ଶିକ୍ଷାବର୍ଷର ୮ ମାସ ବିତିବା ପରେ ମଧ୍ୟ ସ୍କୁଲ ଛାତ୍ରଛାତ୍ରୀଙ୍କୁ ମିଳୁନି ନୂଆ ପୋଷାକ

କରଞ୍ଜିଆ,(ଜିତେନ୍ଦ୍ର ରାଜ): ଏପ୍ରିଲ ମାସରୁ ଆରମ୍ଭ ହୋଇଥିଲା ନୂତନ ଶିକ୍ଷାବର୍ଷ ଇତିମଧ୍ୟରେ ଚଳିତ ଶିକ୍ଷାବର୍ଷର ୮ ମାସ ବିତି ଗଲାଣି, ହେଲେ ଏ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କ ଛାତ୍ରୀଙ୍କୁ ମିଳିନି ପୋଷାକ ଫଳରେ ୨୦୨୩ ଶିକ୍ଷାବର୍ଷରେ ଛାତ୍ର ଛାତ୍ରୀ ଙ୍କୁ ମିଳିଥିବା ପୋଷାକକୁ ପିଲାମାନେ ଏବେ ବି ପିନ୍ଧୁଛନ୍ତି ଅନେକ ଛାତ୍ର ଛାତ୍ରୀ ଙ୍କ ପୋଷାକ ଛିଣ୍ଡି ଯାଇଥିବା ବେଳେ ତଳି ପକା ପୋଷାକ ପିନ୍ଧି ସ୍କୁଲ ଆସିବାକୁ ବାଧ୍ୟ ହେଉଛନ୍ତି ଛାତ୍ର ଛାତ୍ରୀ ଏହାକୁ ନେଇ ଅନେକ ଅଭିଭାବକ ଅସନ୍ତୋଷ ପ୍ରକାଶ କରୁଛନ୍ତି ପ୍ରତିବର୍ଷ ଜୁଲାଇ ଓ ଅଗଷ୍ଟ ମାସ ଶେଷ ସୁଦ୍ଧା ଛାତ୍ରଛାତ୍ରୀଙ୍କୁ ପୋଷାକ, ଜୋତା ବଣ୍ଟନ କାର୍ଯ୍ୟକ୍ରମ ଶେଷ ହୋଇଥାଏ। କରଞ୍ଜିଆ ବ୍ଲକ୍‌ ଓ କରଞ୍ଜିଆ ବିଜ୍ଞାପିତ ଅଞ୍ଚଳ ପରିଷଦର ପ୍ରଥମରୁ ଅଷ୍ଟମ ଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପର୍ଯ୍ୟନ୍ତ ମୋଟ ୧୭୧ ଟି ସରକାରୀ ଓ ୩ ଟି ଅନୁଦାନ ପ୍ରାପ୍ତ ସ୍କୁଲ ସ୍କୁଲର 11768 ଛାତ୍ରଛାତ୍ରୀ ଓ ଚଳିତବର୍ଷ 20 ଟି ହାଇସ୍କୁଲ ର 2142 ଛାତ୍ରଛାତ୍ରୀ ଚଳିତ ବର୍ଷ ପୋଷାକ ଓ ଜୋତା ମାଗଣା ପାଇବା କଥା । ହେଲେ ନଭେମ୍ବର 20 ସୁଦ୍ଧା 174 ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରୁ ମାତ୍ର 24 ଟି ସ୍କୁଲ ର ଛାତ୍ର ଛାତ୍ରୀ ଙ୍କୁ ପୋଷାକ ବଣ୍ଟନ ହୋଇଥିବା ବେଳେ 90 ପ୍ରତିଶତ ବିଦ୍ୟାଳୟରେ ପୋଷାକ ବଣ୍ଟନ ହୋଇନଥିବା ଜଣାପଡ଼ିଛି।
ପୋଷାକ ଯୋଗାଇ ଦେବାକୁ ସ୍ଥାନୀୟ ସ୍ଵଂୟ ସହାୟକ ଗୋଷ୍ଠି ଓ କେତେକ ସ୍ଥାନରେ ଲଘୁ ଉଦ୍ୟଗ ସଂସ୍ଥାକୁ ଦାୟିତ୍ବ ଦିଆ ଯାଇଥିବାର କହିବା ସହିତ ଉକ୍ତ ସ୍ୱୟଂ ସହାୟିକା ଗୋଷ୍ଠି ଓ ସଂସ୍ଥାଗୁଡିକ ଏ ପର୍ଯ୍ୟନ୍ତ ପୋଷାକ ଯୋଗାଇ ପାରି ନ ଥିବାରୁ ଅଭିବାବକ ମହରରେ ଅସନ୍ତୋଷ ଦେଖା ଦେଇଛି ଏନେଇ ପୋଷାକ ବଣ୍ଟନ ଦାୟିତ୍ୱ ରେ ଥିବା ବିଆରସିସି ଆରତୀ ଦାସ ଙ୍କୁ ପଚାରିବାରୁ ନ‌ଭେମ୍ବର ଶେଷ ମୁଦ୍ଧା ସମସ୍ତ ଛାତ୍ରଛାତ୍ରୀଙ୍କୁ ପୋଷାକ ଯୋଗାଇ ଦେବାକୁ ଚେଷ୍ଟା କରାଯାଉଥିଛି ଓ ଆସନ୍ତା କାଲି ଅନୁଷ୍ଠିତ ହେବାକୁ ଯାଉଥିବା ବିଜ୍ଞାନ ମେଳା ପ୍ରସ୍ତୁତି ବୈଠକ ରେ ସମସ୍ତ ସିଆରସିସି ଙ୍କୁ ବଣ୍ଟନ ସାରିବାକୁ ଆଲୋଚନା କରାଯିବା ସହିତ ବଣ୍ଟନ ଶୀଘ୍ର ସାରିବାକୁ କୁହାଯିବ ବୋଲି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ