ଶ୍ରୀଜଗନ୍ନାଥ ଦର୍ଶନ

କାଲି ଯାଇଥିଲି
ଶ୍ରୀପୁରୁଷୋତ୍ତମ
ଦର୍ଶନ ଜଗାର ମିଳିଲାନି,
ଦିନ ବଢୁଥିଲା
ଭିଡ ବଢୁଥିଲା
ଧାଡି ବଢି ବଢି ସରିଲାନି ।

କୋଉଠୁ ଆରମ୍ଭ
କୋଉଠାରେ ଶେଷ
କେହି ତାହା କହି ପାରିଲେନି ।
ସାକ୍ଷୀ ନୀଳଚକ୍ର
ଏକା ଦେଖୁଥାଏ
କେହି ତାକୁ ଦେଖି ପାରିଲେନି ।

ଆମ ଜିଦ୍ ପାଇଁ
ଆମେ ଆଜି ଅନ୍ଧ
କେହି କେବେ ଏହା ବୁଝିବେନି,
କାଳେ ବେଳେ ନାହିଁ
ନୂଆ ବରଷରେ
ଦର୍ଶନ ନକରି ଫେରିବେନି ।

ବିଚିତ୍ର ଭାବନା
ସଭିଙ୍କ ମନରେ
କେହି କାହା କଥା ଶୁଣିଲେନି,
ନିଜ ଖୁସି ପାଇଁ
ଏକ ସାଥେ ଆସି
ଦୋଷ ନଦେଇ କେ ଫେରିଲେନି ।

ଏ ବଡ ବିଚିତ୍ର
ମଣିଷ ବିଚାର
ନିଜ ଦୋଷ ତାକୁ ଦିଶେ ନାହିଁ,
ସବୁଦିନ ଥରେ
ସୂରୁଜ ଉଅଇଁ
ନୂଆ ବର୍ଷ ଦିନେ କାହିଁ ପାଇଁ ।

କୋଉ ଦିନ ତାକୁ
ଛୁଟି ମିଳେ ନାହିଁ
ଆଜି ମିଳିଗଲା କାହିଁ ପାଇଁ,
ଏକା ଜିଦ୍ ତାର
କାଳିଆ ଦର୍ଶନେ
ନୂଆ ବର୍ଷ ଯିବ ଶୁଭ ହୋଇ ।

ଏକାସାଥେ ଆସି
ଭିଡେ ଗଲେ ଫସି
ଜଗା ସବୁ ଦେଖି କହେ ନାହିଁ,
ସମସ୍ତଙ୍କ ପଘା
ଜଗା ହାତେ ବନ୍ଧା
ନିତି ନଖୋଲିଲେ ଖୋଲେ ନାହିଁ ।

ଗଦାଧର ସାହୁ,
କଙ୍କଡ଼ାଦ୍ଵୀପ,ବ୍ରହ୍ମଗିରି,ପୁରୀ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ