ଶେରଗଡରେ ମହାପ୍ରୟାଣ ଗାଡି ନାହିଁ, ଜିଲ୍ଲା ପ୍ରଶାସନ କୁ କହି କହି ଥକିଲେଣି ଶେରଗଡ ବାସୀ
ଶେରଗଡ, (ଯୁଗାବ୍ଦ ନ୍ୟୁଜ):ଶେରଗଡ ଗୋଷ୍ଠୀ ସ୍ବାସ୍ଥ୍ଯ, ଗୋଷ୍ଠୀ ଦୁଇର ମାନ୍ଯତା ଦେଇଛି ଜିଲ୍ଲା ସ୍ବାସ୍ଥ୍ଯ ବିଭାଗ। ଶେରଗଡ ଡାକ୍ତରଖାନା ପ୍ରତିଦିନ ଶହ ଶହ ରୋଗୀ। ପ୍ରତିବର୍ଷ ଛୋଟ ବଡ ଦୁର୍ଘଟଣା, ଆକସ୍ମିକ ମ୍ରୁତ୍ୟୁ ରେ ବହୁ ବ୍ଯକ୍ତି ମ୍ରୁତ୍ୟୁ ବରଣ କରୁଛନ୍ତି ତାର ହିସାବ ନାହିଁ। ଶେରଗଡ ବ୍ଳକ ନିପଟ ମଫସଲରେ ଯାଉଛି। ବହୁ ଗରିବ ପରିବାର ର ସଦସ୍ଯ ମାନେ ଦଶା ଭୋଗୁଛନ୍ତି ସେମାନଙ୍କ ଅବସ୍ଥା ଏତେ ଖରାପ ଯେ ନିଜ ସଂପର୍କୀୟମାନଙ୍କ ଶବକୁ ନେବା ଆଣିବା ପାଇଁ ଗାଡି ଖର୍ଚ୍ଚ ଦେବାକୁ ପଇସା ନଥାଏ। ଏ ଅବସ୍ଥା ରେ ବ୍ଳକର ସ୍ଥିତିକୁ ଦେଖି ଜିଲ୍ଲା ପ୍ରଶାସନ କୁ ନେତା, ବୁଦ୍ଧି ଜୀବୀ, ଗଣମାଧ୍ୟମ ର ପ୍ରତିନିଧି ମାନେ ଜିଲ୍ଲାପାଳ ଓ ଜିଲ୍ଲା ସ୍ବାସ୍ଥ୍ଯ ବିଭାଗ ନିକଟରେ ଗୋଟିଏ ମହାପ୍ରୟାଣ ଗାଡି ପାଇଁ ଅନୁରୋଧ କରିଥିଲ। କହିବାର ବର୍ଷ ବର୍ଷ ସଂଖ୍ଯା ବିତି ଥିଲେ ମଧ ଏଯାବତ ଜିଲ୍ଲା ପ୍ରଶାସନ ଦ୍ରୁଷ୍ଟି ଦେଇନାହାନ୍ତି। ଶେରଗଡର ନିହିତ ସ୍ବାର୍ଥ କୁ ଆଖିଆଗରେ ଜିଲ୍ଲା ସ୍ବାସ୍ଥ୍ଯ ବିଭାଗ ଗୋଟିଏ ମହାପ୍ରୟାଣ ଗାଡି ଶେରଗଡକୁ ପ୍ରଦାନ କରନ୍ତୁ ବୋଲି ଶେରଗଡ ବାସୀ ପକ୍ଷରୁ ସାଧାରଣ ରେ ଦାବୀ ହେଉଛି।