ଶିଖ ସମାଜ ତରଫରୁ ଦଶମ ଗୁରୁ ଗୋବିନ୍ଦ ସିଂହଙ୍କ ୩୫୮ ତମ ଜୟନ୍ତୀ ମହାସମାରୋହରେ ପାଳିତ

ରାଇରଙ୍ଗପୁର, (ଅକ୍ଷୟ ବିଶ୍ବାଳ):ଧର୍ମଂ ଶରଣଂ ଗଛାମି । ‌ସବୁ ସଂପ୍ରଦାୟର ନିଜସ୍ବ ଧର୍ମ ରହିଛି । ଧର୍ମ ଆଧାରରେ ମଣିଷ ନିଜ ଜୀବନକୁ ସୁସ୍ଥ,ସୁନ୍ଦର ଓ ଶୃଙ୍ଖଳିତ କରିବା ସହ ପରିବାର ଓ ସମାଜକୁ ଶୃଙ୍ଖଳିତ ଓ ଆଧ୍ୟାତ୍ମିକ ଜୀବନ ନେଇ ଵଂଚିବା ଶିଖାଇଥାଏ ।ଆଜି ଶିଖ ସମାଜର ପ୍ରାତଃ ସ୍ମରଣୀୟ ଦଶମ ଗୁରୁ ଗୋବିନ୍ଦ ସିଂହ ଙ୍କ ୩୫୮ ତମ ଜୟନ୍ତୀ ।ଏହି ଅବସରରେ ରାଇରଙ୍ଗପୁର ସହରର ମୁଖ୍ୟତଃ ଇଚିଣ୍ଡା ଗ୍ରାମରେ ୨୦ ପରିବାର ନେଇ ରହୁଥିବା ଶିଖ ସମାଜ ବହୁ ବର୍ଷ ହେଲା ବସବାସ କରୁଛନ୍ତି । ସେଠାରେ ମଧ୍ୟ ନିଜର ପ୍ରଚେଷ୍ଟାରେ ତାଙ୍କର ଧର୍ମ ଆସ୍ଥାନ ଏକ ଗୁରୁଦ୍ୱାର ନିର୍ମାଣ କରିଛନ୍ତି ।ସେହି ଗୁରୁଦ୍ୱାରରେ ଆଜି ସକାଳୁ ଶିଖ ସମାଜର ଆବାଳ ବୃଦ୍ଧବନିତା ପ୍ରବଳ ଶୀତ କୁ ଖାତିର ନକରି ସ୍ନାନ ଓ ଶୌଚ ସାରି ନବ ବସ୍ତ୍ର ପରିଧାନ କରି ନିଜର ଗୁରୁ ଗୋବିନ୍ଦ ସିଂହଙ୍କ ପୂଜାର୍ଚ୍ଚନା ପାଇଁ ରାଇରଙ୍ଗପୁର ସମେତ ଆଖପାଖ ଅଂଚଳରୁ ବହୁ ସଂଖ୍ୟାରେ ଗୁରୁଦ୍ୱାରକୁ ଛୁଟି ଆସିଥିଲେ ।ସେଠାରେ ପୂଜାର୍ଚ୍ଚନା ,ନଗର କୀର୍ତ୍ତନ, ସତସଙ୍ଗ,ଭଜନ, ଗୁରୁ ଗ୍ରନ୍ଥ ପଠନ କରିଥିଲେ । ଶେଷରେ ଗୁରୁଙ୍କୁ ଆଶୀର୍ବାଦ ନେବା ସହ ପରିବାର ଓ ସମାଜର ମଙ୍ଗଳ କାମନା ପାଇଁ ପ୍ରାର୍ଥନା କରିଥିଲେ।ପରେ ଗୁରୁଦ୍ୱାର କମିଟି ତରଫରୁ ନିଜ ହାତ ପ୍ରସ୍ତୁତ ଲଙ୍ଗର( ଖାଦ୍ୟ ଭଣ୍ଡାର ) କରି ୫୦୦ ରୁ ଉର୍ଦ୍ଧ୍ବ ସ୍ଥାନୀୟ ବାସିନ୍ଦାଙ୍କୁ ଅନ୍ନପ୍ରସାଦ ଵଣ୍ଟନ କରିଥିଲେ । ସମସ୍ତେ ସମସ୍ତଙ୍କୁ ସାହାଯ୍ୟ ଓ ସହଯୋଗ କରିବେ ବୋଲି କହିଥିଲେ । ପରସ୍ପରକୁ ଆଲିଙ୍ଗନ କରି ମିଷ୍ଟାନ୍ନ ଖୁଆଖୋଇ କରିଥିଲେ । ଆଜିର ଏହି ଜୟନ୍ତୀ ରେ ଟାଟା ନଗର, ଯଶିପୁର ,କରଂଜିଆ, ଆନନ୍ଦପୁର , ଚାଇଁଵସା ଆଖପାଖ ଅଂଚଳରୁ ବହୁ ସଂଖ୍ୟାରେ ଶିଖ ସମାଜର ଲୋକେ ଆସି ଗୁରୁଦ୍ୱାରରେ ପୂଜାପାଠ କରିବା ନିଜ ଗୁରୁଙ୍କୁ ଭକ୍ତିପୂତ ପ୍ରଣାମ ଜଣାଇଥିଲେ ।କମିଟିର କର୍ମକର୍ତ୍ତା ମାନଙ୍କର ଏକମାତ୍ର ଦୁଃଖ ସବୁ ସମାଜ ଭଳି ଶିଖ ସମାଜକୁ ଜିଲ୍ଲା ପ୍ରଶାସନ ତରଫରୁ ଏକ ସ୍ଥାନ ଯୋଗାଇ ଦିଆଯାଉ ଯେଉଁଠାରେ ସେମାନେ ଏକ ନୂତନ ଗୁରୁଦ୍ୱାର ନିର୍ମାଣ କରି ସେମାନଙ୍କ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ କରି ପାରିବେ ।ଆଜିର ଏହି ଭବ୍ୟ ପୂଜନ କାର୍ଯ୍ୟକ୍ରମରେ କମିଟିର ସଭାପତି ସୁରେନ୍ଦ୍ର ସିଂହ,ରତନ ସିଂହ, ଯଶଵୀର ସିଂହ, ସୁରେନ୍ଦ୍ର ସିଂହ,ଅମରଜୀତ ସିଂହ, ରଣଜିତ ସିଂହ,ଗୁରୁପ୍ରୀତ ସିଂହ,ସତନାମ ସିଂହ,ତନଵୀର ସିଂହ,ମନିନ୍ଦର ସିଂହ,ଦୀପା କୌର, ଉର୍ମିଳା କୌର,ନିର୍ମଳା କୌର,ରଶମିତ କୌର,ରିଙ୍କଲ କୌର,ଜାତୀୟ କୌରଙ୍କ ସମେତ ଅନ୍ୟମାନେ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ