ଶିବିରରେ ୪୫ ୟୁନିଟ୍ ରକ୍ତ ସଂଗ୍ରହ
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ କେନ୍ଦୁଆପଦା ଠାରେ ସବୁଜ ୟୁଥ୍ କ୍ଲବ ଆନୁକୂଲ୍ୟରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ୪୫ରୁ ଅଧିକ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । କ୍ଲବର ଉପଦେଷ୍ଟା ଅଧ୍ୟାପକ ପ୍ରଦୀପ କୁମାର ସ୍ୱାଇଁ, କୃପାସିନ୍ଧୁ ସେଠୀ, ବିଶ୍ୱଜିତ୍ ସ୍ୱାଇଁଙ୍କ ତତ୍ତ୍ୱାବଧାନରେ ସ୍ୱେଚ୍ଛାସେବୀ ମାନେ ରକ୍ତ ଦାନ କରିଥିଲେ । ଶିବିର ପରିଚାଳନାରେ ୟୁଥ୍ କ୍ଲବର ସମସ୍ତ ସଦସ୍ୟ ମାନେ ସହଯୋଗ କରିଥିଲେ ।