ଶ୍ରୀଅନ୍ନ ଅଭିଯାନ ନେଇ କୃଷକ ତାଲିମ ଶିବିର
ମୟୁରଭଞ୍ଜ,(ମୁରାରୀ ମୋହନ ମହାପାତ୍ର):ମୟୁରଭଞ୍ଜ ଜିଲ୍ଲା ଗୋପବନ୍ଧୁ ନଗର ବ୍ଲକ ଅନ୍ତର୍ଗତ ସାଇଁକୁଳା ଗ୍ରାମ ପଞ୍ଚାୟତ କାଳିଆପଦା ଗ୍ରାମରେ ଶ୍ରୀ ଅନ୍ନ ଅଭିଯାନ ନେଇ କୃଷକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି. ଶକ୍ତିଶିଖା ପକ୍ଷରୁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ ବ୍ଲକ କୃଷି ଅଧିକାରୀ ତ୍ରିଲୋଚନ ରାଉତ ଓ କୃଷି ଓଭରସିୟର ବିଶିକେଶନ ଜେନା ଯୋଗ ଦେଇ ଶିବିରକୁ ଉଦଘାଟନ କରିଥିଲେ. ଶକ୍ତିଶିଖା ସଂଯୋଜକ ସୁନାମ ଚନ୍ଦ୍ର ବେହେରା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ, ଜୈବିକ ପ୍ରଣାଳୀରେ ମାଣ୍ଡିଆ ଚାଷ କରି କମ ଖର୍ଚ୍ଚରେ କିପରି ଚାଷୀ ମାନେ ଅଧିକ ଲାଭବାନ ହୋଇପାରିବେ ଏବଂ ମାଣ୍ଡିଆ ଚାଷର ଉପକାରିତା ଏବଂ ଏହାକୁ ପ୍ରୋତ୍ସାହିତ କରିବା ପାଇଁ ସରକାରୀ ସ୍ତରରେ ପ୍ରଦାନ କରଯାଉଥିବା ବିଭିନ୍ନ ସହାୟତା ବାବଦରେ ଅତିଥି ମାନେ ଆଲୋଚନା କରିଥିଲେ. ଶ୍ରୀ ଅନ୍ନ ଅଭିଯାନରେ ୨୦୨୩-୨୪ ବର୍ଷରେ ୪୫୭ଜଣ କୃଷକ ସାମିଲ ହୋଇ ମାଣ୍ଡିଆ ଚାଷ କରୁଛନ୍ତି. ଉକ୍ତ କାର୍ଯ୍ୟକ୍ରମରେ ଚାଷୀ, ସ୍ଵୟଂ ସହାୟକ ଗୋଷ୍ଠୀ, ୱାର୍ଡ ମେମ୍ବର, ଶକ୍ତିଶିଖା, କୃଷକ ଉତ୍ପାଦକ ସଙ୍ଗଠନ ଓ ଅନ୍ୟାନ୍ୟ ପ୍ରମୁଖ ସହଯୋଗ କରିଥିଲେ. କାର୍ଯ୍ୟକ୍ରମ ପରିଶେଷରେ ସହ ସଂଯୋଜକ ପୀୟୂଷ କୁମାର ସାଥୁଆ ଧନ୍ୟବାଦ ଅର୍ପଣ କରିଥିଲେ.