ଶ୍ରୀ ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ଭୂମିପୂଜା
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି-ଆସିକା ମୁଖ୍ୟରାସ୍ତାର ଚାଞ୍ଚଡାପଲ୍ଲୀ ଗାଁ ଛକରେ ଗୁରୁବାର ଦ୍ବାଦଶ ଆଦିତ୍ୟ ମହାଯଜ୍ଞର ପ୍ରଥମ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ସ୍ଥାନୀୟ ଗୁରୁକୃପା ସେବା ସମିତି ପକ୍ଷରୁ ମହାଯଜ୍ଞ ସ୍ଥଳରେ ନୂତନ ଶ୍ରୀ ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ଭୂମିପୂଜା କରାଯାଇଛି । ଗୁରୁକୃପା ସେବା ସମିତି ର ପ୍ରତିଷ୍ଠାତା ପଣ୍ଡିତ ଭବାନୀ ଶଙ୍କର ତ୍ରିପାଠୀଙ୍କ ପୌରହିତ୍ୟ ରେ ଆୟୋଜିତ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ର ବିଭିନ୍ନ ଅଞ୍ଚଳ ରୁ ଆସିଥିବା ସହସ୍ରାଧିକ ଭକ୍ତ ଓ ସେବା ସମିତି ସଦସ୍ୟ ବୃନ୍ଦ ଙ୍କ ଉପସ୍ଥିତିରେ ପୂଜାର୍ଚ୍ଚନା କରାଯାଇଥିଲା । ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ମହାଯଜ୍ଞ ସ୍ଥଳ ରେ ୩୬ ଜଣ ଦମ୍ପତ୍ତି କର୍ତ୍ତା ଭାବେ ଉପସ୍ଥିତ ରହି ହୋମଯଜ୍ଞ ରେ ସାମିଲ ହୋଇଥିଲେ । ଦିଗପହଣ୍ଡି ଏନ୍ଏସି ର ପୂର୍ବତନ ଅଧ୍ୟକ୍ଷ ଭି. ରବିନାରାୟଣ ରାଜୁ , କାଉନସିଲର ନୀଳମାଧବ ଗୌଡ଼,ପୂର୍ବତନ କାଉନସିଲର ନିରୂପମା ପଟ୍ଟନାୟକ , ରାମନାଥ ବିଷୋୟୀ , ଆଙ୍କୋରଡ଼ା ପଞ୍ଚାୟତ ସରପଞ୍ଚ ପ୍ରତିନିଧି ଶିଶିର ପ୍ରଧାନ , ସାମାଜିକ କର୍ମୀ ବିଚିତ୍ରାନନ୍ଦ ପଟ୍ଟନାୟକ , ପ୍ରଦୀପ କୁମାର ପଣ୍ଡା , ଲଲାଟେନ୍ଦୁ ପ୍ରଧାନ, ତାରକେଶ୍ବର ଦୋରା , ରବିନ୍ଦ୍ର ନାଥ ଡାକୁଆ ଙ୍କ ସମେତ ଗୁରୁକୃପା ସେବା ସମିତି ସଦସ୍ୟ ବୃନ୍ଦ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।