ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାନୁଷ୍ଠାନ କେନ୍ଦୁଝରଗଡ଼ର କ୍ରୀଡା ସମାପନ ଉତ୍ସବ
କେନ୍ଦୁଝର, (ଯୁଗାବ୍ଦ ନ୍ୟୁଜ):ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାନୁଷ୍ଠାନ କେନ୍ଦୁଝରଗଡ଼, କେନ୍ଦୁଝର ଚଳିତ ମାସ ୫ ଓ ୬ ତାରିଖ ଦୁଇ ଦିନ ବାର୍ଷିକ କ୍ରୀଡା ଅନୁଷ୍ଠିତ ହୋଇଥିଲା। ଚଳିତ ମାସ ୧୨ ତାରିଖରେ ବିଦ୍ୟାଳୟର ୪୩ତମ ବାର୍ଷିକ କ୍ରୀଡାର ଉଦଯାପନ ହୋଇଯାଇଛି। ଛାତ୍ରଛାତ୍ରୀ ମାନଙ୍କର ଦ୍ୱାରା ମାର୍ଚ୍ଚପାଷ୍ଟ କରାଯାଇ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆ ଯାଇଥିଲା। ଲେଫ୍ଟନାଣ୍ଟ କର୍ଣ୍ଣେଲ ଶ୍ରୀଯୁକ୍ତ ମୟୁର ଘାଡ଼ଜି, କମାଣ୍ଡିଙ୍ଗ ଅଫିସର ଏନ.ସି.ସି.,କେନ୍ଦୁଝର ଓ ଶ୍ରୀଯୁକ୍ତ ପରମେଶ୍ଵର ସାମଲ ଡ଼ି.ଏସ.ଓ. କ୍ରୀଡାଙ୍ଗନ, କେନ୍ଦୁଝର ଯଥାକ୍ରମେ ମୁଖ୍ୟ ଅତିଥି ଓ ସମ୍ମାନୀୟ ଅତିଥି ରୂପେ ଯୋଗ ଦେଇ ବିଦ୍ୟାଳୟସ୍ତରର ଶାରୀରିକ କ୍ରୀଡା ଛାତ୍ରଛାତ୍ରୀ ମାନଙ୍କର ଏକ ଅବିଛେଦ୍ୟ ଅଙ୍ଗ ସମ୍ଭନ୍ଧରେ ନୌତିକତା ତଥା ବୁଦ୍ଧିମତା ଦିଗ ଉପରେ ଦିଗଦର୍ଶନ ପ୍ରଦାନ କରିଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀକୁକ୍ତ ପଦ୍ମଲୋଚନ ମହାନ୍ତ ଅତିଥିଙ୍କର ପରିଚୟ ପ୍ରଦାନ କରି ଛାତ୍ରଛାତ୍ରୀ ମାନଙ୍କୁ ପାଠ ସହ କ୍ରୀଡା ଅଙ୍ଗାଙ୍ଗୀ ଭାବେ ଜଡିତ ଏବଂ ଶାରୀରିକ କ୍ରୀଡା କିପରି ଶରୀରକୁ ସୁସ୍ଥ ଓ ମନକୁ ଚଳଚଞ୍ଚଳ କରିବା ବୋଲି ମତବ୍ୟକ୍ତ କରିଥିଲେ। ବିଦ୍ୟାଳୟର ସଭାପତି ଶ୍ରୀଯୁକ୍ତ ଦାଶରଥୀ ମିଶ୍ର ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟର ଖେଳ ଶିକ୍ଷକ ଶ୍ରୀ ମହେନ୍ଦ୍ର କୁମାର ମହାନ୍ତଙ୍କର ଅଧ୍ୟକ୍ଷତାରେ ଛାତ୍ରଛାତ୍ରୀ ମାନଙ୍କର ଦ୍ୱାରା ବିଭିନ୍ନ ପ୍ରକାରର ଯୋଗ, ଡ୍ରମବେଳ, ଲେଜିମ, ଏସିଆନ ଡ୍ରିଲ, ଷ୍ଟିକଡ୍ରିଲ, ଫାୟାର ଜମ୍ପ (ଆଗ୍ନେୟ ଲମ୍ଫ), ପିରାମିଡ, ଇତ୍ୟାଦି ବିଭିନ ଶାରୀରିକ କ୍ରୀଡା ଚିତ୍ତାକର୍ଷକ ଭାବେ ପଦର୍ଶନ କରିଥିଲେ। କ୍ରୀଡା ପ୍ରତିଯୋଗିତା ଉତ୍ତୀର୍ଣ ହୋଇଥିବା ସମସ୍ତ ଛାତ୍ରଛାତୀଙ୍କୁ ସମ୍ମାନିତ ଅତିଥି ଦ୍ୱାରା ପ୍ରମାଣପତ୍ର ବଣ୍ଟନ କରାଯାଇଥିଲା। ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଆକ୍ସନଡ୍ୟାନ୍ସ ପଦର୍ଶନ କରାଯାଇଥିଲା। ସବିତା ମିଶ୍ର, ଗୀତାଶ୍ରୀ ମହାନ୍ତି, ରାଜଶ୍ରୀ ସାହୁ, କଳ୍ପନା ମିଶ୍ର, ପଦ୍ମିନୀ ଦେଇ, ଭାବିପ୍ରିୟା ସାହୁ, ଚନ୍ଦ୍ରିକାମୟୀ ଦାଶ, ରାଜଶ୍ରୀ ସାହୁ, କଳ୍ପନା ମିଶ୍ର, ସତ୍ୟ ନାରାୟଣ ବାରିକ, ସ୍ଵାଗତିକ ମହାପାତ୍ର, ଅଜୟ ପଲେଇ, ମହେଶ୍ୱର ନାଥ, ପଦ୍ମିନୀ ଦେଇ, ଅମିତ ପାଣିଗ୍ରାହୀ, ଅଯୋଧ୍ୟା ଦେହୁରୀ, ଯୀଶୁକ୍ରିଷ୍ଟ ରାଉତ, ନରେନ୍ଦ୍ର ମହାନ୍ତ, ଅରୁଣ କୁମାର ସାହୁ, କହ୍ନେଇ ଭାଈ, ପୂର୍ଣ୍ଣ ଭାଈ, ଗୋକୁଳ ଭାଈ, କାନ୍ତି ଅପା ବିଭିନ୍ନ ଶାରୀରିକ କ୍ରୀଡାକୁ ସୂଚାରୁ ରୂପେ ପରିଚାଳନା କରିଥିଲେ। ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାନୁଷ୍ଠାନ କେନ୍ଦୁଝରଗଡ ସଭାପତି ଶ୍ରୀଯୁକ୍ତ ଦାଶୀରଥୀ ମିଶ୍ର, ସମ୍ପାଦକ ରାଜନ ସାହୁ, ଛାତ୍ରାବାସ ପରିଚାଳନା କମିଟିର ତତ୍ତ୍ୱାବୋଧକ ସୁରେଶ ସାହୁ, ଦୋଳଗୋବିନ୍ଦ ମହାରଣା ଏବଂ ଶ୍ରୀଅରବିନ୍ଦ ସାଧନାପୀଠ ମାତୃନିଳୟ କେନ୍ଦୁଝରଗଡ ସମସ୍ତ ଅପା ଭାଇ ଏହି ବାର୍ଷିକ କ୍ରୀଡା ସମାପନ ଉତ୍ସବରେ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ପରେ ଶ୍ରୀଅରବିନ୍ଦ ଶ୍ରୀମାଙ୍କର ପବିତ୍ର ପତାକାକୁ ଶ୍ରୀମାଙ୍କର ପବିତ୍ର ସଙ୍ଗୀତର ତାଳେ ତାଳେ ଅବତରଣ କରାଯାଇ ବିଦ୍ୟାଳୟ ଶିକ୍ଷକ, ଛାତ୍ରଛାତ୍ରୀ, କର୍ମକର୍ତ୍ତା, ଶ୍ରୀଅରବିନ୍ଦ ସାଧନାପୀଠ ମାତୃନିଳୟ କେନ୍ଦୁଝରଗଡ ସମସ୍ତ ଅପା ଭାଇ ଅଭିଭାବକ ଉଦ୍ଦେଶ୍ୟରେ ସମର୍ପଣ କରାଯାଇ କ୍ରୀଡା ଉତ୍ସବକୁ ସମାପନ କରାଯାଇଥିଲା।