ଶିକ୍ଷା ସମେତ ବିଭିନ୍ନ ବିକାଶ ଦିଗରେ ସଚେତନତାର କାର୍ଯ୍ୟକ୍ରମ

କନ୍ଧମାଳ,(ପ୍ରଶାନ୍ତ କୁମାର ବେହେରା): କନ୍ଧମାଳ ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ ଗୁଡ୍ ସମରିଟାନ ଓ ଅନ୍ତରଙ୍ଗ କନ୍ଧମାଳ ପକ୍ଷରୁ ପୋଷଣ ଅଭିଯାନ ଓ କରୋନା ସଚେତନତା କାର୍ଯ୍ୟକ୍ରମ ଚକାପାଦ ବ୍ଳକର ନନ୍ଦିନୀ, ପସରା, ବରପଲ୍ଲୀ ଓ ଘୁ ଉଦୟଗିରି ବ୍ଳକର କଡିକାଡୁ ଗ୍ରାମରେ କରୋନା ଭୁତାଣୁ ସଂକ୍ରମଣ ରୋଗର ସଚେତନତା ଓ ସର୍ତକତାର ବାର୍ତା ପହଂଚାଇବା ସହ ୭୦୦ ଶହରୁ ଅଧିକା ମାସ୍କ ବଂଟନ କରିବା ସହ ବ୍ୟବହାର କରିବା କୋଭିଡ ନିୟମକୁ ପାଳନ ପାଇଁ ପର୍ବତାଇବ.ଶିଶୁ ଶିକ୍ଷାକୁ ଉତ୍ସାହିତ କରିବା,ବାଲ୍ୟ ବିବାହ ବନ୍ଦ କରିବା ପାଇଁ “ବାଲ୍ୟ ବିବାହକୁ ନା କହିବା ଓ ପାଠ ପଢ଼ାକୁ ହଁ କହିବା”ନାରା ଦେଇଛନ୍ତି ଗାଁର କିଶୋର କିଶୋରୀ ମାନେ ଓ ଗାଁ ଲୋକମାନେ । ମହାମାରୀ ସମୟରେ ନିଜନିଜକୁ ସତର୍କ କରି ସୁରକ୍ଷିତ ରହିଲେ ନିଜ ପରିବାର ସୁରକ୍ଷିତ ରହିବ ଓ ନିଜ ଅଂଚଳ ସୁରକ୍ଷିତ ହେବା ସହ ଗାଁରେ କୌଣସି ବ୍ୟକ୍ତି କରୋନା ରୋଗରେ ଆକ୍ରାନ୍ତ ହେବେ ନାହିଁ ଓ ଏହି ସମୟରେ ଛୋଟ ଛୋଟ ଶିଶୁ ମାନଙ୍କୁ ଓ ଗର୍ଭବତୀ ମହିଳାଙ୍କ ପାଇଁ ପୋଷକତ୍ତତତ୍ୱର ଅଭାବ ଦେଖାଯାଇଥିବାର ସୁଚନା ଅନୁମାନ କରାଯାଇଛି ।ଯାହ ପାଇଁ ଆମକୁ ସାବଧାନତା ଅବଲମ୍ବନ କରି ପୋଷକ ତତ୍ୱର ଖାଦ୍ୟ ପଦାର୍ଥ ଖାଇବା ଆବଶ୍ୟକତା ରହିଛି ବୋଲି ଅନ୍ତରଙ୍ଗ ଯୁବ ମାହାସଂଘର ସମ୍ପାଦକ ହୃଷିକେଶ ପ୍ରଧାନ ବୁଝେଇଥିଲେ ।ମହାମାରୀ ପାଇଁ ସ୍କୁଲ କଲେଜ ଗୁଡିକ ବନ୍ଦ ରହିଥିବା ଫଳରେ ଛାତ୍ରଛାତ୍ରୀ ମାନଙ୍କ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଛି ,ଏହାର ସମାଧାନ ଆମ ନିଜ ପାଖରେ ଅଛି ।ଯାହାକି ନିଜେ ପାଠ ପଢ଼ିବା ଅଭ୍ୟାସ ରଖିବାକୁ ପଡିବ ଓ ଆଗାମୀ ଦିନରେ ମଧ୍ୟ ପଢ଼ିବା ପାଇଁ ଅନ୍ୟ ଭାଇଭଉଣୀଙ୍କୁ ମଧ୍ୟ ପ୍ରବର୍ତାଇବା ଉଚିତ ବୋଲି ବାଲ୍ୟ ବିବାହ ପ୍ରତିରୋଧ ମଂଚର ସମ୍ପାଦିକା ବିଷ୍ଣୁ ପ୍ରିୟା ପ୍ରଧାନ କହିଛନ୍ତି । ଏହି ସମୟରେ ବଜାରକୁ ବାହରିବା ମାତ୍ରେ ମାସ୍କର ଆବଶ୍ୟକତା ରହିଛି ଏବଂ ସରକାରୀ ନିୟମକୁ ମାନି ଆମକୁ ସାବଧାନତା ଅବଲମ୍ବନ କରିବା ଉଚିତ ।ଯଦି ନମାନନ୍ତି ତେବେ ଜରିମାନା ଦେବାକ ପଡୁଛି ବୋଲି ଗୁଡ୍ ସମରିଟାନର ଅଧ୍ୟକ୍ଷ ଶ୍ରୀ ଅମୁଲ୍ୟ ପାଣିଗ୍ରାହୀ ସୁଚନା ଦେଇଛନ୍ତି । ଏହି ରୋଗରେ ଆକ୍ରାନ୍ତ ହେବା ପୁର୍ବରୁ ଆମେ ନିଜେ ନିଜକୁ ସତର୍କ ରହିବା ଉଚିତ ବୋଲି କହିଛନ୍ତି । ଏହି ସମୟରେ ଛୋଟ ପିଲାମାନେ କିପରି ପାଠ ପଢ଼ିପାରିବେ ସେକ୍ଷେତ୍ରରେ ଗୁଡ ସମରିଟାନ, ଅନ୍ତରଙ୍ଗ କନ୍ଧମାଳ ତରଫରୁ ବରପଲ୍ଲୀ ଓ ନନ୍ଦିନୀ ଗ୍ରାମରେ ଦୁଇଟି ଟିଉସନ ବ୍ୟବସ୍ଥା କରାଯାଇଛି ।ସେଥିରେ ପ୍ରାୟ ୧୫୦ ରୁ ଉର୍ଦ୍ଧ ପିଲା ମାଗଣାରେ ପାଠ ପଢ଼ି ପାରୁଛନ୍ତି ।ସ୍ୱେଛାସେବୀ ଭାବେ ସୁଶ୍ରୀ ପ୍ରବିଣ ନାୟକ.ରଶ୍ମିତା କହଁର ଓ ରୁନୁ ନାୟକ ପାଠ ପଢ଼ାଉଛନ୍ତି । ଶିକ୍ଷା କ୍ଷେତ୍ର ବିକାଶ ଦିଗରେ ପଯକ୍ଷେପ ନିଆଯାଇଥିବାରୁ ଗ୍ରାମର ବୁଦ୍ଧୀଜିବୀ ମାନେ ସମରିଟାନ, ଅନ୍ତରଙ୍ଗର ସଦସ୍ୟ ଓ ସଦସ୍ୟା ମାନଙ୍କୁ ଧନ୍ୟବାଦ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ