ଶିକ୍ଷକ ହର୍ଷବର୍ଦ୍ଧନ ରଣାଙ୍କୁ ଅଭିମନ୍ୟୁ ପଟ୍ଟନାୟକ ସ୍ମୃତି ସମ୍ମାନ
ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ସହରର ବିଶିଷ୍ଟ ଶିକ୍ଷାବିତି,ଗାନ୍ଧୀବାଦୀ, ସମାଜସେବି, ଗଞ୍ଜାମ ଏନଏସି, ଗଞ୍ଜାମ ମହାବିଦ୍ୟାଳୟ, ଗଞ୍ଜାମ ତହସିଲ, ଭାରତୀବିଦ୍ୟା ପୀଠ ଷ୍ଟାଡିୟମ, ଗଞ୍ଜାମ ସରସ୍ବତୀ ଶିଶୁବିଦ୍ୟା ମନ୍ଦିର, ଗଞ୍ଜାମ ପୌରାଞ୍ଚଳ ବରିଷ୍ଠ ନାଗରିକପରିଷଦର, ୟୁଏଏ ପ୍ରମୁଖର ପ୍ରତିଷ୍ଟାତାର ପ୍ରମୁଖ ସାରଥୀ ଥିବା ଏବଂ ଏନଏସିକୁ ପାନୀୟଜଳ ଯୋଗାଣରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ସ୍ବର୍ଗତ ଅଭିମନ୍ୟୁ ପଟ୍ଟନାୟକଙ୍କ ସପ୍ତମ ଶ୍ରାଦ୍ଧ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି l ଏହି ପରିପ୍ରେକ୍ଷୀରେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଥିବା ପ୍ରତିମୂର୍ତ୍ତି ରେ ମାଲ୍ୟାପର୍ଣ କରାଯିବା ସହ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି l ଏଥିରେ ଗଞ୍ଜାମ ପୋୖରାଞ୍ଚଳ ବରିଷ୍ଠ ନାଗରିକ ପରିଷଦର ସମ୍ପାଦକ ବିନୋଦଚନ୍ଦ୍ର ମହାପାତ୍ର,ଗଞ୍ଜାମ ମହାବିଦ୍ୟାଳୟର ଅଧ୍ୟାପକ ଗିରିଶ କୁମାର ଆଚାର୍ଯ୍ୟ,ଶିକ୍ଷକ ବିପିନ ପଟ୍ଟନାୟକ, ଶିକ୍ଷାବିତି ଗୋପାଳଚନ୍ଦ୍ର ବେହେରା,,ଭରସାର ସମ୍ପାଦକ ଦୁର୍ଗାମାଧବ ପାଣିଗ୍ରାହୀ, ଶୁଶୁମନ୍ଦିର ପରିଚଳନା କମିଟି କୋଷାଧକ୍ଷ ବିଶ୍ଵନାଥ ସାମନ୍ତରାୟ, ସାମ୍ବାଦିକ ବିନୋଦ ଚନ୍ଦ୍ର ପଳେଇ, ଓ ସ୍ବର୍ଗତ ପଟ୍ଟନାୟକଙ୍କ ଏକ ମାତ୍ର ପୁତ୍ର ପ୍ରଦୀପ୍ତ କୁମାର ପଟ୍ଟନାୟକପ୍ରମୁଖ ଉପସ୍ଥିତ ରହି ସ୍ବର୍ଗତ ପଟ୍ଟନାୟକଙ୍କ ସ୍ମୃତିଚାରଣ କରିଥିଲେl ଏହି ଅବସରରେ ” ଭରସା ” ସ୍ୱଛାସେବୀ ଅନୁଷ୍ଠାନ ପକ୍ଷରୁ ଚଳିତବର୍ଷ “ସପ୍ତମ ଅଭିମନ୍ୟୁ ସ୍ମୃତି ସମ୍ମାନ ” ଶିକ୍ଷକ ” ହର୍ଷବର୍ଦ୍ଧନ ରଣା “ଙ୍କୁ ଆସନ୍ତା ଜାନୁଆରୀ 12ତାରିଖରେ ପ୍ରଦାନ କରାଯିବା ପାଇଁ ଘୋଷଣା କରାଯାଇଥିଲା l ପ୍ରଧାନଆଚାର୍ଯ୍ୟ ଆଦିତ୍ୟ ପ୍ରସାଦ ମହାପାତ୍ରଙ୍କ ସଂଯୋଜନାରେ ଏହି ସ୍ମୃତି ସଭାରେ ଅଞ୍ଚଳର ବିଭିନ୍ନ ବର୍ଗର ମାନୟଗଣ୍ୟ ବ୍ୟକ୍ତିବୃନ୍ଦ,ଗିରୁଜି ଶିକ୍ଷକ, ଶିକ୍ଷୟିତ୍ରୀ,ବିଦ୍ୟାର୍ଥୀ ଉପସ୍ଥିତ ଥିଲେl