ଶୁଭ ଯାତ୍ରା
ଜଗନ୍ନାଥ ଜଗନ୍ନାଥ
ନାମ ଗାଇ ଗାଇ,
ବାହାରିଲି ଶ୍ରୀକ୍ଷେତ୍ରକୁ
ଦରଶନ ପାଇଁ ।
ସାଥେଛନ୍ତି ଭାଇବନ୍ଧୁ
ସାରା ପରିବାର,
ଯାତ୍ରା ପଥେ ଯେତେ ବାଧା
କରିଦେବ ଦୂର ।
ଯାହା ଶୁଣିଛି ଦେଖିଛି
ଛାତି ମୋ ଥରିଛି
ବର୍ଣ୍ଣିବାକୁ ସେହି ଦୃଶ୍ଯ
ଭାଷା ନପାଉଛି ।
ତଥାପି ନିର୍ଭୟେ ଆମେ
ତୋ ପାସେ ଯାଉଛୁ,
ଆମ ଇଛା ତୁମ ଇଛା
ମଙ୍ଗଳ ଭାବୁଛୁ ।
ତୁମ ଇଛା ପରେ ଆଉ
କାହା ଇଛା ଅଛି
ସବୁ ଜାଣି ସାରି ଆମ
ମନେ ଇଛା କିଛି ।
ଏଣୁ ଇଛାକରୁ ଆମ
ଯାତ୍ରାକର ଶୁଭ
ତୋ ଦର୍ଶନ ପାଇ ଆମେ
ଲଭିବୁ ସୌଭାଗ୍ଯ ।
ଗଦାଧର ସାହୁ,କଙ୍କଡ଼ାଦ୍ଵୀପ
ବ୍ରହ୍ମଗିରି,ପୁରୀ