ଶିକ୍ଷକ ଦମ୍ପତି ପାଇଲେ ଗ୍ଲୋରି ସମ୍ମାନ -୨୦୨୪
ପୁରୀ,( ସନ୍ତୋଷ ଦାଶ):ପୁରୀ ଜିଲ୍ଲା କାକଟପୁରର ସୁନାମଧନ୍ୟ ଶିକ୍ଷକ ଦମ୍ପତ୍ତି ଶ୍ରୀ ହୃଦାନନ୍ଦ ଶାସମଲ , ପତ୍ନୀ ସୁନନ୍ଦା ରାଉତଙ୍କୁ ପୁରୀ ଠାରେ “ଗ୍ଲୋରୀ ସମ୍ମାନ”ରେ ସମ୍ମାନିତ କରାଯାଇଛି। ଶ୍ରୀଯୁକ୍ତ ଶାସମଲ ଏକାଧାରାରେ ଜଣେ ଶିକ୍ଷକ ସଂଗଠକ ,ଶିକ୍ଷକ ନେତା , କବି ଓ ସମାଜସେବୀ ଅଟନ୍ତି। ସେ ଦୀନଦୁଃଖୀଙ୍କ ସେବା ପାଇଁ ସର୍ବଦା ଚେଷ୍ଟିତ ରହିଥାନ୍ତି। ସେ କାକଟପୁର ଶିକ୍ଷକ ମହଲରେ ମଙ୍ଗୁସାର ନାମରେ ସୁପରିଚିତ । ସେ ବିଭିନ୍ନ ସାହିତ୍ୟ ସଙ୍ଗଠନ ସହିତ ଜଡିତ ରହିଛନ୍ତି। ପୁରୀ ସଂସ୍କୃତି ଭବନ ପରିସରରେ ହାପି ମୋମେଣ୍ଟ ଇଣ୍ଡିଆ ତରଫରୁ ଏହି ଶିକ୍ଷକ ଦମ୍ପତ୍ତିଙ୍କୁ “ଗ୍ଲୋରୀ ସମ୍ମାନ-୨୦୨୪ରେ ସମ୍ମାନିତ କରାଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଶଶଧର ପଣ୍ଡା, ହାପି ମୋମେଣ୍ଟ ଇଣ୍ଡିଆର ରାଜେନ୍ଦ୍ର ପଣ୍ଡା ,ବିଶିଷ୍ଟ କବି ତଥା ଲେଖକ ସଂଙ୍କର୍ଷଣ ପରିଡ଼ାଙ୍କ ଦ୍ଵାରା ଶିକ୍ଷକ ଦମ୍ପତ୍ତିଙ୍କୁ ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇ ସମ୍ମାନିତ କରା ଯାଇଥିଲା।