ଛାତ୍ର ଛାତ୍ରୀ ବିଦ୍ୟାଳୟରେ ତାଲା ପକାଇ ସମ୍ମୁଖରେ ଧାରଣା ରେ ବସିଥିବା ଦେଖିବାକୁ ମିଳିଛି । ପ୍ରଧାନ ଶିକ୍ଷୟତ୍ରୀ ଛାତ୍ର ଛାତ୍ରୀଙ୍କ ଠାରୁ ଆରମ୍ଭ କରି ସହକାରୀ ଶିକ୍ଷକ ମାନଙ୍କୁ ଜାତିଆଣି ଭେଦ ଭାବ ଓ ଅସଭ୍ୟ ଭାଷାରେ ଗାଳି ଗୁଲଜ କରୁଥିବା କହି ଗତକାଲି ବିଦ୍ୟାଳୟ ପରିସର ସୃଷ୍ଟି ହୋଇଥିବା ପରିବେଶ ଆଜି ଏକ ଯାତ୍ରା ସ୍ଥଳର ରୂପ ନେଇଛି ସ୍ଥିତି ଏହିଭଳି ହୋଇଥିଲା ଯେ ଉପରିସ୍ଥ ଅଧିକାରୀଙ୍କ ଠାରୁ ଆରମ୍ଭ କରି ପୋଲିସ କର୍ମଚାରୀଙ୍କୁ ଖବର ଲେଖା ସୁଦ୍ଧା ନାକେଦମ ହେବାକୁ ପଡିଥିଲା ଏବଂ ଦୁଇଦିନ ଧରି ବିଦ୍ୟାଳୟର ଶିକ୍ଷାଦାନ ବନ୍ଦ ରହିଥିବା ବେଳେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ମଧ୍ୟ ବନ୍ଦ ରହିଥିଲା ।ଉପସ୍ଥିତ କମିଟି, ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ ଉପରିସ୍ଥ ଅଧିକାରୀ ମାନଙ୍କ ଅବହେଳା ଓ ଅହେତୁକ ଖାମଖିଆଲି ମନୋଭାବ ଯୋଗୁଁ ଆଜି ଏହିପରି ସ୍ଥିତି ହୋଇ ଥିବାବେଳେ ଛୋଟ କୋମଳ ମତି ଶିଶୁ ମାନଙ୍କୁ ଶିକ୍ଷାଛଡା ଏହି ବାତାବରଣ ଶିକ୍ଷା ପ୍ରଦାନ ଅପ୍ରଯୁଯ୍ୟ ବୋଲି କହିଛନ୍ତି।ଏହା ସହ ରାଧାକାନ୍ତ ରଞ୍ଜିତ (ଅଭିଯୋଗକାରୀ ଶିକ୍ଷକ)ରଞ୍ଜିତା କୁମାରୀ ବେହେରା (କାର୍ଯ୍ୟରତ ଶିକ୍ଷୟତ୍ରୀ)ଙ୍କ ବୟାନ ମୁତାବକ ଏହି ପ୍ରଧାନ ଶିକ୍ଷୟତ୍ରୀଙ୍କ ଦାୟିତ୍ୱ ଗ୍ରହଣ ପରଠୁ ଏହିଭଳି ନାନା ଅସୁବିଧାର ସମ୍ମୁଖୀନ ହେଉଥିବା କହିଛନ୍ତି। ତେବେ ଏ ସମ୍ପର୍କରେ ଶିକ୍ଷକ ରାଧାକାନ୍ତ ରଂଜିତ ନିଜ ଲିଖିତ ଅଭିଯୋଗ ରେ ପ୍ରଧାନ ଶିକ୍ଷୟତ୍ରୀ ଙ୍କ ବିରୋଧରେ ଜାତି ଆଣ ମନୋଭାବ ନେଇ ମାନସିକ ଅତ୍ୟାଚାର ଆଜକୁ ବହୁ ଦିନ ହେଲା ଦିଆଯାଉଥିବା ଅଭିଯୋଗ ଆଣିଛନ୍ତି. ଏ ସମ୍ପର୍କରେ ବହୁବାର ସୋରଡ଼ା ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କୁ ଅବଗତ କରିଲା ପରେ ଆଜକୁ ଦୁଇ ମାସ ହେଲା କୌଣସି ପଦକ୍ଷେପ ନିଆଯାଇନଥିବା ଅଭିଯୋଗ କରିଛନ୍ତି ଏପରିକି ଶିକ୍ଷକ ଜଣକ ମୋବାଇଲ ମଧ୍ୟ ଭାଗି ଦିଆଯାଇଥିବା ଅଭିଯୋଗ ହୋଇଛି। ଏପରି ଏକ ନିନ୍ଦନୀୟ ପରିବେଶ ଯେଉଁଥିରେ ଶିକ୍ଷକ ଶିକ୍ଷୟତ୍ରି ପିଲାଙ୍କ ଆଗରେ ଅସଭ୍ୟ ଭାଷା ରେ ଗାଳି ଗୁଲଜ ପରସ୍ପର କୁ କରୁଥିବା ଏବଂ ସ୍କୁଲ ଭିତରେ ପିଟା ପିଟି ହେଉଥିବା ବେଳେ ଘଟଣା ବିଇଓ ଅଫିସ ତରଫରୁ କୌଣସି ପଦକ୍ଷେପ ନିଅନଯିବା ଦୁର୍ଭାଗ୍ୟ ଜଣକ ବୋଲି ଗ୍ରାମବାସୀ ଅଭିଯୋଗ କରୁଛନ୍ତି। ଘଟଣା ରେ ସମ୍ପୃକ୍ତ ଥିବା ଉଭୟ ପ୍ରଧାନ ଶିକ୍ଷୟତ୍ରୀ ଓ ସହକାରୀ ଶିକ୍ଷକ ପରସ୍ପର ଉପରେ ଦୋଷ ଏ ଲଦିବାରେ ଲାଗିଛନ୍ତି। ବିଇଓ ଅଫିସ ତରଫରୁ ବହୁ ଅଭିଯୋଗ ପରେ କୌଣସି ପଦକ୍ଷେପ ନିଅନଯିବା ଦେଖି ବର୍ତମାନ ସହକାରୀ ଶିକ୍ଷକ ରାଧାକାନ୍ତ ରଣଜିତ ଗଞ୍ଜାମ ଜିଲା ପ୍ରାଥମିକ ଶିକ୍ଷକ ସଂଘ କୁ ଲିଖିତ ଭାବେ ଜଣାଇଛନ୍ତି ଅନ୍ୟପଟେ ସୋରଡ଼ା ବିଈଓ ଆଜି ଅନୁପସ୍ଥିତ ଥିବା ବେଳେ ଆଗାମୀ ଦିନ ରେ ଏହି ପରି ବିଶୃଙ୍ଖଳିତ ଘଟଣା ୱାରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।