ଶିଶୁଙ୍କ ଚରିତ୍ର ଗଠନରେ ମାଆ ମାନଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ

ଆରଡି, (ଆଲୋକ ଚନ୍ଦ୍ର ନାୟକ):ଚାନ୍ଦବାଲି ବ୍ଲକ ସୁନ୍ଦରପୁର ପଞ୍ଚାୟତ ସ୍ଥିତ ମଠଡିହ ଠାରେ ଅବସ୍ଥିତ ତଥାସ୍ତୁ ଶିଶୁ ବିଦ୍ୟାମନ୍ଦିର ବାର୍ଷିକ ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ପ୍ରଦୀପ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଭଦ୍ରକ ଜିଲାପାଳ ଦୀଲିପ କୁମାର ରାଉତରାଏ ମୁଖ୍ୟ ଅତିଥି, ଆଧ୍ୟାତ୍ମିକ ପତ୍ରିକା ଅମୃତ ଦର୍ଶନର ସମ୍ପାଦକ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ମୁଖ୍ୟବକ୍ତା, ଓଡିଶା ଶିକ୍ଷା ବିକାଶ ପରିଷଦ ( ଉତ୍ତର କ୍ଷେତ୍ର ) ସମ୍ପାଦକ ସୁଦର୍ଶନ ପ୍ରଧାନ, ବିଦ୍ୟାମନ୍ଦିର ଉପ ସଭାପତି ପ୍ରକାଶ କୁମାର ପାଢୀ, ପ୍ରଧାନ ଆଚାର୍ଯ୍ୟା ଅନ୍ନପୂର୍ଣ୍ଣା ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ସିଆରସିସି ଦିଲ୍ଲୀପ ଶେଖର ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ । ପ୍ରତିଷ୍ଠାତା ସମ୍ପାଦକ ନିରାକାର ନାୟକ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ତଥାସ୍ତୁ ଶିଶୁ ବିଦ୍ୟା ମନ୍ଦିର ଛାତ୍ରୀଛାତ୍ରଙ୍କ ଚରିତ୍ର ଗଠନରେ ସହାୟକ ହେଉ, ଶିଶୁ ମାନଙ୍କ ମାଆ ମାନେ ଏଥିରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତୁ ବୋଲି ଜିଲାପାଳ ନିଜ ଅଭିଭାଷଣରେ କହିଥିଲେ । ପରେପରେ ଅନୁଷ୍ଠାନର ଛାତ୍ରୀଛାତ୍ର ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପୂର୍ବରୁ ଅନୁଷ୍ଠିତ ବିଦ୍ୟା ମନ୍ଦିର ବାର୍ଷିକ କ୍ରୀଡା ଉତ୍ସବରେ କୃତିତ୍ବ ହାସଲ କରିଥିବା ଛାତ୍ରୀଛାତ୍ରଙ୍କୁ ପୁରସ୍କାର ସହ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଅନୁଷ୍ଠାନର ସମସ୍ତ ଗୁରୁମା’ ଗୁରୁଜୀ କାର୍ଯ୍ୟକ୍ରମରେ ସାହାଯ୍ୟ ଯୋଗାଇ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ