ଶିଶୁ ମାନଙ୍କ ଘରୋଇ ଯତ୍ନ ପ୍ରଶିକ୍ଷଣ ଶିବିର ଉଦଘାଟିତ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟ ସଭା ଗୃହରେ ତ୍ରିଦିନାତ୍ମକ ଶିଶୁ ମାନଙ୍କ ଘରୋଇ ଯତ୍ନ ପ୍ରଶିକ୍ଷଣ ଶିବିର ଶୁକ୍ରବାର ଉଦଘାଟିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ଉପଖଣ୍ଡ ଚିକିତ୍ସାଳୟ ଅଧିକ୍ଷକ ଡାକ୍ତର ଶ୍ରୀକାନ୍ତ ସାହୁ, ଜିଲ୍ଲା ଆଶା ସଂଯୋଜକ ଆଶିଷ ମିଶ୍ର, ଜିଲ୍ଲା ପ୍ରଶିକ୍ଷକ ହରିହର ପାଢ଼ୀ,ଡାକ୍ତର ଦେବୀ ପ୍ରସାଦ ଦାସ ପ୍ରମୁଖ ମଞ୍ଚାସିନ ଥିଲେ । ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ଥିବା ୩ ମାସ ରୁ ୧୫ ମଧ୍ୟର ଶିଶୁ ମାନଙ୍କୁ ଘରୋଇ ଚିକିତ୍ସା କରିବାରେ ଆଶା ମାନଙ୍କର ଭୂମିକା, ଶିଶୁ ମୃତ୍ୟୁ ହାର କମାଇବା, ଶିଶୁ ମାନଙ୍କ ପୋଷଣ ସ୍ଥିତିରେ ଉନ୍ନତି, ଶିଶୁଙ୍କ ଉପଯୁକ୍ତ ବୃଦ୍ଧି ଏବଂ ପ୍ରାରମ୍ଭିକ ବିକାଶକୁ କିଭଳି ଧ୍ୟାନ ଦେବାକୁ ପ୍ରଶିକ୍ଷକ ମାନେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଏଥି ସହିତ ସଠିକ ସ୍ତନ୍ୟପନ, ଅନୁପୂରକ ଖାଦ୍ୟ ଖୁଆଇବା ପ୍ରଣାଳୀ, ଲୌହ ଏବଂ ଫଲିକ ଏସିଡର ଅପୁର୍ତ୍ତିକରଣ, ପରିବାର ନିୟୋଜନ, ଶିଶୁର ସମ୍ପୂର୍ଣ ଟୀକାକରଣ, ପିଲାର ଅଭିବୃଦ୍ଧି ତଦାରଖ, ଅସୁସ୍ଥ ଶିଶୁର ପରିଚାଳନା ଏଥି ସହିତ ଅସୁସ୍ଥ ଶିଶୁର ପରିଚାଳନା, ସ୍ୱାସ୍ଥ୍ୟ, ପରିମଳ ଓ ସ୍ୱାସ୍ଥ୍ୟ ରକ୍ଷା ଉପରେ ତାଲିମଦାତା ଦ୍ୱୟ ତାଲିମ ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ସତ୍ୟ ପ୍ରକାଶ ପଟ୍ଟନାୟକ ପରିଚାଳନା କରିଥିଲେ ।
ଫୋଟ –