ଶୀତ ବସ୍ତ୍ର ବାଣ୍ଟିଲେ ମାଲ୍ୟବନ୍ତ ସ୍ବେଚ୍ଛାସେବୀ ସଂଘ

ମାଲକାନଗିରି,(ଡଃ ଶିବ ନାରାୟଣ ପାତ୍ର):ବାଲିମେଳା ସହରରେ ଥିବା ମାଲ୍ୟବନ୍ତ ସ୍ବେଛାସେବୀ ସମିତିର ତଥା ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ପ୍ରାନ୍ତ ସେବା ପ୍ରମୁଖ ରବୀନ୍ଦ୍ର ନାଥ ରାୟଙ୍କ ନେତୃତ୍ୱରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ସମ୍ବଲପୁର କେନ୍ଦ୍ରର ପ୍ରାନ୍ତ ପ୍ରଚାରକ ଶଙ୍କର ପଣ୍ଡା, ଶିକ୍ଷା ବିକାଶ ସମିତିର ସହ ଜିଲ୍ଲା ପ୍ରମୁଖ ଚିତ୍ତ ରଞ୍ଜନ ନାୟକ, ଖଣ୍ଡ ବ୍ୟାବସ୍ଥା ପ୍ରମୁଖ ଜିତେନ୍ଦ୍ର କୁମାର ପାଇକରାୟ ଓ ମାଲ୍ୟବନ୍ତ ସ୍ବେଛାସେବୀ ସମିତିର ଅନ୍ୟ କର୍ମକର୍ତ୍ତା ପ୍ରମୁଖ ବିଛିନ୍ନାଞ୍ଚଳ ତଥା ଚିତ୍ରକୋଣ୍ଡା ବ୍ଲକର ପଣସପୁଟ ପଞ୍ଚାୟତ ଅଧିନସ୍ତ ଡମଗଡ଼, ଟବଲା ଗୁଡା ଗ୍ରାମରେ ପହଁଞ୍ଚି ଉପରୋକ୍ତ ଦୁଇଟି ଗ୍ରାମରେ ବସବାସ କରୁଥିବା ଗରିବ ଶ୍ରେଣୀର ବୃଦ୍ଧା ବୃଦ୍ଧଙ୍କ ସହ ପ୍ରାୟ ୭୦ରୁ ଉର୍ଦ୍ଧ ପିଲାମାନଙ୍କୁ କମ୍ବଳ ଓ ସ୍ଵେଟର ତଥା ଶୀତବସ୍ତ୍ର ବଣ୍ଟନ କରିଛନ୍ତି। ମାଲ୍ୟବନ୍ତ ସ୍ବେଛାସେବୀ ସମିତି ପକ୍ଷରୁ ମୁକୁଡିପାଲ୍ଲୀ ଗାଁରେ ଚାଲିଥିବା ରାତ୍ରି କାଳୀନ ପାଠଶାଳା ପରିଦର୍ଶନ କରିବା ସହ ଉକ୍ତ ପାଠଶାଳାରେ ଅଧ୍ୟୟନ କରୁଥିବା ପ୍ରାୟ ୩୦ରୁ ଉର୍ଦ୍ଧ ଛାତ୍ରୀ ଛାତ୍ରଙ୍କୁ ଭକ୍ତି ସଂଗୀତ ଗାନ କରିବାକୁ କହିବା ସହ ସେମାନଙ୍କୁ ଭାଗବତ ଗୀତା ସମ୍ପର୍କରେ ବିସ୍ତୃତ ଭାବେ ଅବଗତ କରାଇଥିଲେ। ତେବେ ପିଲାମାନଙ୍କର ଶିକ୍ଷା କ୍ଷେତ୍ରରେ ହେଉ ଏବଂ ଅନ୍ୟନ୍ୟ କ୍ଷେତ୍ରରେ ତାଙ୍କର ମୂଳଦୁଆ ମଜବୁତ କରିବା ମାଲ୍ୟବନ୍ତ ସ୍ବେଛାସେବୀ ସମିତିର ମୁଳ ଲକ୍ଷ୍ୟ ବୋଲି ଖଣ୍ଡ ବ୍ୟବସ୍ଥା ପ୍ରମୁଖ ଶ୍ରୀ ପାଇକରାୟ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ