ଶେରଗଡ ରେ ଭାଗବତ କଥା ବୃତ
ଶେରଗଡ, (ଅନୀଲ କୁମାର ପଣ୍ଡା):ଶେରଗଡ ସହର ସ୍ଥିତ କଳିଙ୍ଗ ବୈଶ୍ୟ କଲ୍ୟାଣ ମଣ୍ଡପ ରେ ଶେରଗଡ ଗ୍ରାମବାସୀ ଏବଂ ତିଦଣ୍ଡି ସ୍ବାମୀ ଶ୍ରୀମଦ ଭକ୍ତି ବେଦାନ୍ତ ମଙ୍ଗଳ ମହାରାଜ ଙ୍କ ମିଳିତ ତତ୍ବାବଧାନରେ ଶ୍ରୀମଦ ଭାଗବତ କଥା ବୃତ ଅନୁଷ୍ଠିତ ହୋଈଯାଈଛି। ଏହି କାର୍ଯ୍ୟକ୍ରମ ରେ ଶ୍ରୀଧାମ ବୃନ୍ଦାବନ ରୁ ଆସିଥିବା ପଣ୍ଡିତ ଭାଗବତ ପ୍ରଚାର ସମିତିର ବ୍ୟାସ ଡଃ କୃଷ୍ଣ ଚନ୍ଦ୍ର ଶାସ୍ତ୍ରୀ ପ୍ରବଚନ ପ୍ରଦାନ କରୁଛନ୍ତି। ପ୍ରବଚକ ଡଃ କୃଷ୍ଣ ଚନ୍ଦ୍ର ଶାସ୍ତ୍ରୀ ଯୋଗ ଦେଇ ସାମାଜିକ ଜୀବନ କୁ ସରସ,ସୁନ୍ଦର, ସତ ମାର୍ଗରେ ଗଢ଼ି ତୋଳିବା ଲାଗି ସତସଙ୍ଗ ର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ। ଉକ୍ତ ଭାଗବତ ଜ୍ଞାନ କୁ ପ୍ରଚାରକ ଡଃ କୃଷ୍ଣ ଚନ୍ଦ୍ର ଶାସ୍ତ୍ରୀ ଙ୍କ ମୁଖ ନିସୃତ ବାଣୀ ଶ୍ରବଣ କରିବା ଲାଗି ଶେରଗଡ ଏବଂ ଏହାର ଆଖପାଖ ଅଞ୍ଚଳ ରୁ ବହୁ ଆଧ୍ୟାତ୍ମିକ ପ୍ରେମୀ ଶ୍ରଦ୍ଧାଳୁ ଙ୍କ ଭିଡ ଜମୁଥିବା ଦେଖିବାକୁ ମିଳୁଛି। ଏହି କାର୍ଯ୍ୟକ୍ରମ କୁ ପରିଚାଳନା ରେ ଶେରଗଡ ଗ୍ରାମବାସୀ ଙ୍କ ସହିତ ବହୁ ବ୍ୟକ୍ତି ବିଶେଷ ସହଯୋଗ କରୁଛନ୍ତି।