ଶିକ୍ଷାବିତ୍ ସ୍ୱର୍ଗତ ଲକ୍ଷ୍ମୀଧର ପାତ୍ରଙ୍କ ସ୍ମୃତିଚାରଣ ସଭା
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ସେଣ୍ଢତୀରା ପଞ୍ଚାୟତ ବାଲିପୁର ଗ୍ରାମର ଶିକ୍ଷାବିତ୍ ତଥା ହାଟଡିହୀ ବ୍ଲକ ଷଡଙ୍ଗସ୍ଥିତ ଆର.ବି ହାଇସ୍କୁଲର ପୂର୍ବତନ ପ୍ରଧାନ ଶିକ୍ଷକ ସ୍ୱର୍ଗତ ଲକ୍ଷ୍ମୀଧର ପାତ୍ରଙ୍କ ୩୦ତମ ଶ୍ରାଦ୍ଧ ବାର୍ଷିକ ଅବସରରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ସ୍ୱର୍ଗତ ଲକ୍ଷ୍ମୀଧର ପାତ୍ର ସ୍ମୃତି ପରିଷଦ ଆନୁକୂଲ୍ୟରେ ଅନୁଷ୍ଠିତ ସଭାରେ ପ୍ରାକ୍ତନ ଅଧ୍ୟକ୍ଷ ତଥା ବିଶିଷ୍ଟ ସାହିତ୍ୟିକ ପ୍ରଫେସର ଡ. ନାରାୟଣ ସେନାପତି ଅଧ୍ୟକ୍ଷତା କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ଶଙ୍କର୍ଷଣ ଜେନା, ବରେଣ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗଙ୍ଗାଧର ନାୟକ, ବିଶିଷ୍ଟ ଅତିଥି ଭାବେ ସାହିତ୍ୟିକ ଗଣେଶ ପ୍ରସାଦ କରଶର୍ମା, ମୁଖ୍ୟ ବକ୍ତା ଭାବେ ପ୍ରାକ୍ତନ ଅଧ୍ୟକ୍ଷ ତଥା ପ୍ରାଧ୍ୟାପକ କୃଷ୍ଣ ଚନ୍ଦ୍ର ସ୍ୱାଇଁ, ସମ୍ମାନୀତ ବକ୍ତା ଭାବେ ପିପିଳିଆସ୍ଥିତ ଏଲ୍.ଏନ୍. ମହାବିଦ୍ୟାଳୟର ଅଧ୍ୟକ୍ଷ ନିରାକର ସ୍ୱାଇଁ, ସମ୍ମାନୀତ ଅତିଥି ଭାବେ ପ୍ରାକ୍ତନ ଶିକ୍ଷକ ଜଗନ୍ନାଥ ପାତ୍ର, ଭାସ୍କର ଚନ୍ଦ୍ର ପାଢୀ, ସରପଞ୍ଚ ପ୍ରଶାନ୍ତ ଦାସ, ପୂର୍ବତନ ସରପଞ୍ଚ ପ୍ରଶାନ୍ତ ସାମଲ, କାଶିନାଥ ଜେନା ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ପାତ୍ର ଜଣେ ଆଦର୍ଶ ଶିକ୍ଷକ ଓ ଅନୁଷ୍ଠାନପ୍ରେମୀ ଥିଲେ ବୋଲି କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସାହିତ୍ୟିକ ଚତୁର୍ଭୁଜ ପହି, ଅବସରପ୍ରାପ୍ତ କ୍ରୀଡା ଶିକ୍ଷକ କୈଳାସ ଚନ୍ଦ୍ର ବେହେରା, ଅବସରପ୍ରାପ୍ତ ବରିଷ୍ଠ କିରାଣୀ ଜଟାଧାରୀ ବେହେରା, ଅବସରପ୍ରାପ୍ତ ଶିକ୍ଷକ ଦେବରାଜ ସ୍ୱାଇଁ, ଅନାଦି ଚରଣ ସେନାପତି, ଯୁଧିଷ୍ଠିର ପାତ୍ର, ନୃସିଂହ ଚରଣ ସେନାପତି, ଶିକ୍ଷକ ଅକ୍ଷୟ କୁମାର ବେହେରା, ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ଭ୍ରମରବର ବିଶ୍ୱାଳ, ଦାମୋଦର ଜେନା, ଧନେଶ୍ୱର ଜେନା, ଅଭୟ କୁ ମାର ଜେନା, ଶିକ୍ଷକ ନେତା କମଳ ଲୋଚନ ବିଶ୍ୱାଳ, ପ୍ରଭାତ ସେନାପତି, ବାବାଜି ଚରଣ ଦଳେଇ ଯୋଗ ଦେଇ ସ୍ୱର୍ଗତ ପାତ୍ରଙ୍କ ଗୁଣାବଳୀ ଉପରେ ଆଲୋକପାତ କରିଥିଲେ । ପୁଅ ଅମର ପାତ୍ର, ଝିଅ ନକ୍ଷତ୍ର ସାମଲ ବାପାଙ୍କ ସ୍ମୃତିଚାରଣ କରିଥିଲେ । ପ୍ରାରମ୍ଭରେ ଶିକ୍ଷକ ରମାକାନ୍ତ ଜେନା ଅତିଥି ପରିଚୟ ଓ ସାହିତ୍ୟିକ ନାରାୟଣ ଚନ୍ଦ୍ର ଲେଙ୍କା ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ପ୍ରାରମ୍ଭରେ ଅତିଥି ମାନେ ସ୍ୱର୍ଗତ ପାତ୍ରଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଅଶୋକ ପାତ୍ର, ଅଜୟ ପାତ୍ର, ସତ୍ୟବାନ ପାତ୍ର, ହୃଷିକେଶ ପାତ୍ର, ପ୍ରମୋଦ ସାହାଣୀ, ଶ୍ରୀହରି ବେହେରା, ଦୁଷ୍ମନ୍ତ ଜେନା, ପ୍ରତାପ ରାଉତ, ପୀତବାସ ସାମଲ, ମନୋରମା ବିଶ୍ୱାଳ, ବିଚିତ୍ରା ବେହେରା, ପ୍ରେମଲତା ସାହାଣୀ, ସଚିତ୍ରା ଜେନା, ସ୍ନେହଲତା ଜେନା, ସବିତା ପାତ୍ର, ପୁଷ୍ପାଞ୍ଜଳୀ ପାତ୍ର, ରଶ୍ମିରେଖା ପାତ୍ର, ରତ୍ନମଣି ପାତ୍ର, କ୍ରିଷ୍ଣାରାଣୀ ପାତ୍ର, ଅନୁରାଗ ପାତ୍ର, ଅନୁପମ ପାତ୍ର, ଅନୁଭବ ପାତ୍ର, ଅଜିତ୍ ପାତ୍ର, ଅନୁଷ ପାତ୍ରଙ୍କ ସମେତ ପରିବାରବର୍ଗ ସହଯୋଗ କରିଥିଲେ ।