ଶ୍ରୀମନ୍ଦିରରେ ଗୁଆ ଘିଅରେ ମହାପ୍ରସାଦ ପ୍ରସ୍ତୁତି ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି

ପୁରୀ,(ୱାଏନଏସ):ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ସୁଆର ମହାସୁଆର ନିଯୋଗର ସଦସ୍ୟ। ଶୁଦ୍ଧ ଗୁଆ ଘିଅରେ ମହାପ୍ରସାଦ ପ୍ରସ୍ତୁତ ପାଇଁ ଚିଠି ଲେଖିଲେ ସେବାୟତ। ଶୁଦ୍ଧ ଦେଶୀ ଗାଈ ଘିଅ ଉତ୍ପାଦନ ଲାଗି ଶ୍ରୀମନ୍ଦିର ପ୍ରଶାସନ ତରଫରୁ ମହାପ୍ରଭୁଙ୍କ ଅମୃତ ମଣୋହୀ ଜମିରେ ଏକ ଗାଇ ଫାର୍ମ ନିର୍ମାଣ କରାଯାଉ ବୋଲି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ସେବାୟତ। ମହାପ୍ରଭୁଙ୍କ ନାମରେ ଗଚ୍ଛିତ ରହିଥିବା ଅର୍ଥରେ ଗୋଶାଳା ବା ଡାଏରୀ ଫାର୍ମ ପରିଚାଳନା କରିବାକୁ ଚିଠିରେ ଉଲ୍ଲେଖ ରହିଛି। ବରିଷ୍ଠ ସେବାୟତ ମଧୁସୂଦନ ସୁଆର, ରାମଚନ୍ଦ୍ର ମହାପାତ୍ର, ହରେକୃଷ୍ଣ ସୁଆର, ମାଧବ ଚନ୍ଦ୍ର ମହପାତ୍ର, ରଘୁନାଥ ମହାପାତ୍ର, ରାମକୃଷ୍ଣ ମହାପାତ୍ର ଏହି ଚିଠି ଲେଖିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ