ଶେରଗଡ ବ୍ଲକ ର ୮ ଟି କେନ୍ଦ୍ର ରେ ମ୍ୟାଟ୍ରିକ ପରୀକ୍ଷା, ପରୀକ୍ଷା ଦେବେ ୧୬୩୪ ଛାତ୍ରଛାତ୍ରୀ

ଶେରଗଡ, (ଅନୀଲ କୁମାର ପଣ୍ଡା):ଶେରଗଡ ବ୍ଲକ ର ଚଳିତ ବର୍ଷ ମ୍ୟାଟ୍ରିକ ପରୀକ୍ଷା ଲାଗି ଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଚୂଡାନ୍ତ ହୋଇଛି। ବ୍ଲକ ର ୮ ଟି କେନ୍ଦ୍ର ରେ ପରୀକ୍ଷା ଅନୁଷ୍ଠିତ ହେବ। ମୋଟ ଛାତ୍ରଛାତ୍ରୀ ଙ୍କ ସଂଖ୍ୟା ୧୬୩୪ । ଛାତ୍ରଛାତ୍ରୀ ପରୀକ୍ଷା ଦେବାର ବ୍ଲକ ଶିକ୍ଷା ବିଭାଗ ପକ୍ଷରୁ ଚୂଡାନ୍ତ ନିଷ୍ପତ୍ତି ନିଆଯାଇଛି। ପରୀକ୍ଷାର୍ଥୀ ଙ୍କ ପାଇଁ ମୋଟ ୮ ଟି ପରୀକ୍ଷା କେନ୍ଦ୍ର ସ୍ଥିର କରାଯାଇଛି। ପରୀକ୍ଷା ପ୍ରଶ୍ନ ପତ୍ର ରଖିବା ପାଇଁ ଶେରଗଡ ବ୍ଲକରେ ଗୋଟିଏ ନୋଡାଲ ସେଣ୍ଟର କରାଯାଈଥିବା ବେଳେ ପ୍ରଶ୍ନ ପତ୍ର ପହଞ୍ଚାଈବା ଲାଗି ଟିମ ପ୍ରସ୍ତୁତ କରାଯାଇଛି। ସେହିପରି ପରିଚାଳନା ଓ ତଦାରଖ କରିବା ଲାଗି ଟିମ ଗଠନ କରାଯାଇଛି। ପରୀକ୍ଷା ଦେବାକୁ ଥିବା ମୋଟ ୧୬୩୪ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ମହାତ୍ମାଗାନ୍ଧୀ ଉଚ୍ଚ ବିଦ୍ୟାଳୟ ଶେରଗଡ ରେ ୨୭୬,ବାଳିକା ଉଚ୍ଚ ବିଦ୍ୟାଳୟ ଶେରଗଡ ରେ ୨୩୬,କରଡାକଣା ଉଚ୍ଚ ବିଦ୍ୟାଳୟ ରେ ୨୩୭,ତାକରଡା ଶହୀଦ ଉଚ୍ଚ ବିଦ୍ୟାଳୟରେ ୨୪୧,ଧନନ୍ତର ନାଥେଶ୍ବର ଉଚ୍ଚ ବିଦ୍ୟାଳୟ ରେ ୧୫୬,ଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟ ରେ ୧୬୧,ପିତ୍ତଳ ବାଳକ ଉଚ୍ଚ ବିଦ୍ୟାଳୟରେ ୧୭୦ ଏବଂ କୁରୁଳା ଉଚ୍ଚ ବିଦ୍ୟାଳୟରେ ୧୫୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ ବୋଲି ବ୍ଲକ ଶିକ୍ଷାଧିକାରୀ କୋରେଶୁ ସେଠି ସୂଚନା ଦେଈଛନ୍ତି। ପରୀକ୍ଷାର ସୁପରିଚାଳନା ଲାଗି ମହାତ୍ମାଗାନ୍ଧୀ ଉଚ୍ଚ ବିଦ୍ୟାଳୟ କୁ ନୋଡାଲ କେନ୍ଦ୍ର ଭାବେ ଚୟନ କରାଯାଈଥିବା ଶିକ୍ଷାଧିକାରୀ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ