ଶ୍ରାବଣର ରିମ୍‌ଝିମ୍ ମୁର୍ଚ୍ଛନାରେ ଶବରୀ ଉତ୍ସବ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଶ୍ରାବଣର ରିମ୍‌ଝିମ୍ ମୁର୍ଚ୍ଛନାରେ, ସଂଗୀତର ତାଳେ ତାଳେ ଓ ଘୁଙ୍ଗୁରର ରୁଣୁଝୁଣୁ ଶବ୍ଦରେ ଆଜି ଶବରୀ ଉତ୍ସବ ସ୍ଥାନୀୟ ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ଅଧିବକ୍ତା ସୂର୍ଯ୍ୟନାରାୟଣ ଦାଶଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମରେ ପୂର୍ବତନ ଜଷ୍ଟିସ୍‌ବିମଳ ପ୍ରସାଦ ଦାଶ (ମୁଖ୍ୟ ଅତିଥି) ଗୁରୁଶ୍ରୀ ନିରନ ରାଉତ (ସମ୍ମାନୀତ ଅତିଥି)ଙ୍କୁ ଅର୍ପଣ ପୁରଷ୍କାରରେ ସମ୍ମାନୀତ କରାଯାଇଥିଲା ଏବଂ ଏହା ସହ ଶ୍ରୀଯୁକ୍ତ ଦୀଲ୍ଲୀପ କୁମାର ରାଉତରାୟ (ନିର୍ଦ୍ଦେଶକ, ଓଡ଼ିଆଭାଷା, ସାହିତ୍ୟ ଓ ସଂସ୍କୃତିବିଭାଗ)ଙ୍କୁ ପ୍ରତିବଦ୍ଧତା ସମ୍ମାନରେ ଅର୍ପିତ କରାଯାଇଥିଲା । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଖ୍ୟାତି ଅର୍ଜନ କରିଥିବା ୨୦୨୩ ପାଇଁ ସମ୍ମାନୀତ ହୋଇଥିବା ବ୍ୟକ୍ତିତ୍ୱମାନେ ନାଚୁଣୀ-ଗୁରୁଡଃ. ପୂର୍ଣ୍ଣଶ୍ରୀ ରାଉତ, ଗାଉଣୀ-ଗୁରୁ ଶ୍ରୀମତୀ ମହାପାତ୍ର ମିନତୀ ଭ, ବାଜୁଣୀ-ଗୁରୁଡଃ. ଜଗନ୍ନାଥ କୁଅଁର, ଲୋକକଳା ବିଭୁଶଣ-ଗୁରୁଶ୍ରୀ ଚକ୍ରଧର ଦେବତା, ଶିକ୍ଷାସୌରଭ-ଗୁରୁଶ୍ରୀ ଭ୍ରମରବର ପରିଡ଼ା, ନ୍ୟାୟଧୀଶ-ଶ୍ରୀଯୁକ୍ତ ବିଚିତ୍ରାନନ୍ଦ ଦାଶ, ନ୍ୟାୟଜ୍ୟୋତି-ଶ୍ରୀଯୁକ୍ତ ରାମପ୍ରସାଦ ଦାଶ, ବୈଦ୍ୟରାଜ-ଡଃ. ଦେବୀପ୍ରସାଦ ରଥ, କଳାସମ୍ରାଟ-ଶ୍ରୀଯୁକ୍ତ ପ୍ରଦୀପ କୁମାରମିଶ୍ର, ସାହିତ୍ୟସୌରଭ-ଶ୍ରୀଯୁକ୍ତ ନଟବର ଆଚାର୍ଯ୍ୟ, ପ୍ରଭାଦୀପ୍ତ-ଶ୍ରୀଯୁକ୍ତ ପ୍ରଦୋଷ ପଟ୍ଟନାୟକ, ସେବାଶ୍ରୀ-ଶ୍ରୀଯୁକ୍ତ ଗୋପୀନାଥ ନାୟକ, ଦିବ୍ୟାଙ୍ଗକଳା-ଡଃ. ଦୀଲ୍ଲୀପ କୁମାର ଆଚାର୍ଯ୍ୟ, ଗୌରଚନ୍ଦ୍ର ପରିଡ଼ା ଜୀବନାୟନ ସମ୍ମାନ-ଡଃ. କେଦାରନାଥ ନାୟକ, ନୃତ୍ୟଶ୍ରେଷ୍ଠ-ଗୁରୁଶ୍ରୀ ଅଶୋକ କୁମାର ଘୋଷାଲ୍‌, ଆଗାମୀ ଆଶା-ଶ୍ରୀମତୀ ବନ୍ଦିତା ଘୋଷାଲ୍ ଏବଂ ଏହା ସହ ୨୦୨୪ ପାଇଁ ସମ୍ମାନୀତ ହୋଇଥିବା ବ୍ୟକ୍ତିତ୍ୱମାନେ ନାଚୁଣୀ-ଗୁରୁ ଶ୍ରୀବ୍ରଜକିଶୋର ମଲ୍ଲିକ, ଗାଉଣୀ-ଗୁରୁଶ୍ରୀ ନିମାକାନ୍ତ ରାଉତରାୟ, ବାଜୁଣୀ-ଗୁରୁଶ୍ରୀ ନରେନ୍ଦ୍ର କୁମାର ନାୟକ, ଲୋକକଳା ବିଭୁଶଣ-ଗୁରୁ ଶ୍ରୀବିବତ୍ସ ସ୍ୱାଇଁ, ଶ୍ରୀମତୀ ସୌଦାମିନୀ ମହାପାତ୍ର ଶିକ୍ଷାସୌରଭ-ଗୁରୁଶ୍ରୀ ଲୋକନାଥ ମହାନ୍ତି, ନ୍ୟାୟଧୀଶ-ଶ୍ରୀଯୁକ୍ତ ଜଗଜୀବନ ପାତ୍ର, ନ୍ୟାୟଜ୍ୟୋତି-ଶ୍ରୀଯୁକ୍ତ ଶୈଳେନ୍ଦ୍ର କୁମାର ପଟ୍ଟନାୟକ, ବୈଦ୍ୟରାଜ-ଡଃ. ବିଷ୍ଣୁଚରଣ ମହାନ୍ତି, କଳାସମ୍ରାଟ-ଶ୍ରୀଯୁକ୍ତ ପ୍ରସନ୍ନମିଶ୍ର, ସାହିତ୍ୟ ସୌରଭ-ପ୍ରଫେସର (ଡଃ.) ରମେଶଚନ୍ଦ୍ର ପରିଡ଼ା, ପ୍ରଭାଦୀପ୍ତ-ଶ୍ରୀଯୁକ୍ତ ସନ୍ଦୀପ ସାହୁ, ସେବାଶ୍ରୀ-ଶ୍ରୀମତୀ ରିତୁପର୍ଣ୍ଣା ମହାନ୍ତି, ଚାରୁକଳା-ଶ୍ରୀଯୁକ୍ତ ମଧୁମଙ୍ଗଳ ମହାରଣା, ଗୌରଚନ୍ଦ୍ର ପରିଡ଼ା ଜୀବନାୟନ ସମ୍ମାନ-ଶ୍ରୀଯୁକ୍ତ ମୋତିଲାଲ୍ ନନ୍ଦ, ନୃତ୍ୟଶ୍ରେଷ୍ଠ-ଗୁରୁଶ୍ରୀ ସରୋଜ କୁମାର ଦେହୂରୀ, ଆଗାମୀ ଆଶା – ଅନ୍ୱେଷା ମହାରଣାଙ୍କୁ ସମ୍ମାନୀତ କରାଯାଇଥିଲା ।ଏଥିସହିତ ଅପରାହ୍ନ ୩ଘଟିକା ସମୟରେ ସମ୍ମାନୀତ ଆଲୋଚକ ଶ୍ରୀଯୁକ୍ତ ସୁରେନ୍ଦ୍ର ଦାଶ, ଶ୍ରୀଯୁକ୍ତ ନାରାୟଣ ମହାପାତ୍ର, ଗୁରୁଡଃ. ଜଗନ୍ନାଥ କୁଅଁରଙ୍କର ତତ୍ୱାବଧାନରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଗୁରୁମାନଙ୍କ ଉପସ୍ଥିତିରେ ଶ୍ରୀଜଗନ୍ନାଥ ସଂସ୍କୃତି ଓ ଲୋକକଳା ବିଷୟରେ ଏକ ଆଲୋଚନା ଚକ୍ର ପରିବେଶିତ ହୋଇଥିଲା । ଏଥିସହ ଗୁରୁ ଶ୍ରୀମତୀ ମମତା ଦାଶ ଏବଂ ସମ୍ମାନୀତ ଗୁରୁମାନଙ୍କ ଦ୍ୱାରା ଓଡ଼଼ିଶୀ ନୃତ୍ୟ, ଗୀତ ଓ ସଂଗୀତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିଲା ଦାସକାଠିଆ ଓ କଣ୍ଢେଇ ନାଚ ।ଏହି କାର୍ଯ୍ୟକ୍ରମକୁ ଡଃ. ମୃତ୍ୟୁୟରଥ ପରିଚାଳନା କରିଥିଲେ ଏବଂ ଉପସଭାପତି ଶ୍ରୀଯୁକ୍ତ ମାନସ ରନ ଦାଶଙ୍କ ତତ୍ୱାବଧାନରେ ଅନୁଷ୍ଠାନର କର୍ମକର୍ତ୍ତା ଙ୍କସାହାଯ୍ୟରେ ୮ମ ଏବଂ ୯ମ ଶବରୀଉତ୍ସବ ୨୦୨୪ ଅତି ଉଚ୍ଚକୋଟୀର ପ୍ରଶଂସା ସାଉଁଟି ପାରିଥିଲା ଏବଂ ଶେଷରେ ସମ୍ପାଦିକା ତଥା ଅଧିବକ୍ତା ଗୁରୁ ସଂଘମିତ୍ରା ପରିଡ଼ା (ରିକି) ଅନୁଷ୍ଠାନର ଉତ୍ତୋରତ୍ତରକାମନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ